ଲାଞ୍ଜିଗଡ ବ୍ଲକର ଦୁର୍ଗମ ଅଞ୍ଚଳରେ ପ୍ରବଳ ବର୍ଷI ଯୋଗୁଁ ବିଲରୁ ବନ୍ୟI ପାଣିରେ ଧୋଇ ନେଲା ସମସ୍ତ ଧାନ ଗଛ

Pradeep Kar

କଳାହାଣ୍ଡି, ୧୦/୦୯ କଳାହାଣ୍ଡି ଜିଲ୍ଲା,ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ଅଞ୍ଚଳରେ ବୁଧୁବାର ବା ଗତକାଲି ବିଳମ୍ବିତ ରାତି ୦୧ ଘଣ୍ଟା ସମୟରୁ ପ୍ରବଳ ମାତ୍ରାରେ ବର୍ଷା ହେଉଛି ଯାହା ଫଳରେ ବର୍ଷା ପାଣିରେ ଧୋଇ ନେଇଛି ଧାନ ଗଛ ବା ଧାନ ତଳି ଉପର ମୁଣ୍ଡରେ ପ୍ରବଳ ମାତ୍ରାରେ ବର୍ଷା ପାଣି ଆସିବା ଯୋଗୁଁ ଏ ସବୁ ନଷ୍ଟ ହୋଇଛି I ଗୁରୁବାର ଦିନ ୦୨ ଘଣ୍ଟା ସମୟ ପର୍ଯ୍ୟନ୍ତ ପ୍ରବଳ ବର୍ଷାର ପ୍ରକୋପ ଦେଖିବାକୁ ମିଳିଥିଲା l ଅବିଛିନ୍ନ ଭାବେ ଅନବରତ ବର୍ଷା ଯୋଗୁଁ ମୂଷାନାଳ ଅଞ୍ଚଳ ଜୁବା ଗାଁ ଓ ତୁର୍କା ଗ୍ରାମର ଏହାର ଆଖ ପାଖ ଅଞ୍ଚଳ ଜଳମୟ ହୋଇଯାଇଛି l ଯେଉଁଆଡ଼େ ଦେଖ, ଖାଲି ପାଣି ଆଉ ପାଣି କିନ୍ତୁ ଦୁର୍ଗମ ଅଞ୍ଚଳରେ ପ୍ରବଳ ମାତ୍ରା ବର୍ଷା ହେବା ଫଳରେ ମୂଷାନାଳ ପଞ୍ଚାୟତ ଅଞ୍ଚଳ ଜବା ଗାଁ ଓ ତୁର୍କା ଗ୍ରାମରେ ସମସ୍ତ ବିଲ ମାନଙ୍କ ଉପରେ ୦୩ ରୁ ଫୁଟରୁ ୦୪ ଫୁଟ ଉଚ୍ଚତIରେ ବର୍ଷା ପାଣି ବା ବନ୍ୟା ଜଳ ଚାଲିବା ଦେଖିବାକୁ ମିଳି ଥିଲା I ଏହି ବର୍ଷା ବନ୍ୟା ପାଣି ଆସିବା ଫଳରେ ଏକର-ଏକର ବିଲ ରୁଆ ସାରିଥିଲା ଏଇ ବର୍ଷା ବନ୍ୟା ପାଣି ଆସି ବିଲ ମାନଙ୍କ ଉପରେ ବାଲିଚର ଓ ପାଟୁମାଟି ମାଡି ଯାଇଛି I ଏହାକୁ ଦେଖି ବର୍ତ୍ତମାନ ଚାଷୀ ମଣ୍ଡରେ ହାତ ଦେଇ ବସିଛନ୍ତି I ବର୍ତ୍ତମାନ ମୂଷାନାଳ ପଞ୍ଚାୟତର ଯୁବା ଗାଁ ଓ ତୁର୍କା ଗ୍ରାମର ଚାଷୀ ସମୁହ କହିବା କଥା ଯେ ପ୍ରଶାସନ ଆମର କ୍ଷତି ପୂରଣ ଯଦି ନ ଦିଅନ୍ତି ତେବେହେଲେ ଆମ ଭାସିଯିବ ବୋଲି ଆମ ଜରିଆରେ ପ୍ରଶାସନକୁ ଜଣେଇଛନ୍ତି I

Also Read

Tags