ଖଲ୍ଲିକୋଟ :ସ୍ବର୍ଗତ ରାଣୀ ସାହେଵା ଭି. ସୁଜ୍ଞାନ କୁମାରୀ ଦେଓ ଙ୍କ ୮୯ ତମ ଜନ୍ମ ବାର୍ଷିକ ଅବସରରେ ଆସନ୍ତା ଅଗଷ୍ଟ ୫ ତାରିଖ ରେ ଆୟୋଜିତ ହେବାକୁ ଥିବା ୧୫ ତମ ମେଗା ସ୍ବେଛାକୃତ ରକ୍ତଦାନ ଶିବିରକୁ ସଫଳ କରିବା ଲକ୍ଷ୍ୟ ରେ ଆଜି ଖଲ୍ଲିକୋଟ ଯୁବରାଜ ବଙ୍ଗଳା ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି l ଏହି ବୈଠକ ରେ ମର୍ଦରାଜ ସାଂସ୍କୃତିକ ପରିଷଦ ର ସଭାପତି ଡ଼ଃ ସାକେତ ରାମା ରାଓ ଏବଂ ଖଲ୍ଲିକୋଟ ର ପୂର୍ବତନ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ,ସମ୍ପାଦକ ସୁଧାଂଶୁ ଶେଖର ସାହୁ ଡକ୍ଟର ହର ପ୍ରସାଦ ମହାପାତ୍ର,ଚନ୍ଦ୍ର ଶେଖର ପଟ୍ଟନାୟକ ଅନିରୁଦ୍ଧ ସାହୁଙ୍କ ସମେତ ସ୍ବର୍ଗତ ରାଣୀ ଙ୍କୁ ଭଲ ପାଉଥିବା ବହୁ ବୁଦ୍ଧିଜୀବୀ, ସମାଜସେବୀ, ସଂଗଠକ ଏବଂ ଶୁଭେଛୁମାନେ ଉପସ୍ଥିତ ଥିଲେ l ଉକ୍ତ ବୈଠକ ରେ ମେଗା ସ୍ବେଛାକୃତ ରକ୍ତଦାନ ଶିବିର କୁ କିପରି ସୁରୁଖୁରୁ ଏବଂ ଶୃଙ୍ଖଳିତ ଭାବେ ସମ୍ପାଦନ କରାଯିବ, ଅଧିକ ରୁ ଅଧିକ ସ୍ବେଛାକୃତ ରକ୍ତଦାତା ଙ୍କୁ ଯୋଡ଼ାଯିବ ସ୍ୱାସ୍ଥ୍ୟ ବିଭାଗ ସହ ସମନ୍ୱୟ, ପଞ୍ଜିକରଣ, ରକ୍ତଦାତା ଙ୍କ ସୁବିଧା, ସ୍ଵେଛାସେବକ ଙ୍କ ଦାୟିତ୍ୱ ବଣ୍ଟନ ଓ ଅନ୍ୟାନ୍ୟ ସାଙ୍ଗଠନିକ ବ୍ୟବସ୍ଥା କୁ ନେଇ ବିସ୍ତୃତ ଆଲୋଚନା ହୋଇଥିଲା l ଏହି ରକ୍ତଦାନ ଶିବିରକୁ ସଫଳ କରିବା ପାଇଁ ଏକ କମିଟି ସ୍ଥିର କରାଯାଇଥିଲା, ଯେଉଁଥିରେ କି ପୃର୍ବତନ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ,ପୃର୍ବତନ ଜ଼ିଲ୍ଲା ପରିଷଦ ରତ୍ନାକର ସାହୁ,ଖଲ୍ଲିକୋଟ ବିଜ୍ଞାପିତ ଅଂଚଳ ପରିଷଦ ଚେୟାରମ୍ୟାନ ଇଂ ନିରଞ୍ଜନ ବେହେରା, ପୃର୍ବତନ ଜ଼ିଲ୍ଲାପରିଷଦ ପ୍ରଫୁଲ୍ଲ ସାହୁ,ବନମାଳୀ ବଲା ଆଦି ବହୁ ବୁଦ୍ଧିଜୀବୀ ଓ ନେତୃସ୍ଥାନୀୟ ବ୍ୟକ୍ତି ଉକ୍ତ କମିଟି ରେ ରହିଥିଲେ ଓ ସ୍ଥାନୀୟ ଯୁବରାଜ ବଙ୍ଗଳା ଖଲ୍ଲିକୋଟ ଠାରେ ସ୍ବର୍ଗତ ରାଣୀ ଭି, ସୁଜ୍ଞାନ କୁମାରୀ ଦେଓ ଏହି ଯୁବରାଜ ବଙ୍ଗଳା ଠାରେ ନିଜର ବହୁ ସମୟ ଅତିବାହିତ କରିଥିଲେ ଓ ଉକ୍ତ ସ୍ଥାନରେ ହଁ ସ୍ବେଛାକୃତ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହେବାପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା l
ସ୍ୱର୍ଗତ ରାଣୀ ସାହେବଙ୍କ ୮୯ ତମ ଜନ୍ମ ଜୟନ୍ତୀ ଅବସରରେ ମେଗା ରକ୍ତଦାନ ଶିବିର ପାଇଁ ଅନୁଷ୍ଠିତ ହେଲା ପ୍ରସ୍ତୁତି ବୈଠକ





