ବ୍ରହ୍ମପୁର, ତା 12.08.26 ରିଖରେ ଓଡିଶା ରାଜ୍ୟ ଅବସର ପ୍ରାପ୍ତ କର୍ମଚାରୀ ମହାସଂଘ ଗଞ୍ଜାମ ଜିଲ୍ଲା ଶାଖାର କାର୍ଯ୍ୟକାରୀ କମିଟି ବୈଠକ ସ୍ଥାନୀୟ ସହିଦ ଲକ୍ଷ୍ମଣ ନାୟକ କମୁନିଟି ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଛି I ଏଥିରେ ସଂଗଠନର ସଭାପତି ଡି. ମୋହନ ରାଓ ସଭାପତିତ୍ଵ କରିଥିଲେ I ସମ୍ପାଦକ ଶଙ୍କର୍ଷଣ ପାତ୍ର ସମ୍ପାଦକୀୟ ବିବରଣୀ ପାଠ କରିଥିଲେ I କେନ୍ଦ୍ର ଅନୁରୂପ ଚିକିତ୍ସା ଭତ୍ତା ଓ କ୍ୟାସ ଲେସ୍ ଯୋଜନା 60 ବର୍ଷରୁ ଲାଗୁ କରାଯିବା, ପି.ଜି.ପି.ଏ. ବିଭାଗର ପୁନଃ ସ୍ଥାପନ, 65 ବର୍ଷରୁ ଅତିରିକ୍ତ ପେନସନ୍ ଦେବା, କମୁ ଟେସନ ଦେୟର ଅବଧି 15 ବର୍ଷ ପରିବର୍ତ୍ତେ ଦଶ ବର୍ଷ ଆଠ ମାସକୁ ହ୍ରାସ କରିବା, NPS ଓ UPS ବଦଳରେ ସମସ୍ତଙ୍କୁ OPS ପ୍ରଦାନ କରିବା, କରୋନା ସମୟର ବାକି ଥିବା 18 ମାସର ମହାଙ୍ଗା ଭତ୍ତା ପ୍ରଦାନ, ଘରୋଇ ବସ୍ ରେ 50% ବସ ଭଡାରେ ରିହାତି ପ୍ରଦାନ , ପୂର୍ବପରି ରେଳ ଟିକେଟରେ ବରିଷ୍ଠ ନାଗରିକଙ୍କୁ 50%ରିହାତି ପ୍ରଦାନ, ମହାସଂଘର କାର୍ଯ୍ୟାଳୟ ପାଇଁ ଭୁବନେଶ୍ଵର ଠାରେ ସରକାରୀ ସ୍ଥାନ ପ୍ରଦାନ ଆଦି ନଅ ଦଫା ଦାବୀ ପୂରଣରେ ସରକାରଙ୍କ ଉଦାସୀନତା ବିରୁଦ୍ଧରେ ବଡ ଧରଣର ଧାରଣା ପାଇଁ ଏହି ମାସ ଅଗଷ୍ଟ 18,19 ଓ 20 ତିନିଦିନ ଧରି ଧାରଣା କାର୍ଯ୍ୟକ୍ରମ ଭୁବନେଶ୍ବରର ମହାତ୍ମାଗାନ୍ଧୀ ମାର୍ଗରେ କାରିବାକୁ ରାଜ୍ୟ ସଂଗଠନ ହାତକୁ ନେଇଥିବା ସଭାପତି ଡି.ମୋହନ ରାଓ ଜଣାଇଥିଲେ I ଏହି ତିନି ଦିନ ମଧ୍ୟରୁ ଗଞ୍ଜାମ ଜିଲ୍ଲା ଓ ଦକ୍ଷିଣ ଓଡ଼ିଶାକୁ ବୁଧବାର ତା 19.08.2026 ରିଖରେ ଧାରଣାରେ ବସିବା ପାଇଁ ସ୍ଥିର ହୋଇଥିବା ଓ ଗଞ୍ଜାମ ଜିଲ୍ଲାର 22 ଟି ବ୍ଲକରୁ ଯେପରି ଏକହଜାରରୁ ଅଧିକ ପେନସନର ଯୋଗ ଦେବାପାଇଁ ଏହି ପ୍ରସ୍ତୁତି ବୈଠକରେ ସ୍ଥିର କରାଯାଇଛି I ରାଜ୍ୟ ସଂଗଠନର ଉପଦେଷ୍ଟା କେ. ନନ୍ଦେଶୁ ସେନାପତି ଯୁଗ୍ମ ସମ୍ପାଦକ ମହର୍ଷି ସିଂ, ସହ ସମ୍ପାଦକ ଡି.ଗୁରୁ ମୂର୍ତ୍ତୀ ପାତ୍ର, କୋଷାଧ୍ୟକ୍ଷ ନିରାକାର ସାବତ, ଶ୍ରୀବତ୍ସ ପ୍ରଧାନ, ଗଣପତି ବେହେରା, ଏମ୍.m ନରସିଂହ ,ମନୋରମା ପାତ୍ର ନରସିଂହ ବେହେରା କୁମୁଦ ଚନ୍ଦ୍ର ବେହେରା ,ଦଣ୍ଡପାଣି ରେଡ୍ଡୀ ବକ୍ତବ୍ୟ ରଖିଥିଲେ I ରାଧାକୃଷ୍ଣ ପଣ୍ଡା, ସୁଭାଷ ଚନ୍ଦ୍ର ପଟ୍ଟନାଯକ, ରମାରଞ୍ଜନ ପଟ୍ଟନାୟକ, ଅରୁଣ କୁମାର ପଟ୍ଟନାୟକ, ନାରାୟଣ ପାଣିଗ୍ରାହୀ, ରାଙ୍ଗ ପାତ୍ର, ରାମାନନ୍ଦ ଚୌଧୁରୀ , ପ୍ରଫୁଲ୍ଲ କୁମାର ପାତ୍ର, ବସନ୍ତ କୁମାର ପାତ୍ର ଓ 60 ରୁ ଅଧିକ ସଭ୍ୟ ସଭ୍ୟା ଯୋଗ ଦେଇଥିଲେ I




