ବ୍ରହ୍ମପୁର-ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ହେଉଥିବା ଜାତୀୟ ପର୍ଯ୍ୟଟନ ମହୋତ୍ସବ ଓ ଓଡିଶା ଲୋକକଳା ସମାରୋହ କାର୍ଯ୍ୟକ୍ରମ ମହା ଆଡମ୍ବରରର ସହକାରେ ପାଳନ କରିବା ପାଇଁ ପର୍ଯ୍ୟଟନ ଭାରତ ତରଫରୁ ଏକ ପ୍ରସ୍ତୁତି ବୈଠକ ବ୍ରହ୍ମପୁର ସର୍କିଟ ହାଉସ ପରିସରରେ ରବିବାର ଅନୁଷ୍ଠିତ ହୋଇଯାଇଛି । ପର୍ଯ୍ୟଟନ ଭାରତର ସମ୍ପାଦକ ତଥା ମହୋତ୍ସବର ମୂଖ୍ୟ ନାରାୟଣ ମହାଙ୍କୁଡ଼ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ କଳା, ସାହିତ୍ୟ ଓ ପର୍ଯ୍ୟଟନ ସହିତ ଜଡିତ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ମାନେ ଯୋଗଦେଇ ଚଳିତ ବର୍ଷର କାର୍ଯ୍ୟକ୍ରମକୁ ଅଧିକ ସୁନ୍ଦର ଓ ଶୃଙ୍ଖଳିତ ଭାବେ କରିବା ପାଇଁ ମତପୋଷଣ କରିଥିଲେ । ପ୍ରସ୍ତୁତି ବୈଠକରେ ମହୋତ୍ସବର ଆବାହକ ଇଂ.ଉମା ଶଙ୍କର ପାଣିଗ୍ରାହୀ, ଓଡିଶା ନାଟ୍ୟସଂଘର ଦକ୍ଷିଣାଞ୍ଚଳ ଉପସଭାପତି ଭବାନୀ ଶଙ୍କର ମିଶ୍ର,ନାଟ୍ୟ ନିର୍ଦ୍ଦେଶକ ସଂଘର ସଭାପତି ରାଜ ଗୋପାଳ ପାଢ଼ୀ, ଚିତ୍ରାଳୟ ମହାସଂଘର ରାଜ୍ୟ ସମ୍ପାଦକ ଦୁର୍ଗା ପ୍ରସାଦ ଆଚାର୍ଯ୍ୟ, ଓଡିଶା ନାଟକ ସମାରୋହର ସଭାପତି ଅନିଲ ପାତ୍ର, ଗୋପାଳ ପଟ୍ଟନାୟକ, କାର୍ତ୍ତିକ ପାଣିଗ୍ରାହୀ ,ବିଜୟ ମିଶ୍ର,ଅଶୋକ ମହାନ୍ତି,ମିନତା ମହାନ୍ତି,ମୀନା ଦାସ,ଚନ୍ଦ୍ରକଳା,ଭଗବାନ ପାତ୍ର ପ୍ରମୁଖଙ୍କ ସହ ଅନେକ ଉପସ୍ଥିତ ଥିଲେ । ଆଗାମୀ ସେପ୍ଟେମ୍ବର ୨୫,୨୬ ଓ ୨୭ ତିନିଦିନ ଧରି ହେବାକୁ ଥିବା ଏହି କାର୍ଯ୍ୟକ୍ରମ ରେ ବିଶେଷ କରି ଜାତୀୟ ପର୍ଯ୍ୟଟନ ଆଲୋଚନା ଚକ୍ର, ଫିଲ୍ମ ଫେଷ୍ଟିଭାଲ,ସାହିତ୍ୟ ଚର୍ଚ୍ଚା,ଲୋକନୃତ୍ୟ,ମଞ୍ଚନାଟକ , ପର୍ଯ୍ୟଟନ ସ୍ଥାନର ବୃତ୍ତଚିତ୍ର,ପର୍ଯ୍ୟଟନ ବଳୟସହ ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜାତୀୟ ପର୍ଯ୍ୟଟନ ମହୋତ୍ସବ କମିଟି ତରଫରୁ ସୂଚନା ଦିଆଯାଇଛି । ଶେଷରେ କୈଳାସ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।
ଜାତୀୟ ପର୍ଯ୍ୟଟନ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ





