ସ୍ୱର୍ଗତ ପ୍ରସନ୍ନଜିତ୍ ନାୟକ (୧୪ ବର୍ଷ)ଙ୍କ ଅକାଳ ବିୟୋଗରେ ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ସାମଲଙ୍କ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

Pradeep Kar

ଆଜି (୨୭/୦୬/୨୦୨୬) ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶୋଳମପୁର ଗ୍ରାମ ପଞ୍ଚାୟତର ବରାହ ନୂଆପଡ଼ା ଗ୍ରାମର ବିଶିଷ୍ଟ ସମାଜସେବୀ ଶ୍ରୀ ପ୍ରଶାନ୍ତ କୁମାର ନାୟକଙ୍କ ସୁପୁତ୍ର ସ୍ୱର୍ଗତ ପ୍ରସନ୍ନଜିତ୍ ନାୟକ (୧୪ ବର୍ଷ)ଙ୍କ ଅକାଳ ବିୟୋଗ ସମଗ୍ର ଅଞ୍ଚଳକୁ ମର୍ମାହତ କରିଥିଲା। ବୈତରଣୀ ନଦୀର ଦେବୀଗଢ଼ା ଘାଟରେ ପାଣିରେ ବୁଡ଼ି ତାଙ୍କର ଦୁଃଖଦ ମୃତ୍ୟୁ ଘଟିଥିବା ବେଳେ, ଏହି ଅପୂରଣୀୟ କ୍ଷତି ପରିବାର ଓ ସମାଜ ପାଇଁ ଏକ ଅସହ୍ୟ ଆଘାତ ସୃଷ୍ଟି କରିଛି।ଆଜି ତାଙ୍କ ଦଶମକ୍ରିୟା ଅବସରରେ ବାସଭବନରେ ପହଞ୍ଚି ସ୍ୱର୍ଗତ ଆତ୍ମାଙ୍କ ପ୍ରତି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ବିଜୁ ଜନତା ଦଳର ରାଜ୍ୟ ବରିଷ୍ଠ ଉପ-ସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ସାମଲ, ବରିଷ୍ଠ ନେତା ଶ୍ରୀ ରଘୁନାଥ ପଣ୍ଡା, ଶ୍ରୀ ରବିନ୍ଦ୍ର ନାୟକ, ଶ୍ରୀ ପ୍ରଫୁଲ୍ଲ କୁମାର ନାୟକ, ଯୁବ ନେତା ଶ୍ରୀ ବିକାଶ ଶ୍ରେଷ୍ଠା, ଶ୍ରୀ ବିଶ୍ୱଜିତ୍ ନାୟକ ଏବଂ ଦଳର ଅନେକ ବରିଷ୍ଠ ଓ ଯୁବ ନେତୃବୃନ୍ଦ । ଏହି ଅବସରରେ ଶୋକସନ୍ତପ୍ତ ପରିବାରବର୍ଗଙ୍କ ସହ ସାକ୍ଷାତ କରି ଗଭୀର ସମବେଦନା ଜଣାଇବା ସହ ପରଲୋକଗତ ଆତ୍ମାଙ୍କ ସଦ୍‌ଗତି କାମନା କରାଯାଇଥିଲା। ସେହିପରି ଏହି ଦୁଃଖଦ ସମୟରେ ପରିବାର ସଦସ୍ୟମାନଙ୍କୁ ଧୈର୍ଯ୍ୟ, ସାହସ ଓ ମାନସିକ ଶକ୍ତି ପ୍ରଦାନ ପାଇଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା।ସ୍ୱର୍ଗତ ପ୍ରସନ୍ନଜିତ୍ ନାୟକଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରୁଛୁ ଏବଂ ଶୋକାକୁଳ ପରିବାର ପ୍ରତି ଗଭୀର ସମବେଦନା ଜଣାଉଛୁ।

Also Read

Tags