ରାଜ୍ୟ ସ୍ତରୀୟ ଭାରୋତ୍ତଳନ ପ୍ରତି ଯୋଗିତାରେ ମୁକେଶ ଓ ସତ୍ୟମ୍ ଙ୍କ ସଫଳତା

Pradeep Kar

ବ୍ରହ୍ମପୁର ୨୮/୦୭ ଭୁବନେଶ୍ବର ଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ଭାରୋତ୍ତଳନ ପ୍ରତିଯୋଗିତାରେ ୨ୟ ଓଡ଼ିଶା ଦିଗପହଣ୍ଡି ର ଦୁଇ ଜଣ ପ୍ରତିଯୋଗୀ ସଫଳତା ହାସଲ କରିଛନ୍ତି । ଏଥିଲାଗି ଉଭୟ ଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି । ୧୨ ଓ ୧୪ ବର୍ଷ ରୁ କମ୍ ଵାଳକ ଏବଂ ବାଳିକା ଭାରୋତ୍ତଳନ ପ୍ରତିଯୋଗିତା -୨୦୨୬ ଭୂଵନେଶ୍ଵର ଠାରେ ଜୁଲାଇ ୨୪ ରୁ ୨୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା । ଏହି ପ୍ରତିଯୋଗିତା ରେ ଦିଗପହଣ୍ଡି ର ଦୁଇ ବାଳକ ୧୪ ବର୍ଷରୁ କମ ରେ ମୁକେଶ କୁମାର ଦାସ ୫୦ ବର୍ଗ ରେ ବ୍ରୋଞ୍ଜ ପଦକ ଓ ସତ୍ୟମ୍ ରଥ ୬୫+ ବର୍ଗ ରେ ସିଲିଭର ପଦକ ପାଇଛନ୍ତି । ଉଭୟ ଙ୍କୁ ଦିଗପହଣ୍ଡି ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ୍ କୋଚ୍ ରାଜେଶ୍ୱରୀ ବେହେରା ତାଲିମ୍ ପ୍ରଦାନ କରୁଛନ୍ତି ।

Also Read

Tags