ଲାଇନପଡ଼ା ଠାରେ ମୋଦିଜୀଙ୍କ ଜନ୍ମଦିନ ଉପଲକ୍ଷେ ଦୀପଦାନ

Pradeep Kar

ଫୁଲବାଣୀ ୨୨/୨୬(ନିପ୍ର ) ଚକାପାଦ ବ୍ଳକ ଲାଇନପଡ଼ା ଠାରେ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଜନ୍ମଦିବସ ଉପଲକ୍ଷେ ଲାଇନପଡ଼ା, ଖୁଡୁତେନ୍ତୁଳି ଗ୍ରାମ ଅନ୍ତର୍ଗତ ବରଡ଼ା ବାଲୁଙ୍କେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଦୀପଦାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ସୁସ୍ଥ, ସୁଖମୟ ଓ ଦୀର୍ଘାୟୁ ଜୀବନ କାମନା କରାଯିବା ସହ ଦେଶର ଶାନ୍ତି, ସମୃଦ୍ଧି ଏବଂ ସର୍ବାଙ୍ଗୀଣ ବିକାଶ ପାଇଁ ପ୍ରାର୍ଥନା କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଆଦିତ୍ୟ କହଁର, ଜିଲ୍ଲା କୃଷକ ମୋର୍ଚ୍ଚା ସମ୍ପାଦିକା ପ୍ରତିମା ସାହୁ, ପୂର୍ବତନ ମଣ୍ଡଳ ସଭାପତି ସରୋଜ ସାହୁ, ମଣ୍ଡଳ ଯୁବ ମୋର୍ଚ୍ଚା ସଭାପତି ସୁକାନ୍ତ କୁମାର ଦାସ, ମଣ୍ଡଳ କୃଷକ ମୋର୍ଚ୍ଚା ସଭାପତି କେଶବ ମଲ୍ଲିକ, ଗୋପବନ୍ଧୁ ଦାସ ,କାହ୍ନୁ ପୃଷ୍ଟି, ରାଜେନ୍ଦ୍ର ପ୍ରଧାନ ଓ ଜମୁନା ରାଣୀ ସାହୁଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଓ ଶ୍ରଦ୍ଧାଳୁ ଉପସ୍ଥିତ ରହିଥିଲେ। ଶେଷରେ ସମସ୍ତଙ୍କ ସହଯୋଗରେ ଦୀପଦାନ କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପନ୍ନ ହୋଇଥିଲା।

Also Read

Tags