ବ୍ରହ୍ମପୁର, ଲେବର କୋଡ଼ ବାତିଲ କର, ଚାଷୀ ଫସଲ ପାଇଁ msp ଲାଗୁକର, ଦର ବୃଦ୍ଧି ବନ୍ଦ କର,ପେଟ୍ରୋଲ ଓ ଡିଜେଲର ଦର କମାଅ, ବେକରଙ୍କୁ ନିଯୁକ୍ତି ଦିଅ ,ଅସ୍ଥାୟୀ ଓ ଆଉଟ ସୋର୍ସିଙ୍ଗ ବନ୍ଦକର,ନୂଆ ଶିକ୍ଷା ନୀତି ବାତିଲ କର,ପରୀକ୍ଷା ବ୍ୟବସ୍ଥାକୁ ତୃଟି ମୁକ୍ତ କର ,ପୁରୁଣା ପେନସନ ଲାଗୁକର ଓ ମହିଳାଙ୍କ ପାଇଁ 33 ଭାଗ ସ୍ଥାନ ସଂରକ୍ଷଣ କାର୍ଯ୍ୟକାରି କର ,ସାମ୍ବିଧାନିକ ସଂସ୍ଥା ଗୁଡ଼ିକୁ ସରକାରୀ ନିୟନ୍ତ୍ରଣରେ ରଖିବା ବନ୍ଦକର,ଓ ରାଜ୍ୟରେ ପ୍ରାଥମିକ ଶିକ୍ଷାର ତୃଟି ପୂର୍ଣ୍ଣ ପୁସ୍ତକ ପ୍ରକାଶନ ପାଇଁ ଗଣଶିକ୍ଷା ମନ୍ତ୍ରୀ ଇସ୍ତଫା ଦିଅ ଇତ୍ୟାଦି ଦାବିରେ ଆଜି ଦକ୍ଷିଣାଞ୍ଚ ରାଜସ୍ୱ କମିଶନର ଅଫିସ ସମ୍ମୁଖରେ ଶ୍ରମିକ, କୃଷକ ଓ କ୍ଷେତମୁଳିଆ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛ। ଆଜି କେନ୍ଦ୍ରୀୟ ଶ୍ରମିକ ସଂଗଠନ, ସଂଯୁକ୍ତ କୃଷକ ମୋର୍ଚ୍ଚା ଓ କ୍ଷେତମୁଳିଆ ସଂଗଠନ ଗୁଡ଼ିକ ମୋଦି ସରକାରଙ୍କ ଶ୍ରମିକ କୃଷକ ବିରୋଧୀ ଓ ଦେଶ ବିକ୍ରୀ ନୀତି ବିରୋଧରେ ଦେଶ ବ୍ୟାପୀ ଆଇନ ଅମାନ୍ୟ ଆନ୍ଦୋଳନ ପାଇଁ ଆହ୍ୱାନ ଦେଇଥିଲେ।ଏହି ପରିପ୍ରେକ୍ଷୀରେ ଗଂଜାମ ଜିଲ୍ଲା ୟୁନିଟ ପକ୍ଷରୁ କମାପଲି ଛକଠାରୁ ଏକ ଶୋଭାଯାତ୍ରା ବାହାର କରାଯାଇଥିଲା ଏବଂ RDC ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ବିକ୍ଷୋଭ ପ୍ରତିବାଦରେ ଶ୍ରମିକ ନେତା ଯୁଧିଷ୍ଠିର ବେହେରା, ପ୍ରଦୀପ ସେଠି, ଭୋକଲି ସେଠି,ରାଘବ ପରିଡା, ରାଜେନ୍ଦ୍ର ଦାସ, ପ୍ରତାପ ନାୟକ, ସନ୍ତୋଷ ସାହୁ,ପପୁନ ସାହୁ,ହରୀକୃଷ ରେଡି, ନାରାୟଣ ରେଡି, ଅବନୀ ଗୟା, ଗଗନ ମଲିକ,ବିପିନ ନାୟକ,ସତ୍ୟ ତ୍ରିପାଠୀ,କୈଳାସ ଷଡଙ୍ଗୀ, ତ୍ରିନାଥ ବେହେରା, ଶିବ ପ୍ରସାଦ ମହାପାତ୍ର, ଭାଲ ଚନ୍ଦ୍ର ଷଡଙ୍ଗୀ ,ବିଦ୍ୟାଧର ଜେନା,କାମଦେବ ନାହାକ ପ୍ରମୁଖ ଶ୍ରମିକ କୃଷକ ନେତୃତ୍ୱ ବକ୍ତବ୍ୟ ରଖିଥିଲେ।ଶେଷରେ ରାଷ୍ଟ୍ରପତିଙ୍କ ଉଦ୍ୟେଶରେ RDC ଙ୍କ ଜରିଆରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ।
RDC ଅଫିସରେ ଶ୍ରମିକ,କୃଷକ ମିଳିତ ବିକ୍ଷୋଭ





