ଉପରରାଚୁଗୁଡା ବରଡା ପଡାର ରାସ୍ତା ଶୋଚନୀୟ, ଯାତାୟାତରେ ବାଧାପ୍ରାପ୍ତ

Pradeep Kar

କଳାହାଣ୍ଡି, କଳାହାଣ୍ଡି ଜିଲ୍ଲାର ଉପରରାଚୁଗୁଡା ବରଡା ପଡାର ରାସ୍ତା ଶୋଚନୀୟ ଦୀର୍ଘ ଦିନ ହେଲା ମରାମତି ଅଭାବ ଯୋଗୁଁ ବଡ ବଡ ଖାଲଖମାରେ ରାସ୍ତା। ବିଭିନ୍ନ ଅଞ୍ଚଳରେ ରାସ୍ତାଘାଟ ସମସ୍ୟା ଲାଗିରହିଥିବା ବେଳେ ଜନସାଧାରଣ ଗମନାଗମନରେ ବାଧାସୃଷ୍ଟି ହେଉଥିବା ଘଟଣାକୁ ନେଇ ରାସ୍ତା ମରାମତି ପାଇଁ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଏକ ଲିଖିତ ଅଭିଯୋଗ ପତ୍ର ଦାଖଲ କରିଥିବା ଘଟଣା ସାମ୍ମାକୁ ଆସିଛି, କଳାହାଣ୍ଡି ଜିଲ୍ଲା ସଦରମହୋକୁ ଅନ୍ତର୍ଗତ ଉପରରାଚୁ ଗୁଡା ବରଡା ପଡାକୁ ସଂଯୋଗ କରୁଥିବା ରାସ୍ତା ବିପଦ ସଂଙ୍କୁଳ ଅବସ୍ଥାରେ ରହିଅଛି। ଏନେଇ ପଡାବାସୀ ଜିଲ୍ଲାପାଳଙ୍କୁ ଏକ ନେଇ ରାସ୍ତା ମରାମତି କରିବା ପାଇଁ ଲିଖିତ ଦୃଷ୍ଟି ଆକର୍ଷଣ କରିଥିବା ଜଣାପଡ଼ିଛି। ଲିଖିତ ଅଭିଯୋଗନୁସାରେ ଉପରରାଚୁଗୁଡା ବରଡା ପଡା ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ଏହି ପଡାର ରାସ୍ତା କିଛି ବର୍ଷ ହେଲା ମରାମତି କରାଯାଇନାହିଁ। ଏହାଯୋଗୁଁ ରାସ୍ତାରେ ବଡ ବଡ ଗର୍ତ୍ତ ସୃଷ୍ଟି ହେବା ସହ ଖାଲଖମାର ଅବସ୍ଥାରେ ରହିଛି। ବର୍ଷା ସମୟରେ ରାସ୍ତା ଅବସ୍ଥା ଆହୁରି ଖରାପ ହୋଇପଡୁଥିବି ବର୍ଷା ପାଣି ରାସ୍ତାର ଗର୍ତ୍ତରେ ପରିପୂର୍ଣ୍ଣ ହୋଇଗଲେ ଆହୁରି ସାଂଘାତିକ ପରିସ୍ଥିତି ସୃଷ୍ଟି ହୋଇ ବିପଦକୁ ଆମନ୍ତ୍ରଣ କରୁଅଛି। ରାସ୍ତାର ଭିର୍ତ୍ତିଭୂମି ଶୋଚନୀୟ ହେବା ଯୋଗୁଁ ପଡାବାସୀଙ୍କୁ ଆହୁରି ସମସ୍ୟା ମଧ୍ୟର ରହିବାକୁ ପଡିଥାଏ। ବେଳେ ମଟରସାଇକେଲ ଓ ସାଇକେଲ ଦୁର୍ଘଟଣା ଘଟୁଥିବାରୁ ଗୁରୁତର ଆହତ ହୋଇପଡୁଛନ୍ତି। ବିଶେଷ କରି ରାତି ସମୟରେ ଜରୁରୀକାଳୀନ କାର୍ଯ୍ୟରେ ତଥା ଆମ୍ବୁଲାନ୍ସ ଗାଡି ପାଇଁ ଆହୁରି ପରିସ୍ଥିତି ଖରାପ ହୋଇପଡୁଛି। ରୋଗୀ ଓ ଗର୍ଭବତୀଙ୍କ ପାଇଁ ଆହୁରି ଜଟିଳ ପରିସ୍ଥିତି ସୃଷ୍ଟି କରୁଥିବା ବେଳେ ଛାତ୍ରଛାତ୍ରୀ, ବାଟୋଇ, ଓ କୃଷି ଜାତୀୟ ଦ୍ରବ୍ଯ ଗାଡିମଟରରେ ନେବାଆଣିବା ପ୍ରତିବନ୍ଧକ ସୃଷ୍ଟି ହେଉଛି, ଗୋଟିଏ ରାସ୍ତା ଉପରେ ନିର୍ଭର କରୁଥିବା ରାସ୍ତା ଉପରରାଚୁ ଗୁଡା ବରଡା ପଡାର ଜୀବନରେଖା ହୋଇଥିବା ବେଳେ ଆଉ ଅନ୍ଯ ଯାତାୟାତା ପାଇଁ କୋଣାର୍କ ବ୍ଯବସ୍ଥା ନାହିଁ। ଛାତ୍ରଛାତ୍ରୀ ଏହି ରାସ୍ତାରେ ବିଦ୍ୟାଳୟ କୁ ବିପଦଜନକ ଭାବରେ ଛାତ୍ରଛାତ୍ରୀ ଯିବା କେତେ କଷ୍ଟକର ହୋଇପଡୁଛି। ସ୍ଥାନୀୟ ଜନପ୍ରତିନିଧିଙ୍କ ଅପାରଗତାର କୁପରିଣତି ପଡାବାସୀ ଭୋଗିବାକୁ ପଡୁଛି। ରାସ୍ତା ମରାମତି ପାଇଁ ସ୍ଥାନୀୟ ଗ୍ରାମପଞ୍ଚାୟତ ପ୍ରତିନିଧି ତଥା ବ୍ଳକକୁ ଜାଇବା ସ୍ବତ୍ବେ କୌଣସି ସୁଫଳ ମିଳିପାରୁନାହିଁ। ରାସ୍ତା ମରାମତି ଉପରେ ସ୍ବତନ୍ତ୍ର ଦୃଷ୍ଟି ଦେବା ପାଇଁ ଜିଲ୍ଲାପାଳଙ୍କୁ ଲିଖିତ ଜଣାଇ ଦିଆଯାଇଛି। ତେବେ ରାସ୍ତାର ମରାମତି କାର୍ଯ୍ୟ କେବେ ଆରମ୍ଭ ହେଉଛି ତାହା ଆଗକୁ ଦେଖିବାକୁ ବାକିରହିଲା।

Also Read

Tags