ରାସ୍ତା କଡ଼ରେ ସରକାରୀ ବସ୍‌ ରହଣିକୁ ନେଇ ଅସନ୍ତୋଷ, ଦୁର୍ଘଟଣା ଆଶଙ୍କା

Pradeep Kar

କୁକୁଡାଖଣ୍ଡି: ଜାତୀୟ ରାଜପଥ ୫୯ ନମ୍ବର ତଥା କୁକୁଡାଖଣ୍ଡି ମୁଖ୍ୟ ରାସ୍ତା କଡ଼ରେ ପ୍ରତ୍ୟେକ ଦିନ ସରକାରୀ ବସ୍‌ ଦୀର୍ଘ ସମୟ ଧରି ରହୁଥିବାରୁ ଯାତାୟାତ ବ୍ୟବସ୍ଥା ବାଧାପ୍ରାପ୍ତ ହେବା ସହ ଦୁର୍ଘଟଣାର ଆଶଙ୍କା ବଢ଼ୁଥିବା ଅଭିଯୋଗ ହୋଇଛି। ବ୍ୟସ୍ତ ମୁଖ୍ୟ ରାସ୍ତା ଉପରେ ବସ୍‌ ରହିବା ଯୋଗୁଁ ଅନ୍ୟ ଯାନବାହନ ଚଳାଚଳରେ ସମସ୍ୟା ସୃଷ୍ଟି ହେଉଛି। ବିଶେଷକରି ବସ୍‌ ଆଗପଛରୁ ଆସୁଥିବା ଦୁଇଚକିଆ ଯାନ, ଅଟୋ ଓ ଅନ୍ୟ ଛୋଟ ଯାନଗୁଡ଼ିକ ଅତିକ୍ରମ କରିବା ସମୟରେ ବିପଦଜନକ ପରିସ୍ଥିତି ଉପୁଜୁଥିବା ସ୍ଥାନୀୟ ଲୋକେ କହିଛନ୍ତି।ଏହି ସମସ୍ୟାକୁ ନେଇ ବିଭିନ୍ନ ସମୟରେ ସାଧାରଣ ଲୋକଙ୍କ ପକ୍ଷରୁ ବାରମ୍ବାର ଅଭିଯୋଗ ଓ ଦାବି ଉଠୁଛି। ମୁଖ୍ୟ ରାସ୍ତା ବଦଳରେ ବସ୍‌ ରଖିବା ପାଇଁ ଏକ ନିର୍ଦ୍ଦିଷ୍ଟ ଓ ସୁରକ୍ଷିତ ସ୍ଥାନ ଚିହ୍ନଟ କରାଯାଇ ବସ୍‌ ରହଣି ବ୍ୟବସ୍ଥା କରିବାକୁ ଲୋକମାନେ ଦାବି କରିଛନ୍ତି।ସଡ଼କ ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ଏହି ଘଟଣା ପ୍ରତି ତୁରନ୍ତ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବା ସହ ବସ୍‌ଗୁଡ଼ିକୁ ଅନ୍ୟତ୍ର ରଖିବା ପାଇଁ ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହେଉଛି। ଏହା ଦ୍ୱାରା ମୁଖ୍ୟ ରାସ୍ତାରେ ଯାତାୟାତ ସୁଗମ ହେବା ସହ ଦୁର୍ଘଟଣା ଆଶଙ୍କା ମଧ୍ୟ କମିପାରିବ ବୋଲି ସ୍ଥାନୀୟ ଲୋକେ ଆଶା ପ୍ରକାଶ କରିଛନ୍ତି।

Also Read

Tags