ଭତ୍ତା, ରେସନ କାର୍ଡ଼,ରାସ୍ତା ଘାଟ ନିର୍ମାଣ ଦାବିରେ ସିପିଏମର ବିକ୍ଷୋଭ

Pradeep Kar

ବ୍ରହ୍ମପୁର, : ବୃଦ୍ଧ ,ବିଧବା ଓ ଅସହାୟ ଭତ୍ତା 3 ହଜାର କର, ପ୍ରତିମାସରେ ଭତ୍ତା ଦିଅ, ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ରେସନ କାର୍ଡ଼ ଅତିଶୀଘ୍ର ଦିଅ, ସହରର ରାସ୍ତାଘାଟ ଓ ଡ୍ରେନ ତିଆରି କର ଏବଂ ପାର୍କ ଗୁଡ଼ିକର ମରାମତି ଦାବିରେ ପାର୍ଟି ପକ୍ଷରୁ BeMC ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।ଏହି ବିକ୍ଷୋଭ ସମାବେଶରେ ଜିଲ୍ଲା ସମ୍ପାଦକ ଯୁଧିଷ୍ଠିର ବେହେରା ଉଦବୋଧନ ଦେଇ ରାଜ୍ୟର ଡବଲ ଇଂଜିନ ସରକାରର 2 ବର୍ଷରେ ଉତ୍ତମ ଶାସ ନ ଦେବାରେ ବିଫଳ ହୋଇଛନ୍ତି ବୋଲି ଅଭିଯୋଗ କରିଥିଲେ। ସର୍ବନିମ୍ନ ଅସହାୟ ଭତ୍ତା ଦେଇନପାରିବା ଏହାର ନଗ୍ନ ଉଦାହରଣ ବୋଲି ଉଲ୍ଲେଖ କରିଥିଲେ। ଗରୀବ ଲୋକଙ୍କ ଖାଦ୍ୟ ସୁରକ୍ଷାର ପ୍ରତୀକ ରେସନ କାର୍ଡ଼ କ୍ଷେତ୍ରରେ ମଧ୍ୟ ସମାନ ଅବସ୍ଥା।kyc ନାମରେ ରେସନ କାର୍ଡ଼ ଗୁଡିକୁ ବ୍ୟାଜ୍ୟାପ୍ତ କରିବା, ନୂଆ କାର୍ଡ଼ ନ ଦେବା ଓ ନୂଆ ନାମ ସଂଯୋଗ ନ କରିବା ଭଳି ସମସ୍ୟା ସୃଷ୍ଟି କରିଛନ୍ତି।ସେହିଭଳି ମହାନଗର ନିଗମର ଅବହେଳା ଯୋଗୁଁ ବ୍ରହ୍ମପୁର ସହରରେ ରାସ୍ତା ଘାଟ, ଡ୍ରେନ ଓ ପାର୍କ ଗୁଡ଼ିକ ବିପର୍ଯ୍ୟସ୍ତ ହୋଇପଡିଥିବା ଅଭିଯୋଗ କରିଥିଲେ। ସରକାରୀ ଜମିରେ ବସବାସ କରୁଥିବା ଗରୀବ ଲୋକଙ୍କୁ ମାଗଣାରେ ଜମି ପଟ୍ଟା ଏବଂ ଆବାସ ଯୋଜନାରେ ଘର ଯୋଗାଣ କ୍ଷେତ୍ରରେ ଥିବା ସମସ୍ୟା ଦୂର କରି ଗରୀବ ଲୋକଙ୍କ ଧନ ଜୀବନ ସୁରକ୍ଷା କରିବା ପାଇଁ ସରକାର ଓ BeMC କାର୍ଯ୍ୟ କରିବା ପାଇଁ ଦାବୀ କରିଥିଲେ।ପାର୍ଟି ପକ୍ଷରୁ ଏକ 6 ଦଫା ସମ୍ବଳିତ ସ୍ମାରକପତ୍ର ଅତିରିକ୍ତ କମିଶନରଙ୍କୁ ପ୍ରଦାନ କରି ଆଲୋଚନା କରିଥିଲେ।ଆଜିର ଏହି କାର୍ଯ୍ୟକ୍ରମରେ ବିଦ୍ୟାଧର ଜେନା, ବାବୁଲା ନାୟକ, କେଶବ ଗୌଡ଼,କୃଷ୍ଣ ନାୟକ, ହରି ନାହାକ, ରାଜରାଓ, ଚିଟିବାବୁ, ଗୋକୁଳ ତ୍ରିପାଠୀ,ଲକ୍ଷ୍ମୀ ରେଡି ,ମଧୁ ବେହେରା, କାଳି ମିଶ୍ର,ନିଳ ମାଧବ ରଥ,ଗୋପାଳ ପାଣିଗ୍ରାହୀ,, ଲୋକ ନାଥ ଖୁଣ୍ଟିଆ, ଵିଷ୍ଣୁ ପ୍ରିୟା ସାହୁ, ବାପୀନି ନାୟକ ପ୍ରମୁଖ ନେତ୍ତୃତ୍ୱ ନେଇଥିଲେ।

Also Read

Tags