କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ ପାଳନ

Pradeep Kar

ବ୍ରହ୍ମପୁର, (୨୬/୬): କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ ଅବସରରେ ଶୁକ୍ରବାର ବ୍ରହ୍ମପୁରରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ସ୍ୱତନ୍ତ୍ର ପୂଜାର୍ଚ୍ଚନା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବିଜେପିର ଜାତୀୟ କାଉନସିଲ୍ ସଦସ୍ୟ ତଥା ବରିଷ୍ଠ ନେତା କାହ୍ନୁ ଚରଣ ପତିଙ୍କ ନେତୃତ୍ୱରେ ସ୍ଥାନୀୟ ମା’ ବୁଢ଼ୀ ଠାକୁରାଣୀ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥିଲା। ଏହି ଅବସରରେ ବିଜେପିର ନେତା ଓ କର୍ମୀମାନେ ମା’ ବୁଢ଼ୀ ଠାକୁରାଣୀଙ୍କ ନିକଟରେ ପୂଜା ଅର୍ଚ୍ଚନା କରିବା ସହ ଦୀପ ପ୍ରଜ୍ୱଳନ କରି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସୁସ୍ଥ, ନିରାମୟ ଓ ଦୀର୍ଘାୟୁ ଜୀବନ କାମନା କରିଥିଲେ। ଏହି ଅବସରରେ କାହ୍ନୁ ଚରଣ ପତି କହିଥିଲେ ଯେ, ଓଡ଼ିଶାର ବିକାଶ, ଶିକ୍ଷା କ୍ଷେତ୍ରର ଉନ୍ନତି ଓ ରାଜ୍ୟର ସ୍ୱାର୍ଥ ପାଇଁ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ। କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ସରୋଜ ସାବତ, ଉପସଭାପତି ପ୍ରଭାତ ଷଡ଼ଙ୍ଗୀ, ପ୍ରବୀର ପାତ୍ର, ସରୋଜ ପାତ୍ର, ଧର୍ମରାଜ ପାଣିଗ୍ରାହୀ, ପ୍ରଫୁଲ୍ଲ ପାଣିଗ୍ରାହୀ, ମନୋଜ ପଣ୍ଡା, ଅମର ସାହୁ, ରବି କୁମାର, ସହଦେବ ପ୍ରଧାନ, ବି ରବି ରାଓଙ୍କ ସମେତ ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ।

Also Read

Tags