ବ୍ରହ୍ମପୁରରେ ଓଡିଆ ମୁଭି ‘ଶିକାର’ ପ୍ରିମିୟର ବ୍ରହ୍ମପୁରରେ ଲଞ୍ଚ

Pradeep Kar

ଓଡ଼ିଶାର ପ୍ରସିଦ୍ଧ ଗଣପର୍ବ ରଜ ପର୍ବର ସପ୍ତାହରେ ଆରମ୍ଭ ହୋଇଥିବା ସମୟରେ ଓଡ଼ିଆ ଚଳଚ୍ଚିତ୍ର ପ୍ରେମୀଙ୍କ ପାଇଁ ଏକ ଖୁସି ଖବର ଆସିଛି। ନୂତନ ଓଡ଼ିଆ ସିନେମା ‘ଶିକାର’ ର ପ୍ରିମିୟର ବ୍ରହ୍ମପୁରର ପାୟଲ ସିନେମା ହଲ୍‌ରେ ଧୁମ୍‌ଧାମ୍‌ରେ ଲଞ୍ଚ ହୋଇଛି। ରଜ ପର୍ବର ସପ୍ତାହରେ ଲୋକଙ୍କ ମନରେ ଉତ୍ସାହ ଭରିଦେଇଛି ଶିକାର ସିନେମାର ପ୍ରିମିୟର l ଚଳଚ୍ଚିତ୍ରର ଅଭିନେତା ଅମ୍ଳାନ, ଅଭିନେତ୍ରୀ ଏଲିନା ସମେତ ଅନ୍ୟାନ୍ୟ କୋ-ଷ୍ଟାର, ମେମ୍ବରମାନେ ଉପସ୍ଥିତ ଥିଲେ। ଚଳଚିତ୍ର ଦେଖିବାକୁ ହାଉସ୍ ଫୁଲ୍ ଦେଖିବାକୁ ମିଳିଛି । ଅଭିନେତା ଅମ୍ଳାନ ଏବଂ ଏଲିନାଙ୍କୁ ଦେଖି ଦର୍ଶକଙ୍କ ମଧ୍ୟରେ ବ୍ୟାପକ ଉତ୍ସାହ ସହ ସେଲ୍‌ଫି ଓ ଫଟୋ ସେସନ୍ ମଧ୍ୟ ଚାଲିଥିଲା।‘ଶିକାର’ ଚଳଚ୍ଚିତ୍ରରେ ଆକର୍ଷଣୀୟ ସଙ୍ଗୀତ ସହ ଆମ ମାନଙ୍କ ଏକ୍ଟିଙ୍ଗ ଦମ୍ ଦାର୍ ରହିଛି । ଚଳଚ୍ଚିତ୍ର ଓଡ଼ିଆ ଦର୍ଶକଙ୍କ ପାଇଁ ଏକ ଉତ୍ତମ ଉପହାର ବୋଲି ଅଭିନେତା ଅମ୍ଳାନ କହିଛନ୍ତି l ବ୍ରହ୍ମପୁର ବାସୀଙ୍କ ଭଲ ପାଇବା ଦେଖି ଆମେ ଆଶା କରୁଛୁ ମୁଭି ନିଶ୍ଚିତ ଭାବେ ସୁପର ହିଟ୍ ହେବ ବୋଲି ଅଭିନେତ୍ରୀ ଏଲିନା କହିଛନ୍ତି l “ରଜ ପର୍ବର ସପ୍ତାହରେ ଏପରି ଏକ ଭଲ ଓଡ଼ିଆ ମୁଭି ଆସିବା ଆମ ପାଇଁ ଖୁବ୍ ଖୁସିର କଥା । ଟ୍ରେଲର୍ ଠାରୁ ଢ଼େର୍ ଅଧିକ ରୋମାଞ୍ଚକର ଦୃଶ୍ୟା ଫିଲ୍ମରେ ରହିଛି ଏବଂ ଅମ୍ଳାନ ଓ ଏଲିନାଙ୍କ କେମିଷ୍ଟ୍ରି ପରଦାରେ ବହୁତ ଆକର୍ଷଣୀୟ ଲାଗୁଛି ବୋଲି ଦର୍ଶକ କହିଥିଲେ l

Also Read

Tags