ଭିନ୍ନକ୍ଷମ ଭତ୍ତା ପାଇବାରୁ ବଞ୍ଚିତ ଗୁଣପୁର ର ପ୍ରମିଳା ପୁଝାରୀ

Pradeep Kar

ଥୁଆମୂଲ ରାମପୁର : ପଞ୍ଚାୟତ ସ୍ତରୀୟ କର୍ମଚାରୀ, ଜନ ପ୍ରତିନିଧି , ଓ ବ୍ଲକ ସ୍ତରର ଜନ ପ୍ରତିନିଧି ସହ ସରକାରୀ କର୍ମକର୍ତ୍ତା ମାନଙ୍କୁ ଦୀର୍ଘ ପାଞ୍ଚବର୍ଷ ହେଲା କେବଳ ବିକଳାଙ୍ଗ ଭତ୍ତା ଟିଏ କରାଇ ଦେବାପାଇଁ ବାରମ୍ବାର ଜଣାଇ ସୁଦ୍ଧା ଆଜି ପର୍ଯ୍ୟନ୍ତ ମାସିକ ଭିନ୍ନକ୍ଷମ ଭତ୍ତା ବି ପାଇ ନାହାନ୍ତି। ଏହା ଯେ କେଉଁ ନିଘଞ୍ଚ ଜଙ୍ଗଲ ନୁହଁ କି ଦୁର୍ଗମ ଇଲାକା ନୁହଁ ଥୁଆମୂଲ ରାମପୁର ବ୍ଲକ ଅନ୍ତର୍ଗତ ଗୁଣପୁର ପଞ୍ଚାୟତ ଅଫିସ୍ ରୁ ତାର ଘର ଦିଶୁଛି ଏବଂ ଶହେ ମିଟର ଦୂର ହେବ ପ୍ରମିଳା ପୁଝାରୀ ବୟସ – ୪୨, ସ୍ଵାମୀ ଭରତ ପୁଝାରୀ, ତାର ପୁଣି ଦୁଇଟି ପୁଅ ଝିଅ ଥିଲେ I ଯେଉଁ ଗୁଣପୁର ରେ କି ଜିଲ୍ଲା ପରିଷଦ ସଭ୍ୟା, ଥୁଆମୂଲ୍ ରାମପୁର ବ୍ଲକ ର ଅଧ୍ୟକ୍ଷ , ଓ ସରପଞ୍ଚ ନିର୍ବାଚିତ ହୋଇ ଆଗ ଧାଡ଼ିର ପ୍ରତିନିଧିତ୍ଵ କରୁଛନ୍ତି ସେହି ପଞ୍ଚାୟତ ବା ସେହି ଗ୍ରାମର ଲୋକେ ଏତେ ଅବହେଳିତ। ପ୍ରମିଳା ପାଞ୍ଚ ବର୍ଷ ହେଲା ଭିନ୍ନକ୍ଷମ ହେଲା ପରେ ଦୁଇ ଛୁଆ କୁ ଭବାନୀପାଟଣା ବ୍ଲକ ଯୁଗସାଇପାଟଣା ପଞ୍ଚାୟତରେ ରହୁଥିବା ତା ସମ୍ପର୍କୀୟ ଘରେ ନେଇ ଲାଳନ ପାଳନ କରୁଥିବା ପ୍ରକାଶ କରୁଛନ୍ତି। ବର୍ତ୍ତମାନ ସ୍ଵାମୀ ଭରତ ସ୍ତ୍ରୀ ଭିନ୍ନକ୍ଷମ ପ୍ରମିଲାକୁ ଏକୁଟିଆ ଛାଡି କେଉଁ ଆଡେ ଯାଇ ନ ପାରିବାରୁ ଭୋକଉପାସରେ ଦିନ କାଟୁଛନ୍ତି। କିଛି ଦିନ ତଳେ ଏକୁଟିଆ ଛାଡି କାଠ ଆଣି ଯାଇଥିବା ସମୟରେ ମାନସିକ ବିକୃତି ଓ ବିକଳାଙ୍ଗ ଯୋଗୁଁ ଘୋଷାରି ଘୋଷାରି ଯାଇ ଚୁଲି ନିଆଁ ରେ କିଛି ଅଂଶ ପୋଡ଼ି ଯାଇଥିଲେ। ବର୍ତମାନ କେଉଁ ପଦାଧିକାରୀ ଆସି ଅସହାୟଙ୍କ ସାହାଯ୍ୟ ପାଇଁ ହାତ ବଢାଇବେ ସମୟକୁ ଅପେକ୍ଷା।

Also Read

Tags