ପୋଖରୀରେ ବୁଡି ଯୁବକଙ୍କ ମୃତ୍ୟୁ, ପୋଖରୀରୁ ମୃତ ଦେହ ଉଦ୍ଧାର କଲେ ଅଗ୍ନିଶମ ବିଭାଗ କର୍ମଚାରୀ

Pradeep Kar

କଳାହାଣ୍ଡି, ୦୨/୦୯ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ମହୁଲପାଟଣା ଫାଣ୍ଡି ଅଧିନସ୍ଥ ଉପର ଚବରୀ ଗ୍ରାମରେ ଅଘଟଣ, ପୋଖରୀ ପୋଖରୀରେ ବୁଡି ଯୁବକଙ୍କ ମୃତ୍ୟୁ I ପୋଖରୀରୁ ମୃତ ଦେହ ଉଦ୍ଧାର କଲେ ଅଗ୍ନିଶମ ବିଭାଗ କର୍ମଚାରୀ I ଆଜି ବୁଧବାର ଥୁଆମୂଳ ରାମପୁର ଥାନା ଅଧିନସ୍ଥ ମହୁଲପାଟଣା ଫାଣ୍ଡି ଅନ୍ତର୍ଗତ ଉପରଚବରୀ ଗ୍ରାମରେ ଘଟିଛି ଏକ ଅଘଟଣ। ଜନୈକ ଯୁବକ ଗାଁ ପୋଖରୀକୁ ଗାଧୋଇବା ପାଇଁ ଯାଇଥୁବା ବେଳେ ପୋଖରୀର ଗଭୀର ପାଣିରେ ଖସି ଯାଇ ବୁଡି ଯାଇ ନିଖୋଜ ହେଇଯାଇଥିଲା। ପରବର୍ତ୍ତୀ ଦିନ ୧୧ଟା ସମୟରେ ଥୁଆମୁଳ ରାମପୁର ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ପୋଖରୀ ପାଣିରୁ ମୃତ ଦେହ ଉଦ୍ଧାର କରିଥିଲେ I‌ ସୂଚନା ଅନୁସାରେ ଉପରଚୋବରୀ ଗ୍ରାମର ରାଇସିଂ ମାଝୀଙ୍କ ୨୪ ବର୍ଷିୟ ପୁଅ ଶରତ ମାଝୀ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । କିନ୍ତୁ ଦୁର୍ଭାଗ୍ୟ ବସତଃ ଗାଧୋଉଥିବା ସମୟରେ ଗଭୀର ପାଣିରେ ଶରତର ଗୋଡ ଖସି ଯାଇଥିଲା । ଯାହାଫଳରେ ଶରତ ପାଣି ଭିତରେ ବୁଡି ଯାଇ ନିଖୋଜ ହେଇଯାଇଥିଲେ I ଘଟଣା ସମ୍ବନ୍ଧରେ ସୂଚନା ପାଇ ମହୁଲପାଟଣା ଫାଣ୍ଡି ଅଧିକାରୀ ଉଦ୍ଧାର ପାଇଁ ଥୁଆମୁଳ ରାମପୁର ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ । ତୁରନ୍ତ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ପୋଖରୀ ପାଣିରୁ ମୃତ ଦେହ ଉଦ୍ଧାର କରିଥିଲେ । ଥୁଆମୁଳ ରାମପୁର ଥାନାରେ ଏକ ଅପମୃତ୍ୟୁ ଜନିତ ମାମଲା ରୁଜୁ କରାଯାଇଛି । ମୃତ ଦେହକୁ ଜବତ୍ କରି ବ୍ୟବଚ୍ଛେଦ ପାଇଁ ଥୁଆମୁଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି । ଏନେଇ ଗାଁରେ ଏବେ ଶୋକାକୁଳ ପରିବେଶ ସୃଷ୍ଟି ହେଇଛି ।

Also Read

Tags