ଆଜି ତା-୨୭/୦୬/୨୦୨୬ ରିଖରେ ଭଦ୍ରକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗେଲପୁର ଗ୍ରାମ ପଞ୍ଚାୟତର ନଳାଙ୍ଗ ଗ୍ରାମର ବିଶିଷ୍ଟ ସମାଜସେବୀ ଶ୍ରୀ ସଞ୍ଜୀବ ଜେନା ଓ ଶ୍ରୀ ରାଜୀବ ଜେନାଙ୍କ ପୂଜ୍ୟ ମାତାଙ୍କ ବିୟୋଗ ଖବର ଶୁଣି ତାଙ୍କ ବାସଭବନରେ ପହଞ୍ଚି ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ ବିଜୁ ଜନତା ଦଳର ରାଜ୍ୟ ବରିଷ୍ଠ ଉପ-ସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ସାମଲ, ବରିଷ୍ଠ ନେତା ରଘୁନାଥ ପଣ୍ଡା, ଯୁବନେତା ଜିତନ୍ ପଣ୍ଡା ଏବଂ ଅନ୍ୟାନ୍ୟ ସମ୍ମାନନୀୟ ବ୍ୟକ୍ତିବୃନ୍ଦ ଓ ନେତୃମଣ୍ଡଳୀ।ସ୍ୱର୍ଗତ ଆତ୍ମାଙ୍କ ଚିର ଶାନ୍ତି ଓ ସଦ୍ଗତି କାମନା କରିବା ସହ ଶୋକାହତ ପରିବାରବର୍ଗଙ୍କୁ ଏହି ଦୁଃଖଦ ସମୟରେ ଧୈର୍ଯ୍ୟ ଓ ମାନସିକ ଶକ୍ତି ପ୍ରଦାନ ପାଇଁ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରାଗଲା। ଓଁ ଶାନ୍ତି।




