ଓଡ଼ିଶାରେ ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍

Pradeep Kar

ଦିନ ଗଡ଼ିବା ସହ ଓଡ଼ିଶାବାସୀଙ୍କ ମନରେ ଶଙ୍କା ବଢ଼ୁଛି । ବଙ୍ଗୋପସାଗରରେ ସୃଷ୍ଟି ହେବ କି ବାତ୍ୟା ? ଓଡ଼ିଶା ଉପକୂଳ ଦେଇ ଅତିକ୍ରମ କରିବ କି? ଏଭଳି କିଛି ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ବିଭିନ୍ନ ଏଜେନ୍ସି ମଧ୍ୟ ଏଭଳି କିଛି ଆକଳନ କରୁଥିବା ବେଳେ ଆସନ୍ତାକାଲି ସନ୍ଧ୍ୟାରେ ଲଘୁଚାପ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହେବ । ଯାହା ଅଧିକ ଶକ୍ତିଶାଳୀ ହୋଇ ଘନୀଭୂତ ହେବ ଓ ତୀବ୍ର ଅବପାତରେ ପରିଣତ ହେବ ବୋଲି ସ୍ପଷ୍ଟ କରିଛି ପାଣିପାଗ ବିଭାଗ । ଏପଟେ ECMWF ଓ GFS ମଡେଲର ଆକଳନ ଅନୁସାରେ ଲଘୁଚାପ ସୃଷ୍ଟି ହେବା ପରେ ଏହା ଧୀରେ ଧୀରେ ଶକ୍ତିଶାଳୀ ହୋଇପାରେ । ଅବପାତ ହେବାର ସମ୍ଭାବନା ବଢ଼ୁଛି ଏବଂ ପରେ ଗଭୀର ଅବପାତ ହେବାର ମଧ୍ୟ ସମ୍ଭାବନା ରହିଛି । ଆହୁରି ଶକ୍ତିଶାଳୀ ହୋଇ ବାତ୍ୟା ହେବାର ସମ୍ଭାବନାକୁ ଏବେ ବାଦ୍ ଦିଆଯାଇପାରୁ ନାହିଁ । ଏହି ପ୍ରଣାଳୀଟି ବାତ୍ୟାର ରୂପ ନେବ କି ନାହିଁ ଏବଂ ଏହାର ଗତିପଥ କେଉଁଆଡ଼େ ରହିବ, ସେ ନେଇ ବର୍ତ୍ତମାନ କୌଣସି ସ୍ପଷ୍ଟତା ନାହିଁ । ତେବେ ଅପେକ୍ଷା ଆସନ୍ତାକାଲି ସଂଧ୍ୟାକୁ । ଆସନ୍ତାକାଲି ସନ୍ଧ୍ୟାରେ ବାତ୍ୟାକୁ ନେଇ ଚିତ୍ର ସ୍ପଷ୍ଟ ହେବ । ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପୂର୍ବରୁ ଆତଙ୍କିତ ନ ହେବାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରଞ୍ଜନ ମହାନ୍ତି ପରାମର୍ଶ ଦେଇଛନ୍ତି ।

Also Read

Tags