ସମାଜର ପ୍ରଚିଷ୍ଠାତା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୮ ତମ ଶ୍ରାଦ୍ଧବାର୍ଷିକୀ ଦିବସ ପାଳନ

Pradeep Kar

ହିଞ୍ଜିଳିକାଟୁ, ହିଞ୍ଜିଳିକାଟୁ ପୌରପାଳିକା ପିଏମଶ୍ରୀ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ବ୍ଳକ ସ୍ଥରୀୟ କୁଇଜ୍ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଚିତ୍ରାଙ୍କନ କାର୍ଯ୍ୟକ୍ରମରେ ନଲେଜ ହବ ପରିଚାଳକ ସୁନିଲ ପଟ୍ଟନାୟକ, ଯୋଗାନନ୍ଦ ମହାପାତ୍ର ଓ କୁଇଜ୍ ପ୍ରତିଯୋଗିତାରେ ବ୍ରାହ୍ମଣଛାଇ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅରୁଣ କୁମାର ମହାରଣା,ଶେଷଦେବ ସାହୁ, ସଂସ୍କାର ପଟ୍ଟନାୟକ, ହିମାଂଶୁ ବେହେରା ପ୍ରମୁଖ ପରୀକ୍ଷା ପରିଚାଳନା ସହ ମୂଲ୍ୟାଙ୍କନରେ ସହଯୋଗ କରିଥିଲେ । କୁଇଜ୍ ପ୍ରତିଯୋଗିତାର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ୯ମଶ୍ରେଣୀ ଛାତ୍ରୀ ଅପର୍ଣ୍ଣା ପ୍ରଧାନ ପ୍ରଥମ ସ୍ଥାନ ଅଧୁକାର କରିଥିବା ବେଳେ ସରକାରୀ ଏନ ଏହି ହାଇସ୍କୁଲ ର ୯ମ ଶ୍ରେଣୀ ଛାତ୍ର ଓମକାର ପାଣିଗ୍ରାହୀ ଓ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୯ମ ଶ୍ରେଣୀ ଛାତ୍ର ଅମିତ୍ କୁମାର ପ୍ରଧାନ ତୃତୀୟ ସ୍ଥାନ ଅଧୁକାର କରିଥିଲେ । ଚିତ୍ରାଙ୍କନ ପ୍ରତିଯୋଗିତାରେ ହିଞ୍ଜିଳିକାଟୁ କେନ୍ଦ୍ରୀୟ ବିଦ୍ୟାଳୟ ର ୭ମ ଶ୍ରେଣୀ ଛାତ୍ର ରାଜାରାମ ପଟ୍ଟନାୟକ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ବୃନ୍ଦାବନ ନାୟକ ଇଙ୍ଗଲିସ ମିଡିୟମ ସ୍କୁଲ ର ୬ଷ୍ଠ ଶ୍ରେଣୀ ଛାତ୍ରୀ ସୃତିକା ପାଠୀ ଦ୍ଵିତୀୟ ସ୍ଥାନ ଓ ୭ମ ଶ୍ରେଣୀ ଛାତ୍ରୀ ସ୍ଵାତୀଶ୍ରୀ ଦାଶ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଅତିଥି ଭାବେ ହିଞ୍ଜିଳିକାଟୁ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁକାନ୍ତ ଚନ୍ଦ୍ର ବେଉରା, ହିଞ୍ଜିଳି ଥାନା ଆଇଆଇସି ଶ୍ରୀନିବାସ ସେଠି, ବିରୋଧୀ ଦଳ ନେତା ତଥା ହିଞ୍ଜିଳି ବିଧାୟକଙ୍କ ଜିଲ୍ଲା ପରିଷଦ ପ୍ରତିନିଧି ଦେବାନନ୍ଦ ମହାପାତ୍ର, ପୌରାଞ୍ଚଳ ପ୍ରତିନିଧି ପ୍ୟାରୀମୋହନ ପାଢି, ବରିଷ୍ଠ ସାମ୍ବାଦିକ ଦ୍ବିତୀକୃଷ୍ଣ ପଣ୍ଡା ପ୍ରମୁଖ ଯୋଗ ଦେଇ କୃତି ଛାତ୍ର ଛାତ୍ରୀ ମାନଙ୍କୁ ଶାନ୍ତନା ମୁଳକ ପୁରସ୍କାର ସହ ମାନପତ୍ର ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ପିଏମଶ୍ରୀ ନାଗେଶ୍ଵର ହାଇସ୍କୁଲ ଧନନ୍ତର ର ପ୍ରଧାନ ଶିକ୍ଷକ ରମାକାନ୍ତ ମହାନ୍ତି ମଞ୍ଚ ପରିଚାଳନା କରିଥିଲେ।କର୍ଯ୍ୟକ୍ରମକୁ ଯୁଧୁଷ୍ଠିର ସ୍ବାଇଁ, ପୌର ସହକାରୀ ଯନ୍ତ୍ରୀ ମାନସ ରଞ୍ଜନ ଦାଶ, କୋରାମଣି ରାଉଳ, ସୁଶାନ୍ତ କୁମାର ପ୍ରଧାନ, ରଞ୍ଜନକୁମାର ପ୍ରଧାନ, ମାନସ ବେହେରା, ଗୌରହରି ସାମନ୍ତରା, ସିଆରସିସି ଅଖିଳ କୁମାର ପଣ୍ଡା, ଶିକ୍ଷକ ରଘୁନାଥ ସାହୁ, ଶିକ୍ଷକ ସନ୍ତୋଷ କୁମାର ପଣ୍ଡା, ପ୍ରଧାନ ଶିକ୍ଷକ ଗ୍ୟୈରିଶଙ୍କର ଗ୍ୟୈଡ, ନୃସିଂହ ପ୍ରସାଦ ପଟ୍ଟନାୟକ, ରାମଚନ୍ଦ୍ରପୁର ହାଇସ୍କୁଲ ପ୍ରଧାନ ଶିକ୍ଷକ ବେଣୁଧର ସାହୁ, ଶିକ୍ଷୟିତ୍ରୀ ରେଣୁ ସେଠି, ଶିକ୍ଷୟିତ୍ରୀ ମଞ୍ଜୁଲତା ଦତ୍ତ, ଶିକ୍ଷୟିତ୍ରୀ ପ୍ରତିଲତା ସାହୁ,ଦୁର୍ଗା ପ୍ରସାଦ ପଣ୍ଡା, କଙ୍କୋରଡା ବିଜ୍ଞାନ ମହାବିଦ୍ୟାଳୟ ଓଡିଆ ଅଧ୍ୟାପକ ସିମାଞ୍ଚଳ ପ୍ରଧାନ, ଶିବାନୀ ପୃଷ୍ଟି, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।‌

Also Read

Tags