ଗଞ୍ଜାମ ଜିଲ୍ଲା ବିଜୁପଟନାୟକ ସିନିଅର ସିଟିଜେନ୍ସ ଫୋରମ ର କାର୍ଯ୍ୟକାରିଣୀ ବୈଠକ

Pradeep Kar

ବ୍ରହ୍ମପୁର ତା 27-6-26ସ୍ଥାନୀୟ ବିଜିପୁର ସନ୍ତୋଷୀ ମା କଲ୍ୟାଣ ମଣ୍ଡପ ଠାରେ ଗଞ୍ଜାମ ଜିଲ୍ଲା ବିଜୁପଟନାୟକ ସିନିଅର ସିଟିଜେନ୍ସ ଫୋରମ ର କାର୍ଯ୍ୟକାରିଣୀ ବୈଠକ ସଭାପତି ଶ୍ରୀ ସୂର୍ଯ୍ୟକାନ୍ତ ପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି l ସାଧାରଣ ସମ୍ପାଦକ ଶ୍ରୀ ସିମାଞ୍ଚଳ ପ୍ରସାଦ ବିଷୋୟୀ ସ୍ୱାଗତ ଭାଷଣ ସହ ଗତ ମାସ ବୈଠକ ର ବିବରଣୀ ପ୍ରଦାନ କରିଥିଲେ. ନୂତନ କୋଷାଧକ୍ଷ ଶ୍ରୀ ଶରତ କୁମାର ପାତ୍ର ଆର୍ଥିକ ବିବରଣୀ ପ୍ରଦାନ କରିଥିଲେ lଦିବଂଗତ ବରିଷ୍ଠ ସଦସ୍ୟ ସ୍ବର୍ଗତ ହରିବନ୍ଧୁ ଗୌଡ଼ ଙ୍କ ଦେହାନ୍ତ ରେ 2ମିନିଟ ନୀରବ ପ୍ରାର୍ଥନା କରି ଅମର ଆତ୍ମା ର ଶାନ୍ତି ଓ ସଦଗତି କାମନା କରାଯାଇଥିଲା lସଭାପତି ଶ୍ରୀ ସୂର୍ଯ୍ୟକାନ୍ତ ପାତ୍ର ଗତ 20-6-26 ତାରିଖ ରେ ଓଡିଶା ବରିଷ୍ଠ ନାଗରିକ ମହାସଂଘ ଦ୍ୱରାଭୁବନେଶ୍ୱର ଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ “ବିଶ୍ୱ ବରିଷ୍ଠ ନାଗରିକ ନିର୍ଯ୍ୟାତନା ସଚେତନତା ଦିବସ 2026 ଉପରେ ଆଲୋକପାତ କରି ବରିଷ୍ଠ ନାଗରିକ ମାନଙ୍କ ପ୍ରତି ହେଉଥିବା ଅବହେଳା, ନିର୍ଯ୍ୟାତନା, ଶୋଷଣ ଓ ଅସମ୍ମାନ ବିରୁଦ୍ଧରେ ସଚେତନତା ସୃଷ୍ଟି କରିବା ଜରୁରୀ ଏବଂ ଏହି ଦିବସ ପାଳନ ର ମୂଳ ଉଦ୍ୟେଶ ବୋଲି ମତ ବ୍ୟକ୍ତ କରିଥିଲେ lସାଧାରଣ ସମ୍ପାଦକ ଶ୍ରୀ ସିମାଞ୍ଚଳ ପ୍ରସାଦ ବିଷୋୟୀ ଚଳିତ ମାସରେ ଫୋରମ ପକ୍ଷରୁ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ନିଜର ଅଭିଭାଷଣ ପ୍ରଦାନ କରିଥିଲେ lପ୍ରଥମତଃ ଗତ 19-6-26 ତାରିଖ ରେ ଦକ୍ଷିଣାଞ୍ଚଳ ଆରକ୍ଷୀ ମହାନିର୍ଦେଶ ଶ୍ରୀଯୁକ୍ତ ନୀତି ଶେଖର, ଆଇ. ପି. ଏସ ଙ୍କୁ ସାକ୍ଷାତ ଆଲୋଚନା କରି ଦୀର୍ଘ ବର୍ଷ ଧରି ପୋଲିସ ସୁରକ୍ଷା ପରିଚୟ ପତ୍ର ବ୍ରହ୍ମପୁର ଓ ଗଞ୍ଜାମ ପୋଲିସ ଜିଲ୍ଲା ରେ ପ୍ରଦାନ କରାଯାଇ ନାହିଁ ତେଣୁ ତୁରନ୍ତ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା ଏବଂ ଏହା ଉପରେ ନିଶ୍ଚିତ ଭାବରେ ବିଚାର କରାଯିବ ବୋଲି ଦକ୍ଷିଣାଞ୍ଚଳ ଆରକ୍ଷୀ ମହାନିରୀକ୍ଷକ କହିଥିଲେ lଦ୍ଵିତୀୟ ତଃ ଫୋରମ ର ନିଷ୍ପତ୍ତି ଅନୁଯାଇ ବ୍ରହ୍ମପୁର ରେଳ ଷ୍ଟେସନ ଉନ୍ନତି ଏବଂ ସକାଳୁ ବ୍ରହ୍ମପୁର ଠାରୁ ପୁରୀ କୁ ଏକ ମେମୁ ଏକ୍ସପ୍ରେସ ଟ୍ରେନ ଯାଇ ସନ୍ଧ୍ୟା ରେ ଫେରିବା ଦାବୀ ଉପରେ ଏକ ରେଜିଷ୍ଟ୍ରେଡ଼ ନୋଟିସ ଡି. ଆର.ଏମ. ଖୋର୍ଦ୍ଧା ରୋଡ ରେଲୱେ କୁ ପ୍ରେରଣ କରାଯାଇଅଛି l ଆସନ୍ତା 3 ମାସ ଭିତରେ ଯଦି କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ତାହା ହେଲେ ବ୍ରହ୍ମପୁର ରେଳଷ୍ଟେସନ ମୁଖ୍ୟ ଦ୍ୱାର ନିକଟରେ ଧାରଣା ଏବଂ ବିକ୍ଷୋଭ ପ୍ରଦର୍ଶନ କରିବା ପାଇଁ ନିଷ୍ପତ୍ତି କରାଯାଇଅଛି lଅନ୍ୟ ମାନଙ୍କ ମଧ୍ୟରେ ଉପସଭାପତି ଶ୍ରୀ ଏସ ମହେଶ୍ୱର ପୃଷ୍ଟି, ସମ୍ପାଦକ ପୁର୍ଣ ଚନ୍ଦ୍ର ମହାରଣା, ମନମୋହନ ପରିଛା, ପ୍ରଶାନ୍ତ କୁମାର ମହାପାତ୍ର, ଅଭିଯୋଗ ପ୍ରକୋଷ୍ଟ ଅଧ୍ୟକ୍ଷ ଶ୍ରୀ ବି ପ୍ରଶନ କୁମାର ପୃଷ୍ଟି, ସମୀକ୍ଷକ ସୁରେନ୍ଦ୍ର ମହାପାତ୍ର ଏବଂ ବରିଷ୍ଠ ସଦସ୍ୟ ତଥା Pioneer ପତ୍ରିକା ର ବରିଷ୍ଠ ସାମ୍ବାଦିକ ଶ୍ରୀ ପ୍ରଶାନ୍ତ କୁମାର ଦାସ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ l ଆଜିର ବୈଠକ ରେ ବହୁ ବରିଷ୍ଠ ନାଗରିକ ଫୋରମ ର ନୂତନ ସଦସ୍ୟତା ଗ୍ରହଣ କରିଥିଲେ ଏବଂ ସେମାନଙ୍କୁ ସ୍ୱାଗତ କରାଯାଇଥିଲା ଶେଷରେ ଉପସଭାପତି ଶ୍ରୀ ଏସ. ମହେଶ୍ୱର ପୃଷ୍ଟି ଧନ୍ୟବାଦ ପ୍ରଦାନ କରିଥିଲେ l

Also Read

Tags