🇮🇳 ୮୦ତମ ସ୍ୱାଧୀନତା ଦିବସ ପାଳିତ 🇮🇳ଅନୁଗୋଳ ଜିଲ୍ଲା ବିଜୁ ଜନତା ଦଳର କାର୍ଯ୍ୟାଳୟ ଠାରେ ଦେଶପ୍ରେମ ଓ ଜାତୀୟତାର ଭାବନା ସହ ୮୦ତମ ସ୍ୱାଧୀନତା ଦିବସ ଗରିମାମୟ ପରିବେଶରେ ପାଳିତ ହୋଇଯାଇଛି।ଏହି ଅବସରରେ ଜିଲ୍ଲା ବିଜେଡ଼ି ସଭାପତି ତଥା ମାନ୍ୟବର ତାଳଚେର ବିଧାୟକ ଶ୍ରୀ ବ୍ରଜକିଶୋର ପ୍ରଧାନ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ବବିତା ପ୍ରଧାନ, ପୂର୍ବତନ ବିଧାୟକ ତଥା ପୂର୍ବତନ ଉପବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂହ, ପୂର୍ବତନ ବିଧାୟକ ଶ୍ରୀ ସୁଶାନ୍ତ କୁମାର ବେହେରା, ପୂର୍ବତନ ଜିଲ୍ଲା ବିଜେଡ଼ି ସଭାପତି ଶ୍ରୀ ମହେନ୍ଦ୍ର ବସ୍ତିଆ, ଜିଲ୍ଲା ଛାତ୍ର ବିଜେଡ଼ି ସଭାପତି ଶ୍ରୀ ଶୁଭ୍ରାଂଶୁ ଶେଖର ଜିତ, ବିଜୁ ଜନତା ଦଳର ସମ୍ପାଦକ ଶ୍ରୀ ବିପ୍ଳବ ଜେନା, ସମବାୟ ବ୍ୟାଙ୍କ ସଭାପତି ଶ୍ରୀ ସନ୍ତୋଷ ପ୍ରଧାନ, ରାଜ୍ୟ ଯୁବ ବିଜେଡ଼ି ଉପସଭାପତି ଶ୍ରୀ ଶିବାନୀ ଶଙ୍କର ଗୌଡ଼, ରାଜ୍ୟ ଯୁବ ବିଜେଡ଼ି ସାଧାରଣ ସମ୍ପାଦକ ଶ୍ରୀ ଚନ୍ଦ୍ରକାନ୍ତ ପ୍ରଧାନଙ୍କ ସମେତ ବ୍ଲକ/ନଗର ସଭାପତି ଓ ସଭାପତ୍ନୀ, ଜିଲ୍ଲା ପରିଷଦ ସଦସ୍ୟଗଣ, ଅନୁଗୋଳ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତ ଓ ୱାର୍ଡ ବିଜେଡ଼ି ସଭାପତି, ବିଜେଡ଼ି କାଉନସିଲର ବୃନ୍ଦ, ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ବିଜେଡ଼ି କମିଟି ସଦସ୍ୟ ତଥା ଯୁବ, ଛାତ୍ର ଓ ମହିଳା ବିଜେଡ଼ିର ସଦସ୍ୟଗଣ ଉପସ୍ଥିତ ରହି ଏହି ଜାତୀୟ ପର୍ବକୁ ସାର୍ଥକ ଓ ଗରିମାମୟ କରିଥିଲେ।ଆସନ୍ତୁ, ସ୍ୱାଧୀନତା ସଂଗ୍ରାମୀ ଓ ମହାନ ବୀର ସହିଦମାନଙ୍କର ତ୍ୟାଗ ଓ ବଳିଦାନକୁ ସ୍ମରଣ କରି ଦେଶର ଏକତା, ଅଖଣ୍ଡତା ଓ ଗଣତନ୍ତ୍ରର ସୁରକ୍ଷା ପାଇଁ ଏକତ୍ରିତ ହୋଇ ଆଗେଇବା।🇮🇳 ଜୟ ହିନ୍ଦ୍ । ବନ୍ଦେ ମାତରମ୍ ।
ଅନୁଗୋଳ ଜିଲ୍ଲା ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ୮୦ତମ ସ୍ୱାଧୀନତା ଦିବସ ପାଳିତ





