ରାଇଘର, ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ର ମୁଖ୍ୟ ଦପ୍ତର ଠାରେ ଚଳିତ ବର୍ଷ ସାର୍ବଜନୀନ ମା ଦୁର୍ଗା ପୂଜା ପାଇଁ ଆଜି ରାଇଘର କଲ୍ୟାଣ ମଣ୍ଡପ ଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି I ଆଜି ଭାସ୍କର ଦଣ୍ଡସେନା ଙ୍କ ସଭାପତିତ୍ୱ ରେ ଏକ ନୂତନ କମିଟି ଗଠିତ ହୋଇ ଯାଇଛି I ବୈଠକ ର ପ୍ରାରମ୍ଭ ରେ ଗତ ବର୍ଷ ରେ ହୋଇଥିବା ଖର୍ଚ ର ହିସାବ କରାଯାଇଥିଲା ଓ ଚଳିତ ବର୍ଷ ରେ କିଭଳି ଶାନ୍ତି ଶୃଙ୍ଖଳା ର ସହ ଅଧିକ ସାଜସଜା ଓ ମା ଙ୍କ ପୂଜାଵିଧି ନୀତିନିୟମ ରେ ପାଳିତ ହେବ ତାହା ଉପରେ ଆଲୋଚନା କରାଯାଇଥିଲା I ଏବର୍ଷ ର ନୂତନ କମିଟି ରେ ସୁଶାନ୍ତ ସାମନ୍ତରା ସଭାପତି ଭାବେ ଚୟନ ହୋଇଥିବାରୁ ଉପସଭାପତି ଭାବେ ମନୋଜ ରାଜପୁତ ଙ୍କୁ ଚୟନ କରାଯାଇଛି, ସମ୍ପାଦକ ଭବାନୀ ନାୟକ, ସହ ସମ୍ପାଦକ ମାମୁନି ଚକ୍ରବର୍ତ୍ତୀ ଓ ରାମଦାୟଲ ସିଂହ୍ନା କୋଷାଦକ୍ଷ ଭାବେ କସ୍ତୁରୀ ଦାସ ଙ୍କୁ ଚୟନ କରାଯାଇଛି I ଉପଦେଷ୍ଟା ଭାସ୍କର ଦଣ୍ଡ ସେନା, ମାଳି ପାତ୍ର, ଶ୍ରୀରାମ ସୁନାନୀ, କିରଣ ପଟ୍ଟନାୟକ ଙ୍କୁ ଚୟନ କରାଯାଇଛି ଏହାସହିତ ପଲ୍ଲୀ ସଂସଦ ଯୁବକ ସଂଘ ର ସମସ୍ତ ସଭ୍ୟ ମାନଙ୍କୁ ପୂଜା ଓ ସାଜସଜା କାର୍ଯ୍ୟକ୍ରମ ରେ ସହଯୋଗ କରିବାକୁ ଆଜିର ବୈଠକ ରେ କୁହାଯାଇଛି I ଗତ ବର୍ଷ ଠାରୁ ଏବର୍ଷ ଯେମିତି ଧୁମ ଧାମ ରେ ପୂଜା ପାଳନ କରାଯିଵା ପାଇଁ ଆଲୋଚନା କରାଯାଇଛି I
ସାର୍ବଜନୀନ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ





