ତାଲିମପ୍ରାପ୍ତ କଳା କ୍ରୀଡା ଶିକ୍ଷକ ମହାସଂଘର ସମ୍ମିଳନୀ

Pradeep Kar

ବ୍ରହ୍ମପୁର, -ରାଜ୍ୟ ତାଲିମପ୍ରାପ୍ତ କଳା କ୍ରୀଡା ଶିକ୍ଷକ ମହାସଂଘ ସମ୍ମିଳନୀ ରବିବାର ବ୍ରହ୍ମପୁର ସର୍କିଟ ହାଉସ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଂଗଠନର ଗଂଜାମ ଶାଖା ତରଫରୁ ଆୟୋଜିତ ଏହି ସମ୍ମିଳନୀରେ ଜିଲ୍ଲା ସଭାପତି ମନୋଜ କୁମାର ଚୌଧୁରୀ ଅଧ୍ୟକ୍ଷତା କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମର ଗଞ୍ଜାମ, କଳାହାଣ୍ଡି, ଯାଜପୁର, ଅନୁଗୁଳ, ମୟୁରଭଞ୍ଜ ଓ ଗଜପତି ଜିଲ୍ଲାର କଳା ଓ କ୍ରୀଡା ଶିକ୍ଷକ ସଂଗଠନର କର୍ମକର୍ତ୍ତା ଯୋଗଦେଇଥିଲେ । ବୈଠକରେ କଳା କ୍ରୀଡା ଶିକ୍ଷକଙ୍କୁ ଚାକିରୀରେ ନିୟମିତ କରିବା ନେଇ ମିଳିତ ଭାବେ ସ୍ୱର ଶୁଣିବାକୁ ମିଳିଥିଲା । ବାରମ୍ବାର ସଂଗଠନ ସରକାରଙ୍କ ନିକଟରେ ଦାବୀ କରିବା ସତ୍ତ୍ୱେ କଳା ଓ କ୍ରୀଡା ଶିକ୍ଷକଙ୍କୁ ନିୟମିତ ନକରିବା ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା । ସିଲାବସ ବାହାରି ପିଲାଙ୍କୁ କଳା ଓ କ୍ରୀଡା ବହି ପଢେଇବା ପାଇଁ ଶିକ୍ଷକ ପ୍ରସ୍ତୁତ ଅଛନ୍ତି ହେଲେ ସରକାର ଶିକ୍ଷକ ମାନଙ୍କ ନିୟମିତ କଥା ବି ଥରୁଟିଏ ଚିନ୍ତା କରନ୍ତୁ ବୋଲି ବୈଠକରେ ମତପ୍ରକାଶ ପାଇଥିଲା । ଗଞ୍ଜାମ ଶାଖା ତରଫରୁ ଅନୁଷ୍ଠିତ ଏହି ସମ୍ମିଳନୀରେ ରାଜ୍ୟ ସଂଘର କାର୍ଯ୍ୟକାରୀ ସଭାପତି ଦେବଦତ୍ତ ଶତପଥୀ,ଉପସଭାପତି ରଶ୍ମିରଞ୍ଜନ ଶାହାଣୀ,ସାଧାରଣ ସମ୍ପାଦକ ଧର୍ମେନ୍ଦ୍ର ପଣ୍ଡା,ଗଜପତି ଜିଲ୍ଲାରୁ ରମେଶ ଚନ୍ଦ୍ର ସାହୁ,କଳାହାଂଡିରୁ ମୃତ୍ୟୁଞ୍ଜୟ ମୁଣ୍ଡ ପ୍ରମୂଖ ଉପସ୍ଥିତ ଥିଲେ । ଗଞ୍ଜାମ ଜିଲ୍ଲା ସଂଗଠନ ସମ୍ପାଦକ ସପନେଶ୍ୱର ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଆୟୋଜିତ ସମ୍ମିଳନୀରେ ଛଅ ଗୋଟି ଜିଲ୍ଲାର ଶତାଧିକ ଶିକ୍ଷକ/ଶିକ୍ଷୟତ୍ରୀ ଯୋଗଦେଇଥିଲେ ।

Also Read

Tags