ଆଜି ଭୁବନେଶ୍ୱରର ୱାର୍ଡ ନଂ. ୫୨ରୁ ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଶୁଭାରମ୍ଭ ହୋଇଥିଲା ‘ଜନସମ୍ପର୍କ ପଦଯାତ୍ରା’ । ନବୀନ ବାବୁ ଙ୍କ ନେତୃତ୍ୱରେ ଅକ୍ଟୋବର ୨ରୁ ନଭେମ୍ବର ୨ ପର୍ଯ୍ୟନ୍ତ ସାରା ଓଡ଼ିଶାରେ ଏହି ପଦଯାତ୍ରା ମାଧ୍ୟମରେ ଘରେ ଘରେ ପହଞ୍ଚି ଲୋକଙ୍କ ସହ ସିଧାସଳଖ ଯୋଡ଼ିହେବାର କାର୍ଯ୍ୟକ୍ରମ ରହିଛି।ଏହି ପଦଯାତ୍ରା ମାଧ୍ୟମରେ ଲୋକମାନଙ୍କ ଅଭିଯୋଗ ଓ ସମସ୍ୟାକୁ ସିଧାସଳଖ ଶୁଣିବା ଏବଂ ସେମାନଙ୍କ ସ୍ୱରକୁ ଆହୁରି ଦୃଢ଼ କରିବାର ଆମ ପ୍ରୟାସ। ନବୀନ ବାବୁଙ୍କ ନେତୃତ୍ୱରେ ଲୋକଙ୍କ ଭଲପାଇବା, ଆସ୍ଥା ଓ ସେବାକୁ ପାଥେୟ କରି ବିଜୁ ଜନତା ଦଳ ସବୁବେଳେ ଲୋକଙ୍କ ପାଖରେ ରହିଆସିଛି ଏବଂ ଆଗକୁ ମଧ୍ୟ ରହିବ।
ଲୋକଙ୍କ ସହ ସମ୍ପର୍କ, ସେମାନଙ୍କ କଥା ଶୁଣିବା ଓ ସେମାନଙ୍କ ସୁଖଦୁଃଖରେ ସାଥୀ ହେବାହିଁ—ଜନସମ୍ପର୍କର ପ୍ରକୃତ ଅର୍ଥ





