ସଭାପତି ସୁଶାନ୍ତ ସାବତଙ୍କ ପ୍ରୋତ୍ସାହନ ରେ ବନ୍ ମହୋତ୍ସବ ସପ୍ତାହ ପାଳନ

Pradeep Kar

୦୧/୦୭ ଡୁରା, ରାମଚନ୍ଦ୍ର ପୁରୁଷାର୍ଥ “ବିଶ୍ୱନିକିତେନ ଜରା ନିବାସ ଠାରେ” ଶ୍ରୀମତୀ ସଂଙ୍ଗିତା ପାଣି ଓ ଉମା ଶଙ୍କର ପାଣି’ଙ୍କ ସତ ତିରିଶି ତମ ବିବାହ ବାର୍ଷିକୀ ପାଳନ ଅନ୍ତେବାସୀଙ୍କ ସହ ବଡ଼ ଧୁମ୍ ଧାମରେ ପାଳନ କରାଯାଇ ଥିଲା। ଏଇ ଅବସରରେ ସଭାପତି ସୁଶାନ୍ତ ସାବତଙ୍କ ପ୍ରୋତ୍ସାହନ ରେ ବନ୍ ମହୋତ୍ସବ ସପ୍ତାହ ପାଳନ କାର୍ଯ୍ୟକ୍ରମର ପ୍ରଥମ ଦିନରେ ଆଶ୍ରମ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା। ତତ୍ ସହିତ ବହୁ ଉପାଦେୟ ପୂର୍ଣ୍ଣ ଓ ଜରା ନିବାସ ପରିଚାଳନା ସମନ୍ଧେ ନିଜର ଅନୁଭୂତି ପ୍ରଦାନ କରିଥିଲେ। ଆଜିର ଉପସ୍ଥିତିଙ୍କ ମଧ୍ୟରେ ବ୍ରହ୍ମା ନଗର/ ଜ୍ୟୋତି ନଗର ବରିଷ୍ଠ ନାଗରିକ ମଞ୍ଚ ର ସଭାପତି.ହୀନ ବେହେରା, ସମ୍ପାଦକ. ସୁରେନ୍ଦ୍ର ପାଢି ମହିଳା ଗୃପରେ ସ୍ବାଧିନା ପାତ୍ର, ଜମ୍ବୁବତି ଗୌଡ,ଗୀତା ରାଣୀ ପଟ୍ଟନାୟକ, ଭାସ୍କର ଦୋରା,ପଞ୍ଚାନନ ଗୌଡ, ନିରଞ୍ଜନ ମହାନ୍ତି, ସେହିପରି ଭାରତ ବିକାଶ ପରିଷଦ ତରଫରୁ ସଭାପତି ଇଂ.ସିମାଞ୍ଚଳ ଦାସ ଓ ସମ୍ପାଦକ ଜି. ଶିବରାମ ରେଡ୍ଡୀ, ଅନ୍ୟ ବରିଷ୍ଠ ସଦସ୍ୟ ସଦସ୍ୟା ମାନଙ୍କ ଭିତରେ ,ମୂରଲୀ ମୋହନ ଆଚାର୍ଯ୍ୟ, ପୂର୍ଣ୍ଣ ଚନ୍ଦ୍ର ପରିଛା,ବିଜୟ ଆଚାର୍ଯ୍ୟ, ଗିରିଧର ପାଣି, ଶ୍ରୀମତୀ ସୁକାନ୍ତି ଆଚାର୍ଯ୍ୟ,ସୁଷମା ତ୍ରିପାଠୀ,ସୁରମା ଶତପଥୀ ଇତ୍ୟାଦି ଉଲ୍ଲେଖନୀୟ ଭାବେ ଯୋଗଦେଇ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପ୍ରଦିପ କୁମାର ପାଣିଗ୍ରାହୀ, ନବୀନ ବେବର୍ତ୍ତା,ମମତା ବେବର୍ତ୍ତା,ସୁପ୍ରଭା ପରିଛା,ସୁଯାତା ଆଚାର୍ଯ୍ୟ, ସୁନନ୍ଦା ପାଣିଗ୍ରାହୀ ଇତ୍ୟାଦି ଯୋଗ ଦେଇଥିଲେ।

Also Read

Tags