ଆସନ୍ତା 16 ରୁ ଲୋୟର ପିଏମଜି ରେ ଅନିର୍ଦ୍ଦିଷ୍ଟକାଳୀନ ଧାରଣାରେ ବସିବ ଓଏସଏସଟିଏ

Pradeep Kar

ଆଜି ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ସମନ୍ୱୟ ସମିତି, ଖୋର୍ଦ୍ଧା ଜିଲ୍ଲା ପକ୍ଷରୁ ଜିଲ୍ଲା ସମ୍ପାଦକ ଶ୍ରୀ ସୁଧାକର ମହାପାତ୍ରଙ୍କ ନେତୃତ୍ୱରେ ଏବଂ ଶ୍ରୀ ଯୋଗେଶ ସାମନ୍ତରାୟଙ୍କ ସଭାପତିତ୍ୱରେ ମଡେଲ ଥାନା ଅନ୍ତର୍ଗତ ପଲ୍ଲାସ୍ଥିତ ଓଏସଏସଟିଏ (OSSTA) କାର୍ଯ୍ୟାଳୟରେ ଏକ ଜିଲ୍ଲାସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା l ଏହି ସମ୍ମିଳନୀରେ ଶିକ୍ଷକମାନଙ୍କର ଦୀର୍ଘଦିନର ବିଭିନ୍ନ ଦାବି ଯଥା ଅବସର ଗ୍ରହଣ ବୟସ ୬୦ ବର୍ଷରୁ ୬୨ ବର୍ଷକୁ ବୃଦ୍ଧି, ପେନସନ ସୁବିଧା ପ୍ରଦାନ, ଗ୍ରାଣ୍ଟ-ଇନ୍-ଏଡ୍ ସୁବିଧା, ଭୁଲ ମୁଦ୍ରିତ ପାଠ୍ୟପୁସ୍ତକ ବଦଳରେ ସଠିକ୍ ପୁସ୍ତକ ଯୋଗାଣ ସମେତ ଅନ୍ୟାନ୍ୟ ସେବାଗତ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା l ଆସନ୍ତା 16 ତାରିଖକୁ “ଶିକ୍ଷକ ଦାବି ଦିବସ” ଭାବେ ପାଳନ କରାଯିବ ବୋଲି ସମ୍ମିଳନୀରେ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ମାଣିକେଶ୍ୱର ସାହୁ, ରାଜ୍ୟ ସମ୍ପାଦକ ଶ୍ରୀ ରଞ୍ଜନ ଦାଶ ପ୍ରମୁଖ ଘୋଷଣା କରିଥିଲ l ‘ଶିକ୍ଷକ ଦାବି ଦିବସ’ ଦିନଠାରୁ ଲୋୟର ପିଏମଜି ଠାରେ ଏକ ବିଶାଳ ସମାବେଶ ଓ ଅନିର୍ଦ୍ଦିଷ୍ଟକାଳୀନ ଧାରଣା ଆରମ୍ଭ କରାଯିବ କହିଥିଲେ l

Also Read

Tags