ଦକ୍ଷିଣ ଓଡ଼ିଶା ଓ ଗଞ୍ଜାମ ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ରେଳମନ୍ତ୍ରୀଙ୍କୁ ସ୍ମାରକ ପତ୍ର

Pradeep Kar

ବ୍ରହ୍ମପୁର, ଜୁଲାଇ ୬: ଦକ୍ଷିଣ ଓଡ଼ିଶା ରେଳପଥ ଉନ୍ନୟନ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କେନ୍ଦ୍ର ରେଳମନ୍ତ୍ରୀଙ୍କ ବ୍ରହ୍ମପୁର କାର୍ଯ୍ଯକ୍ରମ ପରିପ୍ରେକ୍ଷୀରେ ତଥା ବ୍ରହ୍ମପୁର ଷ୍ଟେସନର ପୁନଃବିନ୍ୟାସ ନିମେନ୍ତ ୩୨୨ କୋଟି ଆର୍ଥକ ଅନୁଦାନ ଓ ବ୍ରହ୍ମପୁର – ଉଦାନ ( ସୁରଟ) ଦୈନନ୍ଦିନ ଚଳାଚଳ ନିମନ୍ତେ ବହୁପ୍ରତିକ୍ଷିତ ନେଇଥିବା ପଦକ୍ଷେପକୁ କ୍ରିୟାନୁଷ୍ଠାନ କମିଟି ତରଫରୁ ବିଶେଷ ହାର୍ଦ୍ଦିକ ଅଭିନନ୍ଦନ, ବ୍ରହ୍ମପୁର ଓଡିଶାର ପ୍ରଥମ ଏବଂ ଏକ ପ୍ରମୁଖ ରେଳ ଷ୍ଟେସନ ଭାବେ ପରିଚିତ ଏହା ପୂର୍ବ ଓ ଦକ୍ଷିଣ ଭାରତକୁ ଯାତାୟାତ କରୁଥିବା ହଜାର ହଜାର ଯାତ୍ରୀଙ୍କୁ ୧୮୯୨ ମସିହାରୁ ସେବା ଯୋଗାଇ ଆସୁଛି। ଏହି ପୁନର୍ବିକାଶ ପ୍ରକଳ୍ପ ଭାରତୀୟ ରେଳବାଇର ବ୍ୟାପକ ଷ୍ଟେସନ ଆଧୁନିକୀକରଣ କାର୍ଯ୍ୟକ୍ରମର ଏକ ଅଂଶ ଅଟେ। ଓଡିଶାର ତିନି ଗୋଟି NSG -2 ଷ୍ଟେସନ ଭିତରେ ଭୁବନେଶ୍ୱର, ପୁରୀ ଓ ବ୍ରହ୍ମପୁର ରହିଛିI ବ୍ରହ୍ମପୁରର ଆୟ ବାର୍ଷିକ ୧୦୦କୋଟିରୁ ଉର୍ଦ୍ଧ ରହିଥିବା ବେଳେ ଯାତ୍ରୀ ସଂଖ୍ୟାବି ୭୨ଲକ୍ଷରୁ ଅଧିକା ରହିଛି କିନ୍ତୁ ଏଥି ସହ ଗଞ୍ଜାମ ଜିଲ୍ଲାର ରେଳ ଭିତ୍ତିଭୂମିର ସାମଗ୍ରିକ ବିକାଶ ପାଇଁ ଦୀର୍ଘଦିନ ଧରି ଅପେକ୍ଷାରତ ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପଗୁଡ଼ିକୁ ତୁରନ୍ତ ମଞ୍ଜୁରି ଓ କାର୍ଯ୍ୟକାରୀ କରିବାକୁ ଦାବି କରାଯାଇଛି।କମିଟି ପକ୍ଷରୁ କୁହାଯାଇଛି ଯେ, ବ୍ରହ୍ମପୁର ଏବଂ ଗଞ୍ଜାମ ଜିଲ୍ଲା ଅର୍ଥନୈତିକ, ଶିଳ୍ପ, ଶିକ୍ଷା, ପର୍ଯ୍ୟଟନ ଓ ରାଜନୈତିକ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ମଧ୍ୟ ଏଠାରେ ଅନେକ ରେଳ ପ୍ରକଳ୍ପ ଏପର୍ଯ୍ୟନ୍ତ ମଞ୍ଜୁରି ଓ କାର୍ଯ୍ୟକାରିତାକୁ ବହୁପ୍ରତିକ୍ଷିତ ଅପେକ୍ଷା କରି ରହିଛି। ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ ଲକ୍ଷ ଲକ୍ଷ ଲୋକ ଉପକୃତ ହେବା ସହ ଦକ୍ଷିଣ ଓଡ଼ିଶାର ସାମଗ୍ରିକ ବିକାଶରେ ନୂତନ ଦିଗନ୍ତ ସୃଷ୍ଟି ହେବ।କମିଟିର ପ୍ରମୁଖ ଦାବି୧. ଗୋଳନ୍ଥରା କୋଚିଂ ଡିପୋର କାର୍ଯ୍ୟ ନିମନ୍ତେ ଆର୍ଥିକ ଅନୁଦାନ ର ବ୍ୟବସ୍ଥା କରାଯାଉ। ଏହା ବ୍ରହ୍ମପୁରରୁ ଚଳାଚଳ କରୁଥିବା ଟ୍ରେନ ଗୁଡ଼ିକର ରକ୍ଷଣାବେକ୍ଷଣ ଓ ସୁଚାରୁ ପରିଚାଳନା ପାଇଁ ଅତ୍ୟାବଶ୍ୟକ।୨. ବ୍ରହ୍ମପୁର ରେଳ ଷ୍ଟେସନର ବୃହତ ଆଧୁନିକୀକରଣ କରାଯାଉ। ୮୦ ମିଟର ପ୍ରଶସ୍ତ ରୁଫ୍ ପ୍ଲାଜା ( ଏୟାର Concosure) ନିର୍ମାଣ କରାଯାଇ ଯାତ୍ରୀ ସୁବିଧା ବୃଦ୍ଧି କରାଯାଉ।୩. ନୂତନ ରେଳପଥ ପ୍ରକଳ୍ପଗୁଡ଼ିକୁ ତୁରନ୍ତ ମଞ୍ଜୁରି ଦିଆଯାଉ, ଉକ୍ତ ପ୍ରକଳ୍ପ ନିମନ୍ତେ ନିକଟରେ ବାରମ୍ବାର ସର୍ଭେ କାର୍ଯ୍ୟ ସମ୍ପନ୍ନ ହୋଇସାରିଥିବା ପରିପ୍ରେକ୍ଷୀରେ ୫୦ ବର୍ଷ ରୁ ଅଧିକ ସମୟ ଧରି ଅପେକ୍ଷା କରିଥିବା ୫୦ ଲକ୍ଷ ଜନସାଧାରଣ ବହୁ ପ୍ରତୀକ୍ଷିତ ଆକାଂକ୍ଷାକୁ ସାକାର କରିବା ନିମନ୍ତେ ନୂତନ ରେଳପଥ ନିର୍ମାଣ କରାଯାଉ ଯଥା—ବ୍ରହ୍ମପୁର–ସମ୍ବଲପୁର ( ରେଢ଼ାଖୋଲ)ଗୋପାଳପୁର – ରାୟଗଡ଼ା ( ସିଙ୍ଗାପୁର)ଗୋପାଳପୁର–ତାଳଚେରଏହି ରେଳପଥ ଗୁଡ଼ିକ ଦ୍ୱାରା ଆଞ୍ଚଳିକ ସଂଯୋଗ, ଉଭୟ ଅଞ୍ଚଳର ଆର୍ଥିକ ଓ ବାଣିଜ୍ୟ ଉନ୍ନତି ଓ ଯାତ୍ରା ସମୟ ହ୍ରାସରେ ସହାୟକ ହେବ।୪. ଗଞ୍ଜାମ ଜିଲ୍ଲାରେ ଏକ ରେଳ ୱାଗନ୍ କାରଖାନା ସ୍ଥାପନ କରାଯାଉ। ଏହା ରୋଜଗାର ସୃଷ୍ଟି କରିବା ସହ ‘ମେକ୍ ଇନ୍ ଇଣ୍ଡିଆ’ ଅଭିଯାନକୁ ମଧ୍ୟ ସୁଦୃଢ଼ କରିବ।୫. ଦକ୍ଷିଣ ଓଡ଼ିଶାର ଦୀର୍ଘଦିନର ଦାବିକୁ ପୂରଣ କରି ବ୍ରହ୍ମପୁର (BAM) ରେଳ ଷ୍ଟେସନରେ ନିମ୍ନଲିଖିତ ଗୁରୁତ୍ୱପୂର୍ଣ୍ଣ ଟ୍ରେନ ଗୁଡ଼ିକର ବାଣିଜ୍ୟିକ ଓ ସୁଲଭ ଯାତାୟତ ରହଣି (Commercial Stoppage) ପ୍ରଦାନ କରିବାକୁ ସାଧାରଣ ଜନତା ଦାବି କରିଛନ୍ତି। ରହଣି ଦାବି କରାଯାଇଥିବା ଟ୍ରେନ ଗୁଡ଼ିକ: 20889/20890 ହାଓଡ଼ା–ତିରୁପତି ହମସଫର ଏକ୍ସପ୍ରେସ 22807/22808 ସାନ୍ତ୍ରାଗାଛି–ଚେନ୍ନାଇ ଏସି ସୁପରଫାଷ୍ଟ ଏକ୍ସପ୍ରେସ 12867/12868 ହାଓଡ଼ା–ପୁଡୁଚେରୀ ସୁପରଫାଷ୍ଟ ଏକ୍ସପ୍ରେସ 22305/22306 ଜସିଡିହ–ଏସଏମଭିଟି ବେଙ୍ଗାଳୁରୁ ଏକ୍ସପ୍ରେସ 12245/12246 ହାଓଡ଼ା–ଏସଏମଭିଟି ବେଙ୍ଗାଳୁରୁ ଦୁରନ୍ତୋ ଏକ୍ସପ୍ରେସବ୍ରହ୍ମପୁର ପୂର୍ବତଟ ରେଳବାଇର ଅତ୍ୟନ୍ତ ବ୍ୟସ୍ତବହୁଳ ଷ୍ଟେସନ ମାନଙ୍କ ମଧ୍ୟରୁ ଅନ୍ୟତମ, ଯେଉଁଠାରୁ ପ୍ରତିବର୍ଷ ଲକ୍ଷାଧିକ ଯାତ୍ରୀ ଯାତାୟାତ କରୁଛନ୍ତି। ଏହି ଟ୍ରେନ ଗୁଡ଼ିକର ବ୍ରହ୍ମପୁରରେ ରହଣି ବ୍ୟବସ୍ଥା ହେଲେ ଦକ୍ଷିଣ ଓଡ଼ିଶାର ଛାତ୍ରଛାତ୍ରୀ, ରୋଗୀ, ଶ୍ରମିକ, ବ୍ୟବସାୟୀ ଓ ସାଧାରଣ ଯାତ୍ରୀମାନେ ବହୁଳ ଉପକୃତ ହେବେ। କିନ୍ତୁ ଏହି ପ୍ରସ୍ତାବ ପ୍ରସ୍ତୁତ କରିଥିବା କର୍ତ୍ତୃପକ୍ଷ ବ୍ରହ୍ମପୁର ରେଳ ଷ୍ଟେସନରେ ଉକ୍ତ ଟ୍ରେନ ଗୁଡ଼ିକର ଷ୍ଟପେଜ୍ ନ ଦେବାର ଯୁକ୍ତି କ’ଣ, ତାହା ସ୍ପଷ୍ଟ କରିବା ଆବଶ୍ୟକ।ଏହି ଟ୍ରେନଗୁଡ଼ିକ ପାଲାସା, ଖୋର୍ଦ୍ଧା ରୋଡ୍, ଭୁବନେଶ୍ୱର, କଟକ, ଭଦ୍ରକ ଏବଂ ବାଲେଶ୍ୱର ଷ୍ଟେସନରେ ରହୁଛି। କିନ୍ତୁ ପାଲାସାରୁ ଖୋର୍ଦ୍ଧା ରୋଡ୍ ପର୍ଯ୍ୟନ୍ତ ପ୍ରାୟ ୨୪୦ କିଲୋମିଟର ମଧ୍ୟରେ କୌଣସି ଷ୍ଟପେଜ୍ ନାହିଁ, ଯେଉଁଥିରେ ଖୋର୍ଦ୍ଧା ରୋଡ୍ ଠାରୁ ବାଲେଶ୍ୱର ପର୍ଯ୍ୟନ୍ତ ପ୍ରାୟ ୨୨୧ କିଲୋମିଟର ମଧ୍ୟରେ ୫ଟି ଷ୍ଟପେଜ୍ ରହିଛି। ଏପରି ପରିସ୍ଥିତିରେ ଯାତ୍ରୀ ପଦଚାରଣ (Footfall) ଦୃଷ୍ଟିରୁ ଓଡିଶାର ତୃତୀୟ ସର୍ବାଧିକ ବ୍ୟସ୍ତ ରେଳ ଷ୍ଟେସନ ମଧ୍ୟରୁ ଗୋଟିଏ ବ୍ରହ୍ମପୁରରେ ଷ୍ଟପେଜ୍ ନ ଦେବାକୁ ପ୍ରାଯୁକ୍ତିକ (Technical) ଓ ପ୍ରଶାସନିକ (Administrative) ଦୃଷ୍ଟିରୁ କିପରି ଯୁକ୍ତିସଙ୍ଗତ ବୋଲି ବିବେଚନା କରାଯାଇଛି ? ଜାଣିଶୁଣି ପୂର୍ବତଟ ରେଳପଥର ପ୍ରାଶାସନିକ ଅବହେଳା କାରଣରୁ…୬ . ବ୍ରହ୍ମପୁରରୁ ପ୍ରତିଦିନ ନୂତନ ଟ୍ରେନ୍ ସେବା ଆରମ୍ଭ କରାଯାଉ, ଯଥା—ବ୍ରହ୍ମପୁର–ମୁମ୍ବାଇବ୍ରହ୍ମପୁର–ଦିଲ୍ଲୀବ୍ରହ୍ମପୁର–ଚେନ୍ନାଇ ଓ ହାୱଡା ବ୍ରହ୍ମପୁର–ଅଯୋଧ୍ୟାବ୍ରହ୍ମପୁର–ପୁରୀ – ଭକ୍ତଙ୍କ ନିମେନ୍ତ, ଭୁବନେଶ୍ୱର ଓ ବିଶାଖIପାଟଣା ସରକାରୀ କର୍ମଚାରୀଙ୍କ ନିମନ୍ତେ ( AC Chair Car- Memu)ଭୁବନେଶ୍ୱର – ଅନନ୍ଦବିହIର ସମ୍ପକର୍କ୍ରାନ୍ତିକୁ ବ୍ରହ୍ମପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ ବିଶାଖାପାଟଣା – ଅମୃତସର କୁ ନିୟମିତ କରାଇବାକୁ କମିଟି କହିଛି ଯେ, ବ୍ରହ୍ମପୁର ଦକ୍ଷିଣ ଓଡ଼ିଶାର ପ୍ରବେଶଦ୍ୱାର ଭାବେ ପରିଚିତ। ଏଠାରେ ଏହି ପ୍ରକଳ୍ପଗୁଡ଼ିକ ଶୀଘ୍ର କାର୍ଯ୍ୟକାରୀ ହେଲେ ଗଞ୍ଜାମ ଜିଲ୍ଲା ସମେତ ସମଗ୍ର ଦକ୍ଷିଣ ଓଡ଼ିଶାର ଅର୍ଥନୈତିକ, ଶିଳ୍ପ, ପର୍ଯ୍ୟଟନ ଓ ସାମାଜିକ ବିକାଶକୁ ବଳ ମିଳିବ। ସେଥିପାଇଁ କେନ୍ଦ୍ର ରେଳମନ୍ତ୍ରୀ ଏହି ଦାବିଗୁଡ଼ିକୁ ସକାରାତ୍ମକ ଭାବେ ବିଚାର କରି ଶୀଘ୍ର ପଦକ୍ଷେପ ନେବାକୁ କମିଟି ଅନୁରୋଧ କରିଛି। ଏହାକୁ ନେଇ ଦକ୍ଷିଣ ଓଡିଶା ମିଳିତ ରେଳପଥ ଉନ୍ନୟନ କ୍ରିୟାନୁଷ୍ଠାନ କମିଟି ର ଆବାହକ ତଥା ଆଇନଜୀବୀ ସରୋଜ ରଞ୍ଜନ ପଟ୍ଟନାୟକ ଓ ବିଭିନ୍ନ ଗଣ ସଂଗଠନର ସଦସ୍ୟ ଗଣ ତଥା ପ୍ରଗତିଶୀଳ ଉତ୍କଳ ସମାଜର ରାଜ୍ୟ ସମ୍ପାଦକ ମାନସ ରଞ୍ଜନ ପାତ୍ର, ଗଂଜାମ ଜିଲ୍ଲା ବିକାଶ ମଞ୍ଚର ଆବାହକ ରାଜେନ୍ଦ୍ର ପଣ୍ଡା , ବିନୋଦ ଠାକୁର, ରବି ରଥ, ଦକ୍ଷିଣ ଓଡିଶା ବିକାଶ ପରିଷଦ ପ୍ରିତିଶ ପାଣିଗ୍ରାହୀ, ଭି.ସୋମେଶ୍ୱର ରାଓ- ଫୋରମ ଫୋର ଗଂଜାମ, ପ୍ରଫେସର ଡ଼.ସୂର୍ଯ୍ୟ ନାରାୟଣ ତ୍ରିପାଠୀ , କେଦାର ନାଥ ପଣ୍ଡା, ପ୍ରବୀଣ ପଟ୍ଟନାୟକ,ଲୋକନାଥ ପରିଡା, ଆଇନଜୀବୀ ଶିରୀନ ତମନ୍ନା, ପ୍ରକାଶ ଚନ୍ଦ୍ର ଭଜାଣି, ସୂର୍ଯ୍ୟ ନାରାୟଣ ବେହେରା, ଅବସରପ୍ରାପ୍ତ ଅଧ୍ୟାପକ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ଗୋପାଳ କୃଷ୍ଣ ପାଢ଼ୀ, ସନ୍ତୋଷ ସାହୁ, ବାସୁଦେବ ପଣ୍ଡା, ସ୍ୱାଭିମାନ ଓଡ଼ିଶାର ଆବାହକ ଅମ୍ବିକା ପଣ୍ଡା , ଉମାକାନ୍ତ ସାହୁ, ସୁଜିତ କୁମାର ତ୍ରିପାଠୀ , ଦକ୍ଷିଣ ଓଡିଶା ଛାତ୍ର ସଂଗଠନର ଆବାହକ ନରସିଂହ ନୀଳ ମାଧଵ ପାତ୍ର, ଘୁମୁସର ବିକାଶ ପରିଷଦ ତଥା ବରିଷ୍ଠ ଆଇନଜୀବୀ ସୋମନାଥ ନାୟକ, ରମେଶ ଚନ୍ଦ୍ର ନାୟକ, ଆଇନଜୀବୀ ଆଦିତ୍ୟ ପ୍ରସାଦ ନାୟକ, ସାମାଜିକ ନେତ୍ରୀ ସବିତା ସାହୁକାର,ଅବସରପ୍ରାପ୍ତ ପ୍ରଫେସର ଲଷ୍ମୀ ନାରାୟଣ ନାୟକ, ଭାଗବତ ଚାରିଟେବଲ ଟ୍ରଷ୍ଟ ର ମୁଖ୍ୟ ପ୍ରକାଶ ଚନ୍ଦ୍ର ପାତ୍ର, ପ୍ରଶାନ୍ତ କୁମାର ପାଢ଼ୀ, ଘୁମୁସର ବିକାଶ ପରିଷଦର ରମେଶ ଚନ୍ଦ୍ର ନାୟକ, ଗୋପାଳ ଚନ୍ଦ୍ର ଲେଙ୍କା, ପ୍ରଶାନ୍ତ କୁମାର କର, ସାମାଜିକ କର୍ମୀ ଗୌରୀ ଶଙ୍କର ମହାନ୍ତି , ଅଂଶୁମାନ ପଟ୍ଟନାୟକ, ଲାକ୍ସସମୀ ନାରାୟଣ ପାଢ଼ୀ,ପ୍ରକାଶ ଚନ୍ଦ୍ର ଭଜାଣି, ,ହିମାଂଶୁ ଶେଖର ପାଢ଼ୀ, ମ.ଜାଭେଦ ବେଗ, ସୁରେନ୍ଦ୍ର ନାଥ ରାଉତ, ରବି ନାରାୟଣ ସାମନ୍ତ,ବାସୁଦେବ ବିଷୋୟୀ, ଏବଂ ବହୁ ଗଣ ସଂଗଠନର କାର୍ଯ୍ୟକର୍ତା ମାନେ ଅଭିନନ୍ଦନ ଜଣାଇଛନ୍ତି I ଆବାହକ ଦକ୍ଷିଣ ଓଡିଶା ରେଳପଥ ଉନ୍ନୟନ ମିଳିତ କ୍ରିୟାନୁଷ୍ଠାନ କମିଟି ବ୍ରହ୍ମପୁର l

Also Read

Tags