ରାଷ୍ଟ୍ରୀୟ ଡ୍ରାଇଭର ଦିବସରେ ଦୃଷ୍ଟିହୀନ ଆଶ୍ରମରେ ଖାଦ୍ୟ ବଣ୍ଟନ

Pradeep Kar

କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ରାଷ୍ଟ୍ରୀୟ ଡ୍ରାଇଭର ଦିବସ ଅବସରରେ ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଏକ ନିଆରା ସମାଜସେବା କାର୍ଯ୍ୟକ୍ରମ କରାଯାଇଛି। ମହାସଂଘର ଜିଲ୍ଲା କମିଟି, ଟାଉନ କମିଟି, ହେଲ୍ପଲାଇନ କମିଟି ଓ ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ଭବାନୀପାଟଣାସ୍ଥିତ ମୁଖବନ୍ଧନ ଦୃଷ୍ଟିହୀନ ଆଶ୍ରମକୁ ଯାଇ ଆଶ୍ରମବାସୀଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା।ସେପ୍ଟେମ୍ବର ୧ ରାଷ୍ଟ୍ରୀୟ ଡ୍ରାଇଭର ଦିବସ ଅବସରରେ ଭବାନୀପାଟଣାରେ ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ସମାଜସେବାର ନିଆରା ପଦକ୍ଷେପ ନିଆଯାଇଥିଲା। ମହାସଂଘର ସଦସ୍ୟମାନେ ମୁଖବନ୍ଧନ ଦୃଷ୍ଟିହୀନ ଆଶ୍ରମକୁ ଯାଇ ଆଶ୍ରମରେ ରହୁଥିବା ଦୃଷ୍ଟିହୀନମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଡ୍ରାଇଭର ମହାସଂଘ କଳାହାଣ୍ଡି ଜିଲ୍ଲା ସଭାପତି କାର୍ତ୍ତିକ ପୁଞ୍ଜି, ଜିଲ୍ଲା କୋଷାଧ୍ୟକ୍ଷ ବିଷ୍ଣୁ ପ୍ରଧାନ, ଜିଲ୍ଲା ଆଞ୍ଚଳିକ ସାଙ୍ଗଠନିକ ସମ୍ପାଦକ ସଂଜୀବ ପ୍ରଧାନ, ଟାଉନ ସଭାପତି ପ୍ରଦ୍ୟୁମ୍ନ ଘଡ଼େଇଙ୍କ ସମେତ ହେଲ୍ପଲାଇନ କମିଟିର କମଳ କପୁର, ଚନ୍ଦ୍ରଭାନୁ, ନୀଳାମ୍ବର ରାଜୁ, କାନ୍ତ, ପ୍ରେମାନନ୍ଦ, କେଶବ, କୃଷ୍ଣଚନ୍ଦ୍ରଙ୍କ ସମେତ ମହାସଂଘର ବହୁ ସଦସ୍ୟ ଉପସ୍ଥିତ ଥିଲେ।ଡ୍ରାଇଭର ଦିବସକୁ କେବଳ ଉତ୍ସବ ଭାବେ ପାଳନ ନକରି ସମାଜର ଅସହାୟ ଓ ଦିବ୍ୟାଙ୍ଗଙ୍କ ପାଇଁ ସେବା ଓ ସହଯୋଗର ହାତ ବଢ଼ାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ମହାସଂଘର ଏଭଳି ସମାଜସେବାମୂଳକ ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଇଛି।

Also Read

Tags