ବଲାଙ୍ଗିର,୩୧/୭ – ସଦର ବ୍ଲକ ଅନ୍ତର୍ଗତ ବାରପୁଡୁଗିଆ ଉନ୍ନିତ ଉଚ୍ଚ ବିଦ୍ୟାଳୟ ପରିସରରେ ଅଧ୍ୟାତ୍ମିକ ଭାବ ଜାଗରଣ ତଥା ପ୍ରଚାର ପ୍ରସାର ନିମିତ୍ତ ସମର୍ପିତ ସଂଗଠନ “ଭାଗବତ ଚେତନା ପରିଷଦ” ବାନ୍ଧନଘୋର ପକ୍ଷରୁ ବାରପୁଡୁଗିଆ ଶିଦ୍ଧାଶ୍ରମ ସେବା ପ୍ରତିଷ୍ଠାନ ତଥା ଗ୍ରାମବାସୀଙ୍କ ସହଯୋଗ ରେ ପବିତ୍ର ଆଷାଢ ଗୁରୁପୂର୍ଣ୍ଣିମା ଉତ୍ସବ ଆୟୋଜିତ ହୋଇଯାଇଅଛି । ବିଶିଷ୍ଟ ସମାଜସେବୀ ତଥା ଜିଲ୍ଲା ଦେବାଳୟ ଐତିହ୍ୟ ସୁରକ୍ଷା କମିଟି ସଭାପତି ଜୟକୃଷ୍ଣ ମିଶ୍ରଙ୍କ ଆବାହକତ୍ୱରେ ଉକ୍ତ କାର୍ଯ୍ୟକ୍ରମରେ ବାରପୁଡୁଗିଆ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସବିତା ଏକ୍କା ସଭାପତିତ୍ୱ କରିଥିଲେ । ପ୍ରଥମ ଗୁରୁ ବନ୍ଦନା ପରେ ପରେ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ଙ୍କୁ ଫୁଲ ଚନ୍ଦନ ଦୀପ ଉତ୍ତରୀୟ ଦେଇ ଗୁରୁପୁଜନ କରାଯାଇଥିଲା । ପରେ ପରିଷଦ ପକ୍ଷରୁ ସ୍ଥାନୀୟ ଅବସରପ୍ରାପ୍ତ ଗୁରୁଜୀ ତଥା ସାହିତ୍ୟିକ କଳାପ୍ରେମୀ ପ୍ରଶନ୍ନ କୁମାର ମିଶ୍ର ଓ ପରଂପରା କ୍ରମେ ପାଦଧୋତ ପୂର୍ବକ ଫୁଲ ଚନ୍ଦନ ଦେଇ ସ୍ୱାଗତ କରାଯାଇଥିଲା । ଭଗବତ ଚେତନା ପରିଷଦର ସଭାପତି ମଳୟ ଆନନ୍ଦ କୁମାର ତ୍ରିପାଠୀ ଙ୍କ ତତ୍ୱାବଧାନରେ ସଂପାଦକ ମନ୍ମୟ ତ୍ରିପାଠି, କାର୍ତ୍ତିକ ସାହୁ, ନିଳାମ୍ବର ନାଏକ, ରଂଜିତ ବେହେରା, ନେପାଲ ପ୍ରଧାନ ପ୍ରମୁଖ ଗୁରୁଜୀ ମିଶ୍ରଙ୍କୁ ମାନପତ୍ର ଦେଇ ଆଦର୍ଶ ଶିକ୍ଷକ ଭାବରେ ସମ୍ମାନିତ କରିଥିଲେ । ଶ୍ରୀ ମିଶ୍ର ତିନି ଗୋଟି ଭଜନ ପୁସ୍ତକ ଭକ୍ତିପୁଷ୍ପାଞ୍ଜଳି, ଭକ୍ତି ମଂଜରୀ ଓ ଭକ୍ତି ଚନ୍ଦନ ପ୍ରକାଶ କରିଥିବା ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅମ୍ରୁତା କର, ନିର୍ଝରିକା ନାୟକ, ଲିଲି ପଣ୍ଡା, ରବିଚନ୍ଦ୍ର ଧରୁଆ, ଉମେଶ ନାଗ, ସୁମନ୍ତ ସାହୁ, ଗୋବର୍ଦ୍ଧନ ଭୋଇ, ସୁମନ୍ତ କୁମାର ନାଗ, ଜତିନ୍ଦ୍ର ସାହୁ ପ୍ରମୁଖ ଶିକ୍ଷକ / ଶିକ୍ଷୟତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା । ପ୍ରମୋଦ କର୍ମୀ ଧନ୍ୟବାଦ ଜ୍ଞାପନ କରିଥିଲେ । ସଦାନନ୍ଦ ମହଲା, ପରମେ ନାଏକ, ବିକାଶ ନାଏକ, ସଂଜୟ ନାଏକ ପ୍ରମୁଖ ସହଯୋଗ କରିଥିଲେ।
ବାରପୁଡୁଗିଆ ଠାରେ ଗୁରୁପୂର୍ଣ୍ଣିମା ଉତ୍ସବ ଆୟୋଜିତ





