ଗଣେଶ ପୂଜା କମିଟିର ସମନ୍ୱୟ ବୈଠକ I ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ନିଷ୍ପତ୍ତି

Pradeep Kar

ରାଇଘର, ତା ୧୨/୦୯ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ପଞ୍ଚାୟତ କାର୍ଯ୍ୟାଳୟ ସମିଳନୀ କକ୍ଷ ଠାରେ ଗଣେଶ ପୂଜା କମିଟି ଓ ପ୍ରଶାସନ ଗ୍ରାମବାସୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ରାଇଘର ସରପଞ୍ଚ ଲମ୍ବୋଦର ମାଝୀ ଏ. ଏସ ଆଇ. ମନୋରଞ୍ଜନ ମିଶ୍ର, ଗ୍ରାମ ମୁଖ୍ୟା କମଲ ସିଂ ରାଜପୁତ, ଆଇନଜୀବୀ କିରଣ ପଟ୍ଟନାୟକ, ସାମ୍ବାଦିକ ସଂଘ ସଭାପତି ଭବାନୀ ନାୟକ କ୍ଲବ ସଭାପତି ଶ୍ରୀରାମ ସୁନାନୀ ସହ ପତ୍ରକୋଟି, ପଲ୍ଲୀ ସଂସଦ ବ୍ଲକ, ବ୍ଲକ କଲୋନୀ, ଭିମା ଛକ, କୋଦଭାଟା ମୋଟା ପାଞ୍ଚ ଗୋଟି ଗଣେଶ ପୂଜା କମିଟି କର୍ମକର୍ତ୍ତା ସଦସ୍ୟ ବୈଠକରେ ଉପସ୍ଥିତ ଥିଲେ।ବୈଠକରେ ସବୁ କମିଟି ସଦସ୍ୟଙ୍କ ମଧ୍ୟରେ ଏକତା ବଜାୟ ରଖିବା ଓ ଶାନ୍ତି ଶୃଙ୍ଖଳା ମଧ୍ୟରେ ପୂଜା ପରିଚାଳନା କରିବାକୁ ଅବଗତ କରାଯାଇଥିଲା। ଭସାଣି ଉତ୍ସବ ସମୟରେ ଡିଜେ ବଜାଇବା ଉପରେ ପ୍ରଶାସନ ସମ୍ପୂର୍ଣ୍ଣ କଟକଣା ଲଗାଇଛି। କେବଳ ପାରମ୍ପରିକ ବାଜା ବ୍ୟବହାର କରିବାକୁ ଅନୁମତି ଦିଆଯାଇଛି। ବିସର୍ଜନ ସମୟରେ ମଦ ସେବନ ବନ୍ଦ କରିବା, ରାତି ୭ଟା ରୁ ୮ଟା ମଧ୍ୟରେ ବିସର୍ଜନ ଶେଷ କରିବା, ବିସର୍ଜନ ସମୟରେ ଦୁଇ ଗୋଷ୍ଠୀ ରାସ୍ତା ଉପରେ ମୁହାଁମୁହିଁ ସମୟରେ କମିଟି ସଦସ୍ୟ ନଜର ଦେବେ। ପୂଜା ପରିଚାଳନା ନିରବଚ୍ଛିନ୍ନ ଆଲୋକ ବ୍ୟବସ୍ଥା କରିବା।ସମସ୍ତ ପୂଜାର ସହଯୋଗ ଯୋଗାଇ ଦିଆଯିବ ଏହା ପରେ ବି ଯଦି ଯାହା ଅସୁବିଧା ହୁଏ କମିଟି ସଭାପତି ସମ୍ପାଦକ ଦାୟୀ ରହିବେ।ଶାନ୍ତି ଶୃଙ୍ଖଳା ମଧ୍ୟରେ ବିସର୍ଜନ ଲାଗି ନିଷ୍ପତ୍ତି ନିଆଯାଇଛି। ସମସ୍ତେ ଭାଇ ଚାରା ବଜାୟ ରଖି ପୂଜା ନୀତି ନିୟମକୁ ମାନି ପୂଜା ପରିଚାଳନା କରିବାକୁ ସମସ୍ତ ପୂଜା କମିଟିକୁ ପରାମର୍ଶ ଦିଆଯାଇଥିଲା। ପଲ୍ଲୀ ସଂସଦ, ଭିମାଛକ ଓ ବ୍ଲକ କଲୋନୀ ପୂଜା କମିଟି ୧୮ ତାରିଖ ଦିନ ବିସର୍ଜନ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ କୋଦଭାଟା ୧୭ ତାରିଖ, ପତ୍ରକଟି ପୂଜା କମିଟି ୨୧ ତାରିଖ ଦିନ ବିସର୍ଜନ କରିବାକୁ ନିଷ୍ପତ୍ତି ନେଇଥିବା ବୈଠକରେ ସୂଚନା ଦେଇଛନ୍ତି। ପୂଜା ସମୟରେ ଆଇନ ଶୃଙ୍ଖଳା ରକ୍ଷା ଏବଂ ସାଧାରଣ ଜନତାଙ୍କ ସୁବିଧା ଲାଗି ପ୍ରଶାସନ ତରଫରୁ କେତେକ ଗୁରୁତ୍ୱପୂର୍ଣ୍ଣ ନିୟମ ଓ ଗାଇଡଲାଇନ ଜାରି କରାଯାଇଛି। ସମସ୍ତ ପୂଜା କମିଟି କର୍ମକର୍ତ୍ତା ସଦସ୍ୟ ବ୍ଲକ ଗାଡ଼ିର ଲାଇନ ଭିତରେ ଆସ୍ଥାୟିତ କରିବାକୁ କହିଥିଲେ।ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସୁଶାନ୍ତ ସାମନ୍ତରାୟ, ମନୋଜ ରାଜପୁତ, ସଞ୍ଜୟ ନାୟକ, ମଧୁ ନାୟକ, ମାନୁସି ଚକ୍ରବର୍ତ୍ତୀ, ଚନ୍ଦ୍ର ଗୌଡ଼, ଉମେଶ ସାହୁ, ଲଳିତ ମୋହନ ନାୟକ, ରାହୁଲ ଶ୍ରୀବାସ୍ତବ, ତପନ ଦେବତା, ନିରଞ୍ଜନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Also Read

Tags