ଗୁରୁ ପଦ୍ମଶ୍ରୀ ସୀମାଞ୍ଚଳ ପାତ୍ରଙ୍କୁ ନାଗରିକ ସମ୍ବର୍ଦ୍ଧନା

Pradeep Kar

ବ୍ରହ୍ମପୁର, ୨୬l0୬ : ଓଡ଼ିଆ ଜାତୀୟତାର ଐତିହାସିକ ସ୍ମୃତିପୀଠ ଉତ୍କଳ ଆଶ୍ରମ ପକ୍ଷରୁ ପ୍ରହ୍ଲାଦ ନାଟକ ଗୁରୁ ପଦ୍ମଶ୍ରୀ ସୀମାଞ୍ଚଳ ପାତ୍ରଙ୍କୁ ନାଗରିକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି l ଗତ ଜୁନ୍ ୨୩ ତାରିଖ ଦିନ ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଲୋକନାଟ୍ୟ ଗୁରୁ ସୀମାଞ୍ଚଳ ପାତ୍ରଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ‘ପଦ୍ମଶ୍ରୀ’ ସମ୍ମାନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ l ନୂଆଦିଲ୍ଲୀରୁ ଫେରିବା ପରେ ଗୁରୁବାର ଅପରାହ୍ଣରେ ସେ ଭୁବନେଶ୍ୱରରେ ପହଞ୍ଚିଥିଲେ ଏବଂ ବିଳମ୍ବିତ ଅପରାହ୍ଣରେ ଭୁବନେଶ୍ୱରରୁ ବାହାରି ରାତି ସାଢ଼େ ୮ଟାରେ ବ୍ରହ୍ମପୁର ଉତ୍କଳ ଆଶ୍ରମ ପରିସରରେ ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ l ଉତ୍କଳ ଆଶ୍ରମ ନ୍ୟାସ ପକ୍ଷରୁ ପ୍ରହ୍ଲାଦ ନାଟକର ଖ୍ୟାତିପ୍ରାପ୍ତ ବର୍ଷୀୟାନ୍ ଗୁରୁ ପଦ୍ମଶ୍ରୀ ସୀମାଞ୍ଚଳ ପାତ୍ରଙ୍କୁ ଉପଢୌକନ ଓ ପୁଷ୍ପସ୍ତବକ ପ୍ରଦାନ ପୂର୍ବକ ନାଗରିକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା l ପଦ୍ମଶ୍ରୀ ପାତ୍ରଙ୍କ ସାନପୁଅ ସାଇବ ପାତ୍ର ଓ ଲୋକନାଟ୍ୟ କଳାକାର ଆଲୋକ ବିଷୋୟୀ ମଞ୍ଚାସୀନ ଥିଲେ l ଉତ୍କଳ ଆଶ୍ରମ ନ୍ୟାସର ସଂପାଦକ ଡ. ସିଦ୍ଧାର୍ଥ ଶଙ୍କର ପାଢ଼ୀ ଏହି ସମ୍ବର୍ଦ୍ଧନା ସଭାରେ ପୌରୋହିତ୍ୟ କରିଥିଲେ l କଳିଙ୍ଗ ସାହିତ୍ୟ ସମାଜ ସମ୍ପାଦକ ଡ. ଶରତ କୁମାର ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଡ. କୃଷ୍ଣପ୍ରସାଦ ମହାପାତ୍ର, ଡ. ଅନନ୍ତରାମ କର କୌଣ୍ଡିନ୍ୟ, ବଡ଼ଖେମୁଣ୍ଡି ରାଜ ପରିବାର ସଦସ୍ୟ ସିଦ୍ଧାନ୍ତ ଗଙ୍ଗଦେବ, ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ରାଜୁ ପାଢ଼ୀ, ଡ. ରମେଶ ଚନ୍ଦ୍ର ପ୍ରଧାନ, ଅନୁପ କୁମାର ମିଶ୍ର, ଡ. କୁଳମଣି ଓଝା, ଡ. ସଞ୍ଜୟ କୁମାର ପଣ୍ଡା, ଡ. ପ୍ରଦୋଷ କୁମାର ସ୍ୱାଇଁ, ଡ. ଅଶୋକ କୁମାର ପଣ୍ଡା, ଡ. ମନୋରଞ୍ଜନ ବିଷୋୟୀ, ନଳିନୀକାନ୍ତ ଗୌଡ଼, ଦିନବନ୍ଧୁ ଶ୍ରୀପଲ୍ଲଵ, ରାଜଗୋପାଳ ପାଢ଼ୀ, ଡ. ମିହିର କୁମାର ତ୍ରିପାଠୀ, ସମୀର ଆଚାର୍ଯ୍ୟ, ରବୀନ୍ଦ୍ର କୁମାର ନାୟକଙ୍କ ସମେତ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତାମାନେ ପଦ୍ମଶ୍ରୀ ପାତ୍ରଙ୍କୁ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରିଥିଲେ l

Also Read

Tags