କୣଷକ ସଂଗଠନ ଏଆଇକେଏମଏସର ତୣତୀୟ ଜିଲ୍ଲା ସମ୍ମିଳନୀ ସୋରଡ଼ାରେ ଅନୁଷ୍ଠିତ

Pradeep Kar

ସୋରଡ଼ା, (୧୧/୯) ସର୍ବଭାରତୀୟ କୣଷକ ସଂଗଠନ ଅଖିଳ ଭାରତ କିଶାନ୍ ମଜଦୁର ସଭାର ତୣତୀୟ ଜିଲ୍ଲା ସମ୍ମିଳନୀ ଶୁକ୍ରବାର ଦିନ ସୋରଡ଼ା କାଳୀ ମନ୍ଦିର ସଭାଗୣହରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସଂଗଠନର ଲାଲ ପତାକାକୁ ବରିଷ୍ଠ ନେତା କାଳୀ ଚରଣ ନାୟକ ଉତ୍ତୋଳନ କରିବା ପରେ ଲଡୁ କିଶୋର ଡାକୁଆ, ନାରାୟଣ ନାୟକ, ଦୟାନିଧି ଗୌଡ଼, ସନ୍ତୋଷ ନାୟକ ଓ କୣଷ୍ଣ ପ୍ରଧାନଙ୍କୁ ନେଇ ଗଠିତ ସଭାପତି ମଣ୍ଡଳୀ ସମ୍ମିଳନୀର ପରିଚାଳନା କରିଥିଲେ । ଏଆଇକେଏମଏସର ଜାତୀୟ ସମ୍ପାଦକ ଭାଲଚନ୍ଦ୍ର ଷଡ଼ଙ୍ଗୀ ସମ୍ମିଳନୀକୁ ଉଦଘାଟନ କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୣଷକ ଵିରୋଧି ତଥା କର୍ପୋରେଟ ସପକ୍ଷବାଦୀ ନୀତିର ତୀବ୍ର ସମାଲୋଚନା କରିଥିଲେ। ଜାତୀୟ ସ୍ତରରେ ତିନି କଳା କୣଷି ଆଇନ ବିରୁଦ୍ଧରେ ଐତିହାସିକ କୣଷକ ଆନ୍ଦୋଳନ ବିଜୟୀ ହୋଇଥିଲେ ମଧ୍ୟ ଦେଶର କୣଷକମାନଙ୍କ ବିରୁଦ୍ଧରେ ମୋଦି ସରକାରର ଷଡଯନ୍ତ୍ର ବନ୍ଦ ହୋଇନାହିଁ ବୋଲି କହିଥିଲେ । କର୍ପୋରେଟଙ୍କ ସ୍ଵାର୍ଥରେ କେନ୍ଦ୍ର ସରକାର ଜନ ବିରୋଧୀ ବିଦ୍ୟୁତ୍ ବିଲ୍ ଏବଂ ବିହନ ବିଲ୍ ଆଣିବାକୁ ଷଡଯନ୍ତ୍ର କରୁଛନ୍ତି । ଗ୍ରାମାଞ୍ଚଳର ଶ୍ରମିକମାନଙ୍କୁ କାମ ଦେବାକୁ ଉଦ୍ଦିଷ୍ଟ ମନରେଗା ଆଇନକୁ ହଟାଇ ସରକାର ଦେଶର କୋଟି କୋଟି ଶ୍ରମିକଙ୍କ କାମ ମାଗିବାର ଅଧିକାରକୁ ଛଡେଇ ନେଇଛନ୍ତି । ବର୍ତ୍ତମାନ ଆମେରିକା ସହ କରିବାକୁ ଯାଉଥିବା ମୁକ୍ତ ବାଣିଜ୍ୟ ଚୁକ୍ତି ଦେଶର କୣଷି ଓ କୣଷକୁ ସମ୍ପୂର୍ଣ୍ଣ ବରବାଦ କରିଦେବ ବୋଲି ଚେତାବନୀ ଦେଇଥିଲେ । ଅନ୍ୟ ପକ୍ଷରେ ଓଡ଼ିଶାର ବିଜେପି ସରକାର କେନ୍ଦ୍ର ସରକାରଙ୍କ ଆଗରେ ନିଜକୁ ସମ୍ପୂର୍ଣ୍ଣ ଆତ୍ମ ସମର୍ପଣ କରିଦେଇଛନ୍ତି । ନିକଟରେ ଓଡିଶାର ଲୋକଙ୍କ ସ୍ଵାର୍ଥ ବିରୁଦ୍ଧରେ ଯାଇ ଖଣି ଓ ଖଣିଜ ଆଇନରେ ସଂଶୋଧନ କରିବା ବେଳେ ଓଡିଶା ସରକାର ଓ ବିଜେପିର ୨୧ ଜଣ ସାଂସଦଙ୍କ ନୀରବ ସମର୍ଥନ ଏହାକୁ ପ୍ରମାଣିତ କରୁଛି ବୋଲି କହିଥିଲେ ।ରାଜ୍ୟ କମିଟି ପକ୍ଷରୁ ସମ୍ପାଦକ ପ୍ରତାପ ନାୟକ ସଂଗଠନର ସର୍ବଭାରତୀୟ ସମ୍ମିଳନୀ ପରିପ୍ରେକ୍ଷୀରେ କେନ୍ଦ୍ର କମିଟିର ଚରଫରୁ ଦେଶର କୣଷି ଓ କୣଷକଙ୍କ ସମସ୍ୟାକୁ ନେଇ ଜାରୀ ଡାକରାର ଚିଠାକୁ ଉପସ୍ଥାପିତ କରିଥିଲେ । ଏହା ଉପରେ ହୋଇଥିବା ଆଲୋଚନାରେ ଭାଗ ନେଇ ବିଭିନ୍ନ ବ୍ଳକରୁ ଆସିଥିବା ସଂଗଠନର ପ୍ରତିନିଧିମାନେ ନିଜ ନିଜର ମତ ରଖିଥିଲେ। ମଧ୍ୟାନ୍ନ ବିରତି ପରେ ସାଂଗଠନିକ ରିପୋର୍ଟ ଉପରେ ଆଲୋଚନା ହୋଇଥିଲା। ଉଭୟ ରିପୋର୍ଟକୁ ସର୍ବସମ୍ମତି କ୍ରମେ ଗୣହୀତ କରାଯାଇଥିଲା । ଏହି ଅବସରରେ ଏଆଇକେଏମଏସର ଏକ ତେର ଜଣିଆ କମିଟି ଗଠିତ ହୋଇଥିଲା। ଲଡୁ କିଶୋର ଡାକୁଆ ସଭାପତି, କାଳୀ ଚରଣ ନାୟକ ଉପସଭାପତି, ଇଜକାଲ ଗମାଙ୍ଗ ସମ୍ପାଦକ ଓ ସନ୍ତୋଷ ନାୟକ ସହ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିଲେ । ଆସନ୍ତା 16 ଓ 17 ଦୁଇ ଦିନ ଧରି ରାୟଗଡା ଜିଲ୍ଲା ଗୁଣପୁର ଠାରେ ଆୟୋଜିତ ହେଉଥିବା ସଂଗଠନର ରାଜ୍ୟ ସମ୍ମିଳନୀ ପାଇଁ 20 ଜଣ ପ୍ରତିନିଧି ମଧ୍ୟ ନିର୍ବାଚିତ ହୋଇଥିଲେ। ସମ୍ମିଳନୀ ସ୍ଥଳକୁ ସଂଗଠନର ପ୍ରୟାତ ନେତା ବାସୁଦେବ ମଳିକଙ୍କ ନାମରେ ନାମିତ କରାଯାଇଥିଲା । ସୁକାନ୍ତ ମଣ୍ଡଳ, ଝିଲିକା ମଣ୍ଡଳ, ବସନ୍ତ ନାୟକ, ଗଣପତି ନାୟକ ପ୍ରମୁଖ ସମ୍ମିଳନୀରେ ଅଂଶ ଗ୍ରହଣ କରିଥିଲେ। ଆଦିବାସୀ ନେତା ଯକ୍ଷ ମଣ୍ଡଳ ଧନ୍ୟବାଦ ଅର୍ପଣ କରିବା ପରେ ସମ୍ମିଳନୀର ସମାପ୍ତି ହୋଇଥିଲା ।

Also Read

Tags