ଆଜି ତା-୨୭/୦୬/୨୦୨୬ ରିଖରେ ଭଦ୍ରକ ବ୍ଲକ ବିଷ୍ଣୁପୁରବିନ୍ଧା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଆନନ୍ଦ ବଜାର ଠାରେ ଯୁବନେତା ଶ୍ରୀ ସପନ ଦାସଙ୍କ ସୁପୁତ୍ର ଆୟୁଷ୍ମାନ ବଣ୍ଟି ସହିତ ଲିସାଙ୍କ ଶୁଭ ବିବାହ ଅଭ୍ୟର୍ଥନା ଉତ୍ସବ ଅତ୍ୟନ୍ତ ଆଡ଼ମ୍ବରପୂର୍ଣ୍ଣ ଓ ଆନନ୍ଦମୟ ପରିବେଶରେ ଅନୁଷ୍ଠିତ ହୋଇଥିଲା। ପରିବାର, ସମ୍ପର୍କୀୟ ଓ ଶୁଭେଚ୍ଛୁ ମାନଙ୍କ ଉପସ୍ଥିତିରେ ସମଗ୍ର ପରିବେଶ ଉତ୍ସବମୁଖର ହୋଇଉଠିଥିଲା।ଏହି ଖୁସିର ମୁହୂର୍ତ୍ତରେ ଯୋଗଦେଇ ନବଦମ୍ପତିଙ୍କ ଜୀବନର ନୂତନ ଅଧ୍ୟାୟ ପାଇଁ ଶୁଭେଚ୍ଛା ଓ ଆଶୀର୍ବାଦ ଜଣାଇଥିଲେ ବିଜୁ ଜନତା ଦଳର ରାଜ୍ୟ ବରିଷ୍ଠ ଉପ-ସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ସାମଲ ଏବଂ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ପଦ୍ମାବତୀ ପୃଷ୍ଟି । ତାଙ୍କ ସହ ବରିଷ୍ଠ ନେତା ଶ୍ରୀ ସୁରେନ୍ଦ୍ର ପୃଷ୍ଟି, ଶ୍ରୀ ରଘୁନାଥ ପଣ୍ଡା, ଯୁବନେତା ଶ୍ରୀ ବିକାଶ ଶ୍ରେଷ୍ଠା, ଶ୍ରୀ ଅମୂଲ୍ୟ ନାଥ ଏବଂ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିବର୍ଗ ଓ ନେତୃମଣ୍ଡଳୀ ଉପସ୍ଥିତ ରହିଥିଲେ।ଉପସ୍ଥିତ ସମସ୍ତେ ନବଦମ୍ପତିଙ୍କ ଦାମ୍ପତ୍ୟ ଜୀବନ ସ୍ନେହ, ସମର୍ପଣ, ବିଶ୍ୱାସ ଓ ପାରସ୍ପରିକ ବୁଝାମଣାରେ ପରିପୂର୍ଣ୍ଣ ହେଉ ବୋଲି କାମନା କରିଥିଲେ। ସେମାନଙ୍କ ଜୀବନର ପ୍ରତ୍ୟେକ ପଦକ୍ଷେପ ସଫଳତା, ସମୃଦ୍ଧି ଓ ଅପାର ସୁଖରେ ଭରି ରହୁ, ଏହି ମଙ୍ଗଳକାମନା ସହ ଅନ୍ତରିକ ଆଶୀର୍ବାଦ ପ୍ରଦାନ କରାଯାଇଥିଲା।
ଯୁବନେତା ଶ୍ରୀ ସପନ ଦାସଙ୍କ ସୁପୁତ୍ର ଆୟୁଷ୍ମାନ ବଣ୍ଟି ସହିତ ଲିସାଙ୍କ ଶୁଭ ବିବାହ ଅଭ୍ୟର୍ଥନା ଉତ୍ସବ





