ଡକାୟତି କେଶ ରେ ନର୍ଲା ପୋଲିସ ଦ୍ୱାରା ୫ ଅଟକ ହେଲେ

Pradeep Kar

କଳାହାଣ୍ଡି, ୦୧/୦୯ କଳାହାଣ୍ଡି ଜିଲ୍ଲା,ନର୍ଲା ଥାନା ଅଞ୍ଚଳରେ କିଛି ଦିନ ହେଲା ନର୍ଲା ଅଞ୍ଚଳ ରେ ଚୋରି, ଡ଼କାୟତି, ରାହାଜାନି ବୃଦ୍ଧି ପାଇବାରେ ଲାଗିଛି,କାହା ର ଘରେ ପଶି ଚୋରି କରି ଫେରାର ମାରୁଥିବା ବେଳେ ଆଉ କାହାର ଦୋକାନ ର ତାଲା ଭାଙ୍ଗି ଦୋକାନ ରେ ପଶି ଲକ୍ଷ ଲକ୍ଷ ଟଙ୍କା ନେଇଁ ଯାଉଛନ୍ତି ଏପରିକି ନର୍ଲା ଥାନା ସମ୍ମୁଖରେ ଥିବା ଦୋକାନ ରୁ ମଧ୍ୟ ଲକ୍ଷ୍ୟାଧିକ ଟଙ୍କା ଚୋରି ହୋଇଥିଲା I ଚୋରି ହୋଇଥିବା ବେଳେ ସନ୍ଧନୀ କୁକୁର ମଧ୍ୟ ତାର ଟେର ପାଉନି ଏପରି ସ୍ଥଳେ ଆଜି ଚୋର ବୋଲି ସନ୍ଧେହରେ ନର୍ଲା ପୋଲିସ ଦ୍ୱାରା ପାଞ୍ଚ ଜଣ ଙ୍କୁ ଅଟକ ରଖି ଅଧିକ ତଦନ୍ତ କରୁଛନ୍ତି I ନର୍ଲା ପୋଲିସ ଆସନ୍ତା କାଲି ସାମ୍ବାଦିକ ସମିଳନୀ ମାଧ୍ୟମରେ ସୂଚନା ଦିଆଯିବ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି I

Also Read

Tags