ଭିଏସସନଗରସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ ହୋଟେଲ ମ୍ୟାନେଜ ମେଣ୍ଟର ୫୩ତମ ପ୍ରତିଷ୍ଠା ଦିବସ ଅବସରରେ ଇନଷ୍ଟିଚ୍ୟୁଟ ପରିସରରେ ଭିଏସସନଗର ଯୁବ ପରିଷଦର ମିଳିତ ସହଯୋଗରେ ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା l ଉକ୍ତ ରକ୍ତଦାନ ଶିବିରରେ ବ୍ରହ୍ମପୁର ସାଂସଦ ଡ଼ଃ ପ୍ରଦୀପ କୁମାର ପାଣିଗ୍ରାହୀ, ବିଜେପି ନେତା ତଥା ପୂର୍ବତନ ବିଧାୟକ ତଥା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ପ୍ରିୟଦର୍ଶୀ ମିଶ୍ର, ଭୁବନେଶ୍ୱର ମଧ୍ୟ ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଜଗନ୍ନାଥ ପ୍ରଧାନ, ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ,ପୂର୍ବତନ ବିଧାୟକ ଶ୍ରୀ ଅନାମ ନାୟକ, ସମୟ ସମ୍ବାଦ ପତ୍ରର ନିର୍ଦେଶିକା ତଥା ସମାଜସେବୀ ଶ୍ରୀମତୀ ଅନିତା ମହାନ୍ତି, ସମାଜସେବୀ ରୁଦ୍ର ସାମନ୍ତରାୟ, ଡ଼ଃ ପ୍ରକାଶ ତ୍ରିପାଠୀ, ବିଭୂଦତ୍ତ ରଥ, ମଞ୍ଚନାଥ ମଣ୍ଡଳ ବିଜେପି ସଭାନେତ୍ରୀ ଲିପା ଦାସ, ମଣ୍ଡଳ ସମ୍ପାଦକ ସୌମ୍ୟ ରଞ୍ଜନ ପ୍ରଧାନ, ତ୍ରିନାଥ ସାହି ସଭାପତି ନରେନ୍ଦ୍ର ବିଶ୍ୱାଳ ଓ ସ୍ଥାନୀୟ ଅଂଚଳର ସମସ୍ତ ବିଜେପି କାର୍ଯ୍ୟକର୍ତା ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ଇନଷ୍ଟିଚ୍ୟୁଟର ବିଭାଗୀୟ ମୁଖ୍ୟ ସମ୍ବିତ ସୁମନ , ବରିଷ୍ଠ ଅଧ୍ୟାପକ ଶ୍ରୀ କୁମାର ଗୌରବ, ଓ ବରିଷ୍ଠ ଅଧ୍ୟାପକ ସୁଧୀର କୁମାର ସିଂ, ସ୍ଥାନୀୟ ଯୁବ ପରିଷଦର ସଦସ୍ୟଗଣ ରକ୍ତଦାନ ଶିବିରକୁ ପରିଚାଳନା କରିଥିଲେ I ଏହି ରକ୍ତଦାନ ଶିବିରରେ ୧୫୦ରୁ ଉର୍ଦ୍ଧ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା ବୋଲି ବରିଷ୍ଠ ଅଧ୍ୟାପକ ଶ୍ରୀକୁମାର ଗୌରବ ଜଣାଇଛନ୍ତି I
ଭିଏସସ ନଗରସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ ହୋଟେଲ ମ୍ୟାନେଜ ମେଣ୍ଟର ୫୩ତମ ପ୍ରତିଷ୍ଠା ଦିବସ





