ଲାଞ୍ଜିଗଡରେ ପ୍ରବଳ ବର୍ଷI ଯୋଗୁଁ ଲାଞ୍ଜିଗଡ ଅଞ୍ଚଳ ଅସ୍ତ-ବ୍ୟସ୍ତ

Pradeep Kar

କଳାହାଣ୍ଡି, ୧୦/୦୯ କଳାହାଣ୍ଡି ଜିଲ୍ଲା,ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ଅଞ୍ଚଳରେ ବୁଧୁବାର ବା ଗତକାଲି ବିଳମ୍ବିତ ରାତି ୦୧ ଘଣ୍ଟା ସମୟରୁ ପ୍ରବଳ ମାତ୍ରାରେ ବର୍ଷା ହେଉଛି ଯାହା ଫଳରେ ଲାଞ୍ଜିଗଡ ପଞ୍ଚାୟତ ଠାରୁ ଜଗନ୍ନାଥ ପୁର, ତ୍ରିଲୋଚନ ପୁର,ବିଜେପୁର, ମାଳିଯୁବIଙ୍ଗ,ପାହାଡ ପଦର, ଲାଖବାହାଲ ଏଇ ୦୬ ଗୋଟି ପଞ୍ଚାୟତ କୁ ଯିବା ପୂର୍ତ୍ତ ବିଭାଗର ମୁଖ୍ୟ ରାସ୍ତା ବଂଶଧIରI ନଦୀ ପାଖ ବାଘ ଝୁଲା ର ପୁଲିଆ ଦୁଇ ପାଖର ମାଟି ବର୍ଷା ପାଣିରେ ଧୋଇ ନେଇଛି ଉପର ମୁଣ୍ଡରେ ପ୍ରବଳ ମାତ୍ରାରେ ବର୍ଷା ପାଣି ଆସିବା ଯୋଗୁଁ ଏ ସବୁ ହୋଇଛି I ଗୁରୁବାର ଦିନ ୦୨ ଘଣ୍ଟା ସମୟ ପର୍ଯ୍ୟନ୍ତ ପ୍ରବଳ ବର୍ଷାର ପ୍ରକୋପ ଦେଖିବାକୁ ମିଳିଥିଲା l ଅବିଛିନ୍ନ ଭାବେ ଅନବରତ ବର୍ଷା ଯୋଗୁଁ ଲାଞ୍ଜିଗଡ଼ ଓ ଏହାର ଆଖ ପାଖ ଅଞ୍ଚଳ ଜଳମୟ ହୋଇଯାଇଛି l ଯେଉଁଆଡ଼େ ଦେଖ, ଖାଲି ପାଣି ଆଉ ପାଣି l କେତେକ ରାସ୍ତା ଉପରେ ଫୁଟେ ରୁ ଦୁଇ ଫୁଟ ଲେଖାଏଁ ପାଣି ବହି ଚାଲିଛି I ଉପର ମୁଣ୍ଡରେ ବର୍ଷା ଯୋଗୁଁ ଏଠାରେ ବହି ଯାଉଥିବା ବଂଶଧାରା ନଦୀରେ ପ୍ରବଳ ଭାବେ ବର୍ଷା ଜଳ ପ୍ରବାହିତ ହେଉଛି I ଅବିରାମ ବର୍ଷା ଫଳରେ ସବୁ ବର୍ଷ ଭଳି ଲାଞ୍ଜିଗଡ଼ରେ ଥିବା ସରକାରୀ ଡାକ୍ତରଖାନା ମଧ୍ୟରେ ବର୍ଷା ପାଣି ପଶିଛି I ଲାଞ୍ଜିଗଡରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପରିସର ଜଳପୂର୍ଣ୍ଣ ହୋଇଯାଇଛି,ସ୍କୁଲର ଛାତ୍ର ଛାତ୍ରୀମାନେ ଶ୍ରେଣୀଗୃହକୁ ଯିବା ଯେପରି ଅସୁବିଧା ଅନୁଭବ କରୁଛନ୍ତି I ଡାକ୍ତରଖାନାରେ ଡାକ୍ତରଙ୍କ ନିକଟକୁ ଯିବାପାଇଁ ରୋଗୀମାନେ ମଧ୍ୟ ତାହାଠାରୁ ଅଧିକ କଷ୍ଟ ପାଉଛନ୍ତି,ଏହା ଏକ ଦୀର୍ଘ ବର୍ଷର ସମସ୍ୟା ହୋଇ ରହି ଆସିଛି l ଏ ସମସ୍ୟା ନେଇ ସରକାରଙ୍କ ନିକଟରେ ବାରମ୍ବାର ଜଣାଇ ମଧ୍ୟ କୌଣସି ସୁଫଳ ମିଳିନାହିଁ l ଜନସାଧାରଣ ଏହାକୁ ନେଇ ଅତିଷ୍ଟ ହୋଇଗଲାଣି ଲାଞ୍ଜିଗଡକୁ ପ୍ରଶାସନ ଏତେ ଅବହେଳା କାହିଙ୍କି ବୋଲି ଲୋକଙ୍କ ମନରେ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଛି I

Also Read

Tags