କଳାହାଣ୍ଡି, ୦୨/୦୮ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକରେ ଯାଇଥିବା ବରଗଡ଼ ବୋରିଗୁମ୍ମା ଜାତୀୟ ରାଜପଥ ୨୬ର କୋକସରା ଥାନା ଚାହାରବାହାଲ ନିକଟରେ ଦୁଇ ଟ୍ରକ୍ ମଧ୍ୟରେ ଦୁର୍ଘଟଣା ଘଟିଛି I ବରଗଡ ବୋରିଗୁମ୍ମା ଜାତୀୟ ରାଜପଥ ୨୬ର କୋକସରା ଥାନା ଅନ୍ତର୍ଗତ ଚାରବାହାଲ ନିକଟରେ ଘଟିଛି ଏକ ଦୁର୍ଘଟଣା, ୱେଷ୍ଟବେଙ୍ଗଲରୁ କୁସୁମଖୁଣ୍ଟି ମେଗାଲିଫ୍ଟ ପ୍ରକଳ୍ପ ପାଇଁ ପାଇପ୍ ନେଇ ଆସୁଥିବା ଏକ ଟ୍ରକ୍ ପଛରେ ଅନ୍ୟ ଏକ ଟ୍ରକ୍ ଧକ୍କା ଦେବାରୁ ଘଟିଛି ଏହି ଦୁର୍ଘଟଣା I ଧକ୍କା ପରେ ଟ୍ରକ୍ ଭିତରେ ଡ୍ରାଇଭର ଚାପି ହୋଇ ରହିଥିଲେ I ଖବର ପାଇ କୋକସରା ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟର ଉଦ୍ୟମ ପରେ ଆଜି ବୁଧବାର ଭୋର ୬ ଘଣ୍ଟା ସମୟରେ ଡ୍ରାଇଭରଙ୍କୁ ଉଦ୍ଧାର କରିଛନ୍ତି । ଡ୍ରାଇଭର ଜଣକ ତାମିଲ ନାଡୁ ର ହୋଇ ଥିବା ବେଳେ ତାଙ୍କ ନାମ ଆନ୍ନା ପୁନ୍ନା ସ୍ୱାମୀ ବୋଲି ଜଣା ପଡିଛି I ଗୁରୁତର ଡ୍ରାଇଭରକୁ ଉଦ୍ଧାର କରିବା ପରେ ଚିକିତ୍ସା ପାଇଁ କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ସ୍ଥାନାନ୍ତରିତ କରାଯାଇଛି I
ବରଗଡ଼ ବୋରିଗୁମ୍ମା ଜାତୀୟ ରାଜପଥ ୨୬ ନଂ ରେ ଚାହାରଵାହଲ ନିକଟରେ ଦୁଇ ଟ୍ରକ ମଧ୍ୟରେ ଦୁର୍ଘଟଣା





