ଜୁଲାଇ 1 ତାରିଖ ଠାରୁ ଓମ୍‌‍ସା ପକ୍ଷରୁ ରାଜ୍ୟବ୍ୟାପି ଡ଼ାକ୍ତରମାନଙ୍କ ଆନ୍ଦୋଳନ : ଓଡ଼ିଶା ମେଡିକାଲ କର୍ମଚାରୀ ସଂଘ

Pradeep Kar

ବ୍ରହ୍ମପୁର, 3/7 : ରୋଗୀଙ୍କ ସ୍ଵାସ୍ଥ୍ୟସେବା ଦୃଷ୍ଟିରୁ ରାଜ୍ୟ ସରକାର ଧର୍ମଘଟକାରୀ ଡ଼ାକ୍ତରଙ୍କ ସହ ଆଲୋଚନା କରି ସମାଧାନ କରନ୍ତୁ ବୋଲି ଓଡ଼ିଶା ମେଡିକାଲ କର୍ମଚାରୀ ସଂଘ ପକ୍ଷରୁ କୁହାଯାଇଛି । ଗତ ଜୁଲାଇ 1 ତାରିଖ ଠାରୁ ଓମ୍‌‍ସା ପକ୍ଷରୁ ରାଜ୍ୟବ୍ୟାପି ଡ଼ାକ୍ତରମାନଙ୍କ ଆନ୍ଦୋଳନକୁ ଓଡ଼ିଶା ମେଡିକାଲ କର୍ମଚାରୀ ସଂଘର ରାଜ୍ୟ ଉପଦେଷ୍ଟା ତଥା ହିନ୍ଦ୍‌‍ ମଜଦୁର ସଭାର ଉପସଭାପତି ରବି ରଥ ଡ଼ାକ୍ତରଙ୍କ ନ୍ୟାର୍ଯ୍ୟ ଦାବିକୁ ସମର୍ଥନ କରି ରାଜ୍ୟ ସରକାର ତୁରନ୍ତ ଡ଼ାକ୍ତରଙ୍କ ସହ ଆଲୋଚନା କରି ଏହାର ସମାଧାନ କ୍ଷେତ୍ରରେ ପଦକ୍ଷେପ ନେବାକୁ ମତ ପ୍ରକାଶ କରିଛନ୍ତି । ରୋଗୀ ସେବା ଯେଭଳି ପ୍ରତିବନ୍ଧକ ସୃଷ୍ଟି ନ ହୁଏ ସେ ଦିଗରେ ସରକାର ଦୃଷ୍ଟି ଦେବା ଉଚିତ ବୋଲି ସେ କହିଛନ୍ତି। ଡ଼ାକ୍ତରଖାନାରେ ରୋଗୀଙ୍କ ପ୍ରବଳ ଭିଡ଼ ହେଉଥିବାରୁ ଅଧିକ ଡ଼ାକ୍ତର ନିଯୁକ୍ତି, କ୍ୟାଡର ପୁନର୍ଗଠନ, ଲେବଲ୍‌‍ ପେ’ ସ୍କେଲ୍‌‍ 15ର ଉଚ୍ଛେଦ, ସ୍ବଚ୍ଛ ବଦଳି ନୀତି, କେବିକେ ଏକ୍‌‍ଜିଟ ନୀତି, ଡାକ୍ତରଙ୍କ ସୁରକ୍ଷା ଭଳି ଦାବିଗୁଡ଼ିକ ଯୁକ୍ତିଯୁକ୍ତ ଦାବି କରାଯାଇଛି ।

Also Read

Tags