ଖଲ୍ଲିକୋଟ :ଆଜି ଜେଷ୍ଟ ମାସ ଶୁଳ୍କ ପକ୍ଷ ମହାପ୍ରଭୂ ଙ୍କ ସ୍ନାନ ପୁର୍ଣିମା ପାରମ୍ପରିକ ରୀତିରେ ରେ ଖଲ୍ଲିକୋଟ ରେ ଅନୁଷ୍ଟିତ ହୋଇଛି lରାତ୍ର ଦୁଇଘଣ୍ଟିକl ସମୟରେ ପହଣ୍ଡି ସେବାୟତଙ୍କ ଦ୍ୱାରା ଗୋଟି ପହଣ୍ଡି କରାଯାଇ ରତ୍ନ ବେଦୀ ଠାରୁ ସ୍ନାନ ମଣ୍ଡପ ଆଣିଥିଲେ ପ୍ରଥମେ ବଡ ଠାକୁର, ଦ୍ୱତୀୟ ରେ ଦେବି ଶୋଭଦ୍ରl ଏବଂ ଜଗତର ନାଥ ଜଗନ୍ନାଥ ଙ୍କୁ ସଖାଳ ଚାରିଘାଣ୍ଟିକା ସମୟରେ ସ୍ନାନ ମଣ୍ଡପ କୁ ଅଣାଗଲା ଶ୍ରୀକ୍ଷେତ୍ର ପୁରୀ ପରି ଖଲ୍ଲିକୋଟ ଠାରେ ସେହି ପ୍ରକାର ନୀତି କାନ୍ତି ରେ ସଖାଳ ଧୂପ ଆଳତି ସାରି ବାର ଘଣ୍ଟିକl ସମୟରେ ଚତୃର୍ଥl ମୂର୍ତ୍ତି ଙ୍କୁ ୧୦୮ ସୁବାସିତ ଜଳ ରେ ସ୍ନାନ କରାଗଲା l ଯେପରିକି ବଡ଼ ଠାକୁରଙ୍କୁ ୩୩ ଗୋଟି ଗରା ଦେବି ଶୋଭାଦ୍ରା ଙ୍କୁ ୨୨ ଗୋଟି ଗରା ପ୍ରଭୁ ଜଗନ୍ନାଥ ଙ୍କୁ ୩୫ ଗୋଟି ଗରା ଏବଂ ସୁଦର୍ଶନ ଙ୍କୁ ୧୮ ଗୋଟି ଗରା ରେ ସୁବାଶିତ ଜଳ ରେ ସ୍ନାନ କରି ଠାକୁର ଙ୍କୁ ଚନ୍ଦନ ଲାଗି କରାଯାଇଥିଲା ଏବଂ ସନ୍ଧ୍ୟା ସମୟରେ ଦୁଇ ଠାକୁର ଗଜାନନ ଭେଷ ଦେବୀ ସୁଭଦ୍ରା ପଦ୍ମ ଭେସ ରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଥିଲେ l ଆଜି ଏଇ ସ୍ନାନ ଯାତ୍ରା, ଗଜାନନ ଭେଷ ଏବଂ ଗୋଟି ପହଣ୍ଡି ଦେଖିବାକୁ ଖଲ୍ଲିକୋଟ ବାସୀଙ୍କ ସମେତ ଆଖ ପାଖ ଅଂଚଳ ର ବୋହୁ ଭକ୍ତ ଦର୍ଶନ ଲାଭ କରି ଆନନ୍ଦ ର ସହ ଭାବ ବିହୁଳ ହୋଇ ପଡ଼ିଥିଲେ l
ସ୍ନାନ ମଣ୍ଡପରେ ଗଜାନନ ବେଶରେ ଦର୍ଶନ ଦେଲେ ମହାପ୍ରଭୁ





