ଗଞ୍ଜାମରେ ‘ଉଦ୍ୟମୀ ଓଡ଼ିଶା ଏମଏସଏମଇ କାର୍ଯ୍ୟକ୍ରମ’

Pradeep Kar

ବ୍ରହ୍ମପୁର, ତା. — ଜିଲ୍ଲା ଶିଳ୍ପ କେନ୍ଦ୍ର (ଡିଆଇସି), ଗଞ୍ଜାମ ପକ୍ଷରୁ ସଂସ୍କୃତି ଭବନ, ହିଲପାଟଣା, ବ୍ରହ୍ମପୁରଠାରେ ‘ଉଦ୍ୟମୀ ଓଡ଼ିଶା ଏମଏସଏମଇ କାର୍ଯ୍ୟକ୍ରମ’ ଏବଂ ପାଞ୍ଚ ଦିନିଆ ଜିଲ୍ଲାସ୍ତରୀୟ ଏମଏସଏମଇ ପ୍ରଦର୍ଶନୀର ଶୁଭାରମ୍ଭ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଧାୟକ ଶ୍ରୀ କେ. ଅନିଲ କୁମାର, ସାଂସଦଙ୍କ ପ୍ରତିନିଧି ଶ୍ରୀ ବାଳକୃଷ୍ଣ ସାମନ୍ତରାୟ, ଜିଲ୍ଲା ଶିଳ୍ପ କେନ୍ଦ୍ର ଗଞ୍ଜାମର ସାଧାରଣ ପରିଚାଳକ ଶ୍ରୀ ବସନ୍ତ କୁମାର ସେଠୀ, ଗଞ୍ଜାମର ଲିଡ୍ ଡିଷ୍ଟ୍ରିକ୍ଟ ମ୍ୟାନେଜର (ଏଲଡିଏମ୍) ଶ୍ରୀ ହିମାଞ୍ଚଳ ସାହୁ, ଏଫ୍‌ଏଫ୍‌ଡିସି ଏକ୍ସଟେନ୍ସନ ସେଣ୍ଟର, ବ୍ରହ୍ମପୁରର କେନ୍ଦ୍ରମୁଖ୍ୟ ଶ୍ରୀ ଭି. ଭି. ରାମା ରାଓ, ୟୁସିପି ଇଞ୍ଜିନିୟରିଂ ସ୍କୁଲର ଅଧ୍ୟକ୍ଷ, ଓଏଏସଏମଇର ସଭାପତି ଶ୍ରୀ ସତ୍ୟ ଶଙ୍କର ରାଜ, ଓୱାଇଇଏର ସଭାପତି ଶ୍ରୀ ଟି. ସୁବାଷ ପାତ୍ର, ହୋଟେଲ ଆସୋସିଏସନର ସଭାପତି ଶ୍ରୀ ଉମା ଶଙ୍କର ପାଣିଗ୍ରାହୀ ଏବଂ ଅଟୋନଗର ଆସୋସିଏସନର ସଭାପତି ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏମଏସଏମଇ କ୍ଷେତ୍ରର ବିକାଶ, ରୋଜଗାର ସୃଷ୍ଟି ଏବଂ ନୂତନ ଉଦ୍ୟୋଗ ସ୍ଥାପନାର ଆବଶ୍ୟକତା ଉପରେ ମତ ପ୍ରକାଶ କରିଥିଲେ।ଏହି ଅବସରରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ, ଉଦ୍ୟୋଗୀ, ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି)ର ସଦସ୍ୟ ଏବଂ ବିଭିନ୍ନ କ୍ଷେତ୍ରର ଅଂଶଗ୍ରହଣକାରୀମାନେ ଉପସ୍ଥିତ ଥିଲେ।ପାଞ୍ଚ ଦିନିଆ ଏହି ପ୍ରଦର୍ଶନୀରେ ବୃହତ୍ ଶିଳ୍ପ ସଂସ୍ଥା, ଏମଏସଏମଇ ୟୁନିଟ୍, ସ୍ୱୟଂ ସହାୟକ ଗୋଷ୍ଠୀ, ବ୍ୟାଙ୍କ ଏବଂ ବିଭିନ୍ନ ସରକାରୀ ଯୋଜନା ସମ୍ବନ୍ଧୀୟ ଷ୍ଟଲ ଖୋଲାଯାଇଛି। ଏହା ମାଧ୍ୟମରେ ସ୍ଥାନୀୟ ଉଦ୍ୟୋଗୀ ଏବଂ ସାଧାରଣ ଜନତାଙ୍କୁ ଉଦ୍ୟୋଗ ସ୍ଥାପନା, ଆର୍ଥିକ ସହାୟତା ଏବଂ ସରକାରୀ ପ୍ରୋତ୍ସାହନ ଯୋଜନା ସମ୍ପର୍କରେ ସଚେତନ କରାଯାଉଛି।କାର୍ଯ୍ୟକ୍ରମର ସଫଳ ଆୟୋଜନ ଓ ସମନ୍ୱୟରେ ଜିଲ୍ଲା ଶିଳ୍ପ କେନ୍ଦ୍ର, ଗଞ୍ଜାମର ଅଧିକାରୀ ଏବଂ କର୍ମଚାରୀମାନେ ସକ୍ରିୟ ସହଯୋଗ କରିଥିଲେ।

Also Read

Tags