୭ଜଣ ଜଣ୍ଡିସ ଆକ୍ରାନ୍ତ ଚିହ୍ନଟ I ଦେବଗୁରୁ ଆଦର୍ଶ ବିଦ୍ୟାଳୟକୁ ୧୫ଦିନ ବନ୍ଦ ନିର୍ଦେଶ

Pradeep Kar

ବୋଲଗଡ, (ନି. ପ୍ର )ବୋଲଗଡ ଗୋଷ୍ଠୀ ଶିକ୍ଷା ମଣ୍ଡଳର ମୁଗମଣ୍ଡା ଦେବଗୁରୁ ଆଦର୍ଶ ବିଦ୍ୟାଳୟ ରେ ଜଣ୍ଡିସ ଚିହ୍ନଟ କରାଯାଇଛି I ୭ଜଣ ଛାତ୍ରଛାତ୍ରୀ ଜଣ୍ଡିସରେ ଆକ୍ରାନ୍ତ ହୋଇଥିବା ଡାକ୍ତରୀ ପରୀକ୍ଷାରୁ ଜଣାପଡିଛି I ଫଳରେ ସତର୍କତା ସ୍ୱରୂପ ବିଦ୍ୟାଳୟ କୁ ୧୫ଦିନ ପାଇଁ ଛାତ୍ରାଵାସକୁ ବନ୍ଦ କରାଯାଇଛି I ବିଦ୍ୟାଳୟ ପରିସରକୁ ଶୋଧନ କରାଯାଇଛି I ବିଦ୍ୟାଳୟ ପରିସରରେ ଥିବା ଖୋଲା କୂଅ ଜଳରୁ ସଂକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି I ବାଂକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସୁପରିଟେଣ୍ଡେଣ୍ଟ ଅସିତ ମୋହନ ମହାପାତ୍ର ଡାକ୍ତରୀ ଦଳ ନେଇ ଛାତ୍ରଛାତ୍ରୀ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ନିୟମିତ କରାଯାଉଥିବା ପ୍ରକାଶ କରିଛନ୍ତି I ସେହିପରି ବିଇଓ ପ୍ରମୋଦ କୁମାର ସ୍ୱାଇଁ ବିଦ୍ୟାଳୟକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି I ତେଣୁ ବିଦ୍ୟାଳୟ କୁ ୧୫ଦିନ ପାଇଁ ବନ୍ଦ କରି ଆଭାସୀ ମାଧ୍ୟମରେ ଶିକ୍ଷାଦାନ କରିବାକୁ ନିର୍ଦେଶ ଦେଇଥିବା ସୂଚନା ଦେଇଛନ୍ତି I ପ୍ରଧାନଶିକ୍ଷକ କିଶୋର ଚନ୍ଦ୍ର ସାହୁ ଙ୍କ ସୂଚନା ଅନୁଯାୟୀ ୧୦୦ଛାତ୍ର ଓ ୨୦ଜଣ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି I ଛାତ୍ରାବାସରେ ଜଣ୍ଡିସ ହୋଇଥିବା ଜଣାପଡିଛି I ନିରାକରଣ ପାଇଁ ସମସ୍ତ ବ୍ୟବସ୍ଥା ଶିକ୍ଷାବିଭାଗ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିଆଯାଇଥିବା ସୂଚନା ଦିଆଯାଇଛି I

Also Read

Tags