ଲାଞ୍ଜିଗଡ ଭାଟଗୁଡା ଗ୍ରାମରେ ସ୍ୱାମୀର କାଠ ଫଳିଆରେ ସ୍ତ୍ରୀ ର ଗଲା ଜୀବନ

Pradeep Kar

କଳାହାଣ୍ଡି, ୩୧/୦୮ ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ଛତ୍ରପୁର ପଞ୍ଚାୟତ ଅଧିନସ୍ଥ ଭIଟଗୁଡ଼ା ଗ୍ରାମର ମନୁ ମାଝୀ ନାମକ ବୁକ୍ତି ମଦ ପି ତାଙ୍କ ନିଜ ଘରକୁ ଆସିଥିଲା I ସେ ସନ୍ଧ୍ୟା ୬ ଘଣ୍ଟା ସମୟରୁ ଘରକୁ ଆସି କୌଣସି କାରଣ ରୁ ତାଙ୍କ ନିଶା ଶକ୍ତ ଅବସ୍ଥାରେ ସ୍ତ୍ରୀ ସାଥିରେ ଝଗଡା ଆରମ୍ଭ କରିଥିଲା I ସ୍ୱାମୀ ମନୁ ମାଝୀ ସ୍ତ୍ରୀ ମରକୁ ମାଝୀ ୪୦ ବର୍ଷ ବୟସ ତାଙ୍କ ସହିତ ବଚସା ହେବା ପରେ ରାତି ୮ ଘଣ୍ଟା ସମୟରେ ମନୁ ମାଝୀ ରାଗିଯାଇ ସ୍ତ୍ରୀ କୁ କାଠ ଫଳିଆରେ ଶ୍ରୀମତୀ ମIଝିଙ୍କ ମୁଣ୍ଡରେ ଓ ଦେହରେ ମାଡ଼ ମାରିବା ଫଳରେ ସ୍ତ୍ରୀ ଲୋକଟି ଘଟଣା ସ୍ଥଳରେ ହିଁ ମୃତ୍ୟୁ ବରଣ କରିଥିଲେ I ତାପରେ ଆଜି ସକାଳୁ ମୃତ୍ୟୁ ହୋଇଥବା ଖବରଟି ଗାଁ ରେ ଚାରିଆଡେ ପ୍ରଘଟ ହୋଇଥିଲା ଭIଟଗୁଡା ଗ୍ରାମର କିଛି ଲୋକ ତାଙ୍କ ଘରକୁ ଯାଇ ମୃତୁ ବରଣ କରଥିବା ସ୍ତ୍ରୀ ଲୋକକୁ ଦେଖିଥିଲେ I ପରେ ସଙ୍ଗେ ସଙ୍ଗେ ଲାଞ୍ଜିଗଡ ଥାନା କୁ ଫୋନ୍ ଯୋଗେ ଯୋଗାଯୋଗ କରିଥିଲେ,ଏହି ଖବର ପାଇ ଲାଞ୍ଜିଗଡ ଥାନା ଆଇ.ଆଇ.ସି ଯଶବନ୍ତ ହିଅଁIଳ ନିଜେ ଏବଂ ଏ.ଏସ.ଆଇ ସ୍ଵର୍ଣ୍ଣଲତା ଗମାଙ୍ଗୋ ଓ ଥାନା କିଛି କର୍ମଚାରୀଙ୍କୁ ନେଇ ତୁରନ୍ତ ଘଟଣା ସ୍ଥଳକୁ ବାହାରି ପଡ଼ିଥିଲେ I ଘଟଣା ସ୍ଥଳରେ ପହଞ୍ଚି ଶ୍ରୀମତୀ ଗମାଙ୍ଗୋ ତଦନ୍ତ ଆରମ୍ଭ କରିଦେଇଥିଲେ I ତାପରେ ଉକ୍ତ ଶବ ଟିକୁ ଜବତ କରି ଲାଞ୍ଜିଗଡ ଡାକ୍ତରଖାନା କୁ ବ୍ୟବଚ୍ଛେଦ କରିବା ପାଇଁ ଆମ୍ବୁଲାନ୍ସ ସାହାଯ୍ୟରେ ପଠାଇଥିଲେ I ପରେ ମନୁ ମାଝୀ ନିଶା ଶକ୍ତ ଅବସ୍ଥାରେ ଥିଲେ,ଲାଞ୍ଜିଗଡ ଥାନା କେଶ ନଂ ୧୦୦/୨୬ ରେ ମନୁ ମାଝୀକୁ ଗିରଫ କରି ଆଣି ଲାଞ୍ଜିଗଡ ଥାନାରେ ଅଟକ ରଖିଛନ୍ତି I ତାପରେ ଉକ୍ତ ଶବ ଟି ର ପଞ୍ଚାନମା କରି ବ୍ୟବଚ୍ଛେଦ ପରେ ତାଙ୍କ ପରିବାରକୁ ଉକ୍ତ ଶବ ଟି କୁ ପୋଲିସ ଉପସ୍ଥିତରେ ହସ୍ତାନ୍ତର କରାଯାଇଥିଲା I

Also Read

Tags