ଗଂଜାମ ଜିଲ୍ଲା ନାଟ୍ୟ ନିର୍ଦ୍ଦେଶକ ସଂଘ ତରଫରୁ ଗୁରୁପୂର୍ଣ୍ଣିମା କାର୍ଯ୍ୟକ୍ରମ

Pradeep Kar

ବ୍ରହ୍ମପୁର:-ଗୁରୁଙ୍କୁ ଭଗବାନଙ୍କ ସହ ତୁଳନା କରାଯାଇଛି । ଗୁରୁ ହେଉଛନ୍ତି ମାର୍ଗଦର୍ଶକ ଓ ପଥ ପ୍ରଦର୍ଶକ । ଜଣେ ଗୁରୁ ଉଭୟ ନିଜ ଆଚରଣ ଓ ଉଚ୍ଚାରଣରେ ସଂଯମତା ଅବଲମ୍ବନ କରିବା ଉଚିତ ବୋଲି ଜିଲ୍ଲାସ୍ତରୀୟ ଗୁରୁପୂର୍ଣ୍ଣିମା କାର୍ଯ୍ୟକ୍ରମରେ ମତପ୍ରକାଶ ପାଇଛି । ଓଡିଶା ନାଟ୍ୟ ନିର୍ଦ୍ଦେଶକ ସଂଘ ଗଂଜାମ ଶାଖା ତରଫରୁ ସଭାପତି ରାଜ ଗୋପାଳ ପାଢ଼ୀଙ୍କ ସଭାପତିତ୍ୱରେ ବ୍ରହ୍ମପୁର ଆଙ୍କୁଲି ସ୍ଥିତ ଶ୍ମଶାନେଶ୍ୱର ଶିବ ମନ୍ଦିରରେ ଗୁରୁପୂର୍ଣ୍ଣିମା ପାଳନ କାର୍ଯ୍ୟକ୍ରମ ବୁଧବାର ଆୟୋଜିତ ହୋଇଯାଇଛି । ଶିବମନ୍ଦିରରେ ପୂଜାର୍ଚ୍ଚନା କରି ଆଜ୍ଞାମାଳ ଆଣିବା ପରେ ନାଟ୍ୟଗୁରୁ ଭରତମୁନିଙ୍କ ନିକଟରେ ପ୍ରଦୀପ ପ୍ରଜ୍ବନ କରାଯାଇ ଗୁରୁପୂଜା କରାଯାଇଥିଲା । ଗୁରୁବନ୍ଦନା,ହନୁମାନ ଚାଳିଶା, ନାମ ଉଚ୍ଚାରଣ ପରେ ସମସ୍ତ ଉପସ୍ଥିତ ନାଟ୍ୟଗୁରୁ ମାନଙ୍କୁ ସିନ୍ଦୁର ଚନ୍ଦନ ଲଗେଇ ସ୍ୱାଗତ କରାଯାଇଥିଲା । ଗୁରୁପୂର୍ଣ୍ଣିମାର ମହନୀୟତା ଉପରେ ସମସ୍ତେ ମତପୋଷଣ କରିଥିଲେ । ରମାକାନ୍ତ ଆଚାର୍ଯ୍ୟ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସଂଘର ଉପଦେଷ୍ଟା ମଦନ ମିଶ୍ର,ରମେଶ ମହାରଣା, ରାଜ୍ୟ ଉପସଭାପତି ଟୁଟୁ ପାଢ଼ୀ, ସହ-ସମ୍ପାଦକ କୃଷ୍ଣଚନ୍ଦ୍ର ପଣ୍ଡା,ଜିଲ୍ଲା କୋଷାଧ୍ୟକ୍ଷ ଗୌତମ ବାଡ଼ତ୍ୟା ପ୍ରମୁଖଙ୍କ ସହ ଜିଲ୍ଲାର ବହୁ ନିର୍ଦ୍ଦେଶକ ଉପସ୍ଥିତ ରହିଥିଲେ । ମୃତ୍ୟୁଞ୍ଜୟ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିବା ବେଳେ ହୃଷିକେଶ ଆଚାର୍ଯ୍ୟ,ମାନସ,ସୁଶାନ୍ତ, ଦିଲୁ ବେହେରା, ଜିତୁ ରଥ,ରାଣୀ ଓ ନେହାଲି ପ୍ରମୂଖ ବିଶେଷ ସହଯୋଗ କରିଥିଲେ ।

Also Read

Tags