ସାରସ୍ୱତ ମଞ୍ଚର ଦ୍ବି-ମାସିକ ସାହିତ୍ୟ ଆସର ଶିରୋନାମା ‘କୃଷ୍ଣଚୂଡ଼ାର ହସ’ ଆଧାରିତ ସ୍ୱରଚିତ ଗଳ୍ପପାଠ

Pradeep Kar

ବ୍ରହ୍ମପୁର, ୨୭l0୬ : ଦକ୍ଷିଣାଞ୍ଚଳର ଅନ୍ୟତମ ଅଗ୍ରଣୀ ସାହିତ୍ୟାନୁଷ୍ଠାନ ନେତାଜୀ ସାରସ୍ୱତ ମଞ୍ଚର ଦ୍ବି-ମାସିକ ସାହିତ୍ୟ ଆସର ଆଜି ସନ୍ଧ୍ୟାରେ ଉତ୍କଳ ଆଶ୍ରମ ପରିସରସ୍ଥ ଭାଷାଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l ପାଞ୍ଚ ଜଣ ଗାଳ୍ପିକ ପୂର୍ବ ପ୍ରଦତ୍ତ ଶିରୋନାମା ‘କୃଷ୍ଣଚୂଡ଼ାର ହସ’ ଆଧାରିତ ସ୍ୱରଚିତ ଗଳ୍ପପାଠ କରିଥିଲେ l ମଞ୍ଚର ସଭାପତି ଶରତ କୁମାର ଦାସ ଏହି ଆସରରେ ପୌରୋହିତ୍ୟ କରିବା ସହ ନେତାଜୀ ସାରସ୍ୱତ ମଞ୍ଚର ଆଭିମୁଖ୍ୟ ବିଷୟରେ ସୂଚନା ପ୍ରଦାନ କରିଥିଲେ l ପ୍ରାରମ୍ଭରେ ସଂପାଦକ ନଳିନୀକାନ୍ତ ଗୌଡ଼ ପ୍ରାକ୍-ସୂଚନା ପ୍ରଦାନ ସହ ସମବେତ ସାହିତ୍ୟିକ ଓ ସାହିତ୍ୟାନୁରାଗୀଙ୍କୁ ସ୍ୱାଗତ କରିଥିଲେ l ସାହିତ୍ୟିକ ଡ. ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି (ହାରିତସ୍) ଓ ନବୀନ ଚନ୍ଦ୍ର ବେହେରା ଆମନ୍ତ୍ରିତ ଅତିଥି ରୂପେ ସାଂପ୍ରତିକ ଗଳ୍ପର ଭାବଧର୍ମ ସଂପର୍କରେ ଆଲୋଚନା କରିଥିଲେ l କବି ଓ ଆଲୋଚକ ଡ. କୁଳମଣି ଓଝା ପଠିତ ଗଳ୍ପ ଓ କବିତାଗୁଡ଼ିକର ସମୀକ୍ଷା କରିଥିଲେ l କବୟିତ୍ରୀ ଅଞ୍ଜଳି ଦାଶଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଦ୍ବି-ମାସିକ ଆସରରେ ସ୍ବର୍ଣ୍ଣମୟୀ ପାଢ଼ୀ, ଜ୍ୟୋତ୍ସାରାଣୀ ଦେବୀ, ଭାଗ୍ୟଲକ୍ଷ୍ମୀ ମହାରଣା, ଅଞ୍ଜଳି ଦାଶ ଓ ଶରତ କୁମାର ଦାସ ପ୍ରମୁଖ ‘କୃଷ୍ଣଚୂଡ଼ାର ହସ’ ଶୀର୍ଷକ ଆଧାରିତ ଗଳ୍ପ ପାଠ କରିଥିଲେ l କବି ଅନୁପ କୁମାର ମିଶ୍ର, ନବୀନ ଚନ୍ଦ୍ର ବେହେରା, ଲୋପା ସାମଲ, ଜ୍ୟୋତ୍ସ୍ନାରାଣୀ ଦେବୀ, ସଂଧ୍ୟାରାଣୀ ଦେବୀ, ସରୋଜିନୀ ସାହୁ, ସୁବ୍ରତ କୁମାର ରଥ, ମନୋଜ ପାଢ଼ୀ ଓ ମିହିର କୁମାର ରଥଶର୍ମା ପ୍ରମୁଖ ସ୍ୱରଚିତ କବିତା ଆବୃତ୍ତି କରିଥିଲେ l ପ୍ରାରମ୍ଭରେ ସମବେତ କଣ୍ଠରେ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରା ଯାଇଥିଲା l ଶେଷରେ ଗାଳ୍ପିକା ଭାଗ୍ୟଲକ୍ଷ୍ମୀ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ l

Also Read

Tags