କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ପୁଣି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳା ଯୋଗୁଁ ଜଣେ ନବଜାତ ଶିଶୁର ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଲାଞ୍ଜିଗଡ଼ ଥାନା ଅନ୍ତର୍ଗତ ପ୍ରତାପପୁର ଗ୍ରାମର ମାର୍କଣ୍ଡ ବଗର୍ତ୍ତୀଙ୍କ ପତ୍ନୀଙ୍କୁ ପ୍ରସବ ପାଇଁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅସ୍ତ୍ରୋପଚାର ପରେ ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ଶିଶୁ ଜନ୍ମ ହେବା ପରେ ତା’ର ସ୍ୱାସ୍ଥ୍ୟାବସ୍ଥା ନେଇ ଆବଶ୍ୟକ ଚିକିତ୍ସା ସମୟରେ ମିଳିନଥିଲା। ଘଣ୍ଟା ଘଣ୍ଟା ଧରି ନବଜାତ ଶିଶୁକୁ କୋଳରେ ଧରି ପରିବାର ଲୋକେ ଅପେକ୍ଷା କରିଥିବା କହିଛନ୍ତି। ପରେ ଶିଶୁର ସ୍ଥିତି ଜଟିଳ ହେବାରୁ ତାକୁ SNCU (Special Newborn Care Unit) କୁ ନେବା ପାଇଁ ପରାମର୍ଶ ଦିଆଯାଇଥିଲା। ତେବେ ଓଟି (OT) ରିପୋର୍ଟ ଦିଆଯାଇନଥିବାରୁ ଶିଶୁକୁ SNCUରେ ଆଡମିଟ୍ କରାଯାଇନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହାର କିଛି ସମୟ ପରେ ନବଜାତ ଶିଶୁର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଡାକ୍ତରଙ୍କ ଚିକିତ୍ସା ଅବହେଳା ଯୋଗୁଁ ଶିଶୁର ମୃତ୍ୟୁ ଘଟିଛି।ଘଟଣାରେ ଦାୟୀ ଥିବା ଡାକ୍ତରଙ୍କ ବିରୋଧରେ ତଦନ୍ତ କରାଯାଇ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ପରିବାର ପକ୍ଷରୁ ଦାବି କରାଯାଇଛି। ପରିବାର ଲୋକେ ପ୍ରତିବାଦ କରିବାରୁ ଘଟଣାସ୍ଥଳରେ ଟାଉନଥାନା ପୋଲିସ ପହଞ୍ଚି ବୁଝାସୁଝା କରିବା ସହ ତଦନ୍ତ ଜାରୀ ରଖିଛି। ତେବେ ଏହି ଘଟଣା ନେଇ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ। Byte_1ମାର୍କଣ୍ଡ ବଗର୍ତ୍ତୀ(ମୃତ ନବଜାତ ଶିଶୁଙ୍କ ପିତା) Byte_2 ଘନଶ୍ୟାମ ଗଉଡ( ମୃତ ନବଜାତ ଶିଶୁ ଙ୍କ ମାମୁଁ) Byte_3 ବିରେନ୍ଦ୍ର ନାଏକ (ଗୋଲାମୁଣ୍ଡା )
ପୁଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଅବହେଳା ଅଭିଯୋଗ, ନବଜାତ ଶିଶୁର ମୃତ୍ୟୁ





