ଏସ ଆଇ ଆର ର ସଂଶୋଧିତ କାର୍ଯ୍ୟସୂଚୀ ସମ୍ପର୍କରେ ଅବଗତ କରାଇବା ପାଇଁ ସର୍ବଦଳୀୟ ବୈଠକ

Pradeep Kar

ଛତ୍ରପୁର, ତା ୧୧.୦୮.୨୦୨୬: ସ୍ୱତନ୍ତ୍ର ସଘନ ସଂଶୋଧନ –୨୦୨୬ ର ସଂଶୋଧିତ କାର୍ଯ୍ୟସୂଚୀ ଓ ଅନ୍ୟାନ୍ୟ ବିଷୟରେ ଆଲୋଚନା ପାଇଁ ଆଜି ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଦେବଦତ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଛତ୍ରପୁର ସ୍ଥିତ ସଦଭାବନା ସମ୍ମିଳନୀ କକ୍ଷ ଠାରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧି ମାନେ ଯୋଗ ଦେଇଥିଲେ। ରାଜନୈତିକ ଦଳମାନଙ୍କର ଏସ ଆଇ ଆର କାର୍ଯ୍ୟକ୍ରମରେ ସହଯୋଗ ଯୋଗୁଁ ବର୍ତ୍ତମାନ ସୁଦ୍ଧା ଗଞ୍ଜାମ ଜିଲ୍ଲାରେ ଏସ ଆଇ ଆର କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପାଦିତ ହୋଇଆସିଛି। ଏଥିପାଇଁ ଶ୍ରୀ ପଣ୍ଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଧନ୍ୟବାଦ ଜଣାଇଛନ୍ତି। ବୈଠକରେ ଏସ ଆଇ ଆର ପ୍ରକ୍ରିୟାରେ ଦାବି ଓ ଆପତ୍ତି ଗ୍ରହଣ ଏବଂ ଏହାର ଫଇସଲା ପ୍ରକ୍ରିୟାର ସମୀକ୍ଷା କରାଯାଇଥିଲା। ସଂଶୋଧିତ କାର୍ଯ୍ୟସୂଚୀ ଅନୁଯାୟୀ, ଦାବି ଓ ଆପତ୍ତି ଦାଖଲର ଅବଧି ୦୫.୦୭.୨୦୨୬ରୁ ୧୯.୦୮.୨୦୨୬ ପର୍ଯ୍ୟନ୍ତ ରହିଛି। ଦାବି ଓ ଆପତ୍ତିର ଫଇସଲା ସମ୍ପର୍କିତ ନୋଟିସ୍ ପର୍ଯ୍ୟାୟ ୦୫.୦୭.୨୦୨୬ରୁ ୧୭.୦୯.୨୦୨୬ ପର୍ଯ୍ୟନ୍ତ ଚାଲିବ। ଚୂଡ଼ାନ୍ତ ମତଦାତା ତାଲିକା ୨୧.୦୯.୨୦୨୬ରେ ପ୍ରକାଶ ପାଇବ। ବୈଠକରେ ରାଜନୈତିକ ଦଳର ପ୍ରତିନିଧିମାନେ ଉପସ୍ଥାପନ କରିଥିବା ବିଭିନ୍ନ ପ୍ରସଙ୍ଗ ଓ ପରାମର୍ଶ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା।ବୈଠକରେ ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳ ଏବଂ ଡେପୁଟି କଲେକ୍ଟର ଡ଼ଃ ଅରୁଣ କୁମାର ଖଣ୍ଡା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୌରଭ ପ୍ରଧାନଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଏନ୍. ଗଙ୍ଗାଧର ରେଡ୍ଡୀ, ଭି. ମଙ୍ଗଳେଶ୍ୱର ରାଓ, ଲକ୍ଷ୍ମୀ ନାରାୟଣ ପଣ୍ଡା, କାଳିଆ ରାଉଳ, ଭଗବାନ ଗନ୍ତାୟତ ଓ ଯୁବରାଜ ବେହେରା ଉପସ୍ଥିତ ଥିଲେ।

Also Read

Tags