ଖଲ୍ଲିକୋଟ :୧୬ ନମ୍ୱର ଜାତୀୟ ରାଜପଥର ସାନ ଘାଟି ନିକଟରେ ଏକ ବାଇକ୍ ଦୁର୍ଘଟଣା ଘଟିଛି I ଆହତ ଜଣକ ଖୋର୍ଦ୍ଧା ଜିଲ୍ଲାର ବୋଲଗଡ଼ ର ପ୍ରଫୁଲ୍ଲ ପରିଡ଼ା ବୋଲି ଜଣାପଡ଼ିଛି I ପ୍ରଫୁଲ୍ଲ ପରିଡ଼ା ରମ୍ଭା ଠାରୁ ନିଜ ଗ୍ରାମ କୁ ଫେରିବା ସମୟରେ ସାନ ଘାଟି ବ୍ରିଜ୍ ଉପରେ ନିଜର ଭାର ସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଥିଲେ I ଦୁର୍ଘଟଣା ରେ କିଛି ଦୂର ଗାଡ଼ି ଟି ଘୋଷାରି ଚାଲିଯିବାରୁ ଆହତଙ୍କ ଡାହାଣ ଗୋଡ଼ଟି ଶକ୍ତ ଆଘାତ ଲାଗିଛି I ସ୍ଥାନୀୟ ଲୋକୋଙ୍କ ସହାୟତାରେ ୧୦୮ ଯୋଗେ ଖଲ୍ଲିକୋଟ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର କୁ ଅଣାଯାଇଥିଲା ଆହତ ଙ୍କ ଡାହାଣ ଗୋଡ଼ ଗୁରୁତର ହୋଇଥିବାରୁ ପ୍ରଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ମେଡିକାଲ କୁ ସ୍ତାନତରିତ କରାଯାଇଛି I
ସାନଘଟି ନିକଟରେ ବାଇକ୍ ଦୁର୍ଘଟଣା





