ପୂର୍ବତନ ସୈନିକ ଓ ବୀର ନାରୀଙ୍କ ପେନସନ ସମସ୍ୟାର ସମାଧାନ ପାଇଁ ସ୍ୱତନ୍ତ୍ର ଶିବିର ।ଏକଶହ ରୁ ଅଧିକ ପେନସନ ସମସ୍ୟାର ସମାଧାନ

Pradeep Kar

ବ୍ରହ୍ମପୁର ୦୧/୭,ବ୍ରହ୍ମପୁର ଏସପି କାର୍ଯ୍ୟାଳୟ ସମ୍ମୁଖ ଗଳି ସ୍ଥିତ ଜିଲ୍ଲା ସୈନିକ ବୋର୍ଡ କାର୍ଯ୍ୟାଳୟ ପରିସରରେ ବୁଧବାର ଦିନ ପୂର୍ବତନ ସୈନିକ ଓ ବୀର ନାରୀଙ୍କ ପେନସନ ସମସ୍ୟାର ସମାଧାନ ପାଇଁ ସ୍ୱତନ୍ତ୍ର ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର ବ୍ରହ୍ମପୁରରେ ପ୍ରଥମ ଥର ଆୟୋଜିତ ହୋଇଥିବା ବେଳେ ମହାରାଷ୍ଟ୍ର ଅହଲ୍ୟାନଗର ସ୍ଥିତ ମେକାନାଇଜ୍ଡ ଇନଫାଣ୍ଟ୍ରି ରେଜିମେଣ୍ଟ କେନ୍ଦ୍ରର ବ୍ରିଗେଡିୟର ପି. ସୁନୀଲ କୁମାର , ସେନା ମେଡାଲ, ଅଫିସର- ଇନ୍-ଚାର୍ଜ, ରେକର୍ଡସ୍, ତତ୍ତ୍ୱାବଧାନରେ ଲେଫ୍ଟନାଣ୍ଟ କର୍ଣ୍ଣେଲ୍ ଅଶୋକ କୁମାର, ଚିଫ୍ ରେକର୍ଡ ଅଫିସର ଯୋଗଦେଇ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପେନସନ ଜନିତ ସମସ୍ୟାର ସମାଧାନ କରିଥିଲେ । ଏହି ଶିବିରରେ ୧୦୫ ଜଣ ପୂର୍ବତନ ସେନା ଓ ବୀର ନାରୀଙ୍କ ପେନସନ ଜନିତ ସମସ୍ୟାର ସମାଧାନ ହୋଇଥିଲା । କାର୍ଯ୍ୟକୁ ଉକ୍ତ କାର୍ଯ୍ୟାଳୟ ର ମୁଖ୍ୟ କିରାଣୀ ଗୌରବ କୁମାର୍ ସାହୁ, ସନ୍ତୋଷ କୁମାର ଦାସ, ଏସ.କାମରାଜ, ପାଣ୍ଡବ ସାହୁ ଙ୍କ ସମେତ ଭେଟେରାନ ଆସୋସିଏସନ୍ ଓଡ଼ିଶାର ସଭାପତି କାଳୁ ଚରଣ ପ୍ରଧାନ,ସାଧାରଣ ସମ୍ପାଦକ ଅଭୟ ଚରଣ ପାତ୍ର, ଶିବ ଶଙ୍କର ମାଝୀ,ଭଗବାନ ସ୍ବାଇଁ, ବିଦ୍ୟାଧର ପ୍ରଧାନ,ରାଜେନ୍ଦ୍ର ସୁବୁଦ୍ଧି ଏବଂ ଅଭୟ ଚରଣ ପାତ୍ର ପ୍ରମୁଖ ଯୋଗଦେଇ ପରିଚାଳନା କରିଥିଲେ ।

Also Read

Tags