କଳାହାଣ୍ଡି ପୋଲିସର ବଡ଼ଧରଣର ଚଢ଼ାଉ ୨୦.୮୦ କୁଇଣ୍ଟାଲ ଗଞ୍ଜେଇ ଜବତ,୪ ଗିରଫ

Pradeep Kar

ଭବାନୀପାଟଣା, ୫।୯ (ବିଷ୍ଣୁ ଚରଣ ସ୍ୱାଇଁ ): କଳାହାଣ୍ଡି ଜିଲ୍ଲା ଏମ୍‌. ରାମପୁର ଥାନା ଅନ୍ତର୍ଗତ ମୋହନଗିରି ଫାଣ୍ଡି ଅଧୀନ ଜାମୁଲି ଗ୍ରାମ ନିକଟସ୍ଥ ଜଙ୍ଗଲରେ ବେଆଇନ ଭାବେ ଗଞ୍ଜେଇ ଗଚ୍ଛିତ ରଖାଯାଇଥିବା ନେଇ ପୋଲିସକୁ ବିଶ୍ୱସନୀୟ ସୂଚନା ମିଳିଥିଲା। ସୂଚନା ଆଧାରରେ ଏମ୍‌. ରାମପୁର ପୋଲିସ ପକ୍ଷରୁ ଜଙ୍ଗଲରେ ଅତର୍କିତ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ଜଙ୍ଗଲ ଭିତରେ ଲୁଚାଇ ରଖାଯାଇଥିବା ୧୬୦ଟି ଜରି ପ୍ୟାକେଟ୍‌ରୁ ପ୍ରାୟ ୨୦.୮୦ କୁଇଣ୍ଟାଲ ଗଞ୍ଜେଇ ପୋଲିସ ଜବତ କରିଥିଲା। ଏହି ଘଟଣାରେ ସମ୍ପୃକ୍ତ ଅଭିଯୋଗରେ ଜାମୁଲି ଗ୍ରାମର ଗଲନା ମାଝୀ (୩୫), କିଜୁ ମାଝୀ (୬୨) ଏବଂ ଡେଡ୍‌ସୁଲି ଗ୍ରାମର ନାଇବ ହରିଜନ (୨୮) ଓ ଜିମେନ୍ଦ୍ର ହରିଜନ (୫୭) ଙ୍କୁ ପୋଲିସ ଗିରଫ କରିଛି। ଏନେଇ ଏମ୍‌. ରାମପୁର ଥାନାରେ ମାମଲା ନଂ-୨୨୧/୨୦୨୬ ରୁଜୁ କରାଯାଇଛି। ଘଟଣାରେ ଗଞ୍ଜେଇର ଉତ୍ସ, ଗନ୍ତବ୍ୟସ୍ଥଳ ଓ ଏହା ପଛରେ ଥିବା ଚୋରାଚାଲାଣ ନେଟୱର୍କ ସମ୍ପର୍କରେ ପୋଲିସର ତଦନ୍ତ ଜାରି ରହିଛି।

Also Read

Tags