କଳାହାଣ୍ଡି, ୦୧/୦୯ ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ଠାରେ ଆଜି ମଙ୍ଗଳବାର ସେପ୍ଟେମ୍ବର ୧ ତାରିଖ ରାଷ୍ଟ୍ରୀୟ ଡ୍ରାଇଭର ଦିବସ । ଓଡିଶା ଡ୍ରାଇଭର ମହା ସଂଘ ଲାଞ୍ଜିଗଡ଼୍ ବ୍ଲକ ଶାଖା ପକ୍ଷରୁ ବେଦାନ୍ତ ବସ ଷ୍ଟାଣ୍ଡ ନିକଟରେ ମହା ସମାରୋହର ସହିତ ରାଷ୍ଟ୍ରୀୟ ଡ୍ରାଇଭର ଦିବସ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଠାକୁରଙ୍କ ପାଖରେ ଦୀପ ପ୍ରଜ୍ବଳନ କରି ସରିବା ପରେ ନଡ଼ିଆ ଭଙ୍ଗା ଯାଇଥିଲା ତାପରେ କେକ କଟାଯାଇଥିଲା I ଲାଞ୍ଜିଗଡ ବ୍ଲକ ଶାଖାର ସଭାପତି ଟଙ୍କଧର ଗୌଡଙ୍କ ଅଧ୍ଯକ୍ଷତାରେ ଆୟୋଜିତ ଏହି ସଭାରେ ବେଦାନ୍ତ ର ସେଫଟି ଅଫିସର ସତ୍ୟବ୍ରତ ବେଉରା ମୁଖ୍ୟ ଅତିଥୁ ଭାବେ ଯୋଗ ଦେଇଥିବା ବେଳେ ଦୀପକ ସାହୁ ଓ ଭୋବନି ଶଙ୍କର ନନ୍ଦ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ସତ୍ୟପ୍ରିୟ ସାହୁ, ସୁଧାଂଶୁ ଗୌତମ,ପବିତ୍ର ରାୟ, ଅଶୋକ ପାଲ ଏମାନେ ସମସ୍ତେ ସଂମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ I ଜିଲ୍ଲା ଡ୍ରାଇଭର ମହାସଂଘର ଜିଲ୍ଲା ଉପସଭାପତି ହର ପ୍ରସାଦ ଗୌଡ,ଲାଞ୍ଜିଗଡ ବ୍ଲକ ସମ୍ପାଦକ ଅକ୍ଷୟ ଦୋରା,ବ୍ଲକ ସହ ସମ୍ପାଦକ ପରମାନନ୍ଦ ସାହୁ,ବ୍ଲକ କୋଷାଧକ୍ଷ ଅସ୍ପିନ ଗୌଡ଼,ବ୍ଲକ ଉପଦେଷ୍ଟା ଫକୀର ହରପାଲ,ବ୍ଲକ ଓ. ଡି.ଏମ ସିକୁରିଟି ଅଜୟ ହରିଜନ ଆଞ୍ଚଳିକ ସମ୍ପାଦକ ପିତାମ୍ବର ସାଗର, ଯୋଗ ଦେଇଥିଲେ । ବିକି ବାଗ ଏବଂ ପରମାନନ୍ଦ ସାହୁ ଓ ପ୍ରିତୀ ମହାଙ୍କୁଡ଼ ମଞ୍ଚ ପରିଚାଳନା କରିଥିଲେ I ପରିଚାଳିତ ଏହି ସଭାରେ ଡ୍ରାଇଭର ମାନଙ୍କ ସମସ୍ୟା ତାର ସମାଧାନ ଏବଂ ଆଗାମୀ କାର୍ଯ୍ୟପନ୍ଥା ନେଇ ଆଲୋଚନା କରାଯାଇଥିଲା । ସମସ୍ତ ଡ୍ରାଇଭର ମାନଙ୍କ ମଧ୍ୟରେ ସୁ ସଂପର୍କ ଏବଂ ସମନ୍ବୟ ରଖି ଆଗାମୀ ଦିନରେ କିଭଳି ସଂଗଠନ କୁ ଦୃଢ ରହିବ ସେନେଇ ଡ୍ରାଇଭର ସାଥିମାନେ ନିଜ ନିଜ ମତ ରଖିଥିଲେ । ଦିନ ୧ ଘଣ୍ଟା ୩୦ ମିନିଟ ସମୟରେ କାର୍ଯ୍ୟକ୍ରମ ସମ୍ପନ୍ନ ହେଇଥିଲା । ଶେଷରେ ସମସ୍ତଙ୍କୁ ପରମାନନ୍ଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ I
ଲାଞ୍ଜିଗଡ ଶାଖା ପକ୍ଷରୁ ରାଷ୍ଟ୍ରୀୟ ଡ୍ରାଇଭର ଦିବସ ପାଳିତ





