ରାଇଘର ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ବୋବେଇ ପଞ୍ଚାୟତ ଶାନ୍ତିନଗର ନିକଟରେ ଏକ ପୋଲସର ବାଇକ କୁ ମିନି ଟ୍ରକ ଧକା ଦେଇଥିଲା I ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି ଘଟଣା ସ୍ଥଳରୁ ଡ୍ରାଇବର ଫେରାର ହୋଇଥିବାରୁ ସୂଚନା ମିଳିଛି I ରାଇଘର ଥାନା ଅଧିକାରୀ ଟିକଚାନ୍ଦ ବାହୁବଲି ଖଟୁଆ ଏକ ଟିମ ନେଇ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ଥିବା ବେଳେ ଗ୍ରାମର କିଛି ଲୋକ ଆହତ ଦୁଇ ଜଣକୁ ଙ୍କୁ ଯୋଡ଼େଙ୍ଗା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠେଇ ଥିଲେ ସୂଚନା ଅନୁଯାୟୀ ଯୋଡ଼େଙ୍ଗା ପଞ୍ଚାୟତ କାଡେଙ୍ଗା ଗ୍ରାମର, ରାତିରମ ଗଣ୍ଡଙ୍କ ପୁଅ ବାବୁଲାଲ ଗଣ୍ଡ ( ୧୮ ) ଙ୍କ ମୃତ୍ୟୁ ଘଟିଥିଲା ଓ ତାଙ୍କର ୨ ଜଣ ସାଙ୍ଗ ସହିତ ତିନିଜଣ ଏକ ପୋଲସର ବାଇକ CG ୨୭ T ୭୭୬୬ ଦ୍ୱାରା କୁଶମପୁର ରାସ୍ତା ଦେଇ ନିଜ ଗାଁ କୁ ଫେରୁଥିବା ବେଳେ ଶାନ୍ତିନଗର ଛକ ପୋଟରୁ ଏକ ମିନିଟ୍ରକ OD ୨୪ G ୭୯୭୩ ହଟାତ ସାମ୍ନାକୁ ଆସି ଧକା ଦେବା ଯାଗୁଁ ଘଟଣା ସ୍ଥଳରେ ବାବୁଲାଲ ଙ୍କ ମୃତ୍ୟୁ ଘଟିଥିବା ବେଳେ ଗାଡ଼ିରେ ବସିଥିବା ଦାଉ ଗଣ୍ଡ ଓ ତର ଗଣ୍ଡ ,ମୁଖ୍ୟ ରାସ୍ତା ଉପରେ ଛିଟିକି ପଡ଼ିଥିଲେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିଥିବା ବେଳେ ଗାଁର କିଛି ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି I ତୁରନ୍ତ ଉଦ୍ଧାର କରି ମେଡିକାଲ ଭର୍ତ୍ତି କରିଥିଲେ ଦୁର୍ଘଟଣା ଘଟଇଥିବା ଗାଡି ରାଇଘର ଅଞ୍ଚର ବୋଲି ଜଣାପଡିଛି I
ମିନିଟ୍ରକ ଧକାରେ ଜଣେ ମୃତ୍ୟୁ ଦୁଇ ଜଣ ଗୁରୁତର





